fbpx

ନରେନ୍ଦ୍ର ମୋଦୀ ଭାରତ ଇତିହାସରେ ଜଣେ ସଫଳ ପ୍ରଧାନମନ୍ତ୍ରୀ: ମୁକେଶ ଅମ୍ବାନୀ

ନୂଆଦିଲ୍ଲୀ: ‘ଭାରତକୁ ବିଶ୍ୱସ୍ତରୀୟ ସୁବିଧା ଉପଲବ୍ଧ କରାଇବା ପାଇଁ ଆମେ ନିରନ୍ତର ବିନିଯୋଗ କରୁଛୁ । ବିଶ୍ୱରେ ଏପରି କୌଣସି ସମ୍ମିଳନୀ ନାହିଁ ଯାହା ‘ଭାଇବ୍ରାଣ୍ଟ ଗୁଜରାଟ’ର ସମକକ୍ଷ ହୋଇପାରିବ । ଗତ ୨୦ ବର୍ଷରୁ ଏହି ସମ୍ମିଳନୀ ସଫଳତାପୂର୍ବକ ଜାରି ରହିଛି’ ବୋଲି ଭାଇବ୍ରାଣ୍ଟ ଗୁଜରାଟ୍ ଗ୍ଲୋବାଲ ସମିଟ୍ ୨୦୨୪ରେ କହିଥିଲେ ରିଲାୟନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ଼ର ଚେୟାରମ୍ୟାନ ତଥା MD ମୁକେଶ ଅମ୍ବାନୀ ।

ଭାଇବ୍ରାଣ୍ଟ ଗୁଜରାଟ୍ ଗ୍ଲୋବାଲ ସମିଟ୍ ୨୦୨୪ରେ ଯୋଗ ଦେଇ ଅମ୍ବାନୀ କହିଥିଲେ,‘ମୁଁ ଗେଟ୍ୱେ ଅଫ୍ ଇଣ୍ଡିଆ ସହରରୁ ଆସିଛି ଏବଂ ବର୍ତ୍ତମାନ ଏହା ଗେଟ୍ୱେ ଅଫ୍ ମଡ଼ର୍ଣ୍ଣ ଇଣ୍ଡିଆ ପାଲଟି ଯାଇଛି । ମୁଁ ଗୁଜରାଟୀ ହୋଇଥିବାରୁ ଗର୍ବ ଅନୁଭବ କରୁଛି । ବିଦେଶୀମାନେ ଯେତେବେଳେ ବି ନୂତନ ଭାରତ ବିଷୟରେ ଭାବିଥାନ୍ତି ସେତେବେଳେ ପ୍ରଥମେ ନ୍ୟୁ ଗୁଜରାଟର କଥା ମନକୁ ଆସିଥାଏ । ଏହି ପରିବର୍ତ୍ତନ କିପରି ସମ୍ଭବ ହେଲା ? ଏହା କେବଳ ସମ୍ଭବ ହୋଇପାରିଛି ଆମ ଲିଡରଙ୍କ ପାଇଁ ଯିଏ ଆଜି ବିଶ୍ୱର ମହାନ ନେତାଙ୍କ ତାଲିକାରେ ସାମିଲ ହୋଇପାରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇତିହାସର ସବୁଠାରୁ ସଫଳ ପ୍ରଧାନମନ୍ତ୍ରୀ । ଲୋକମାନେ କେବଳ ମୋଦୀଙ୍କୁ ଶୁଣନ୍ତି ନାହିଁ ବରଂ ଫଲୋ ବି କରନ୍ତି । ଅସମ୍ଭବକୁ ବି ସମ୍ଭବ କରିବାର ଦୂରଦୃଷ୍ଟି ରଖିଥାନ୍ତି ପ୍ରଧାନମନ୍ତ୍ରୀ ।’

ସେ ଆହୁରୀ ମଧ୍ୟ କହିଛନ୍ତି ଯେ ଆମର ପ୍ରତ୍ୟେକ ବ୍ୟବସାୟ ୭ କୋଟି ଗୁଜରାଟବାସୀଙ୍କ ସ୍ୱପ୍ନ ପୂରା କରିବ । ରିଲାୟନ୍ସ ଇଣ୍ଡଷ୍ଟ୍ରିଜ୍ ଦେଶରେ ୧୨ ଲକ୍ଷ କୋଟିର ନିବେଶ କରିଛି ଏବଂ ଏହାର ଏକ ତୃତୀୟାଂଶ ଅର୍ଥାତ ୪ ଲକ୍ଷ କୋଟି କେବଳ ଗୁଜରାଟରେ ନିବେଶ ହୋଇଛି । ଭବିଷ୍ୟତରେ ମଧ୍ୟ ଗୁଜରାଟର ବିକାଶ ପାଇଁ ରିଲାୟନ୍ସ ପ୍ରମୁଖ ଭୂମିକା ତୁଲାଇବ । ସୁବୁଜ ବିକାଶ କ୍ଷେତ୍ରରେ ଗୁଜରାଟକୁ ବିଶ୍ୱର ଗ୍ଲୋବାଲ ଲିଡର ଭାବରେ ପ୍ରସ୍ତୁତ କରିବା ପାଇଁ ପ୍ରୟାସ ଜାରି ରହିବ ।

Get real time updates directly on you device, subscribe now.