fbpx

(Video) କ’ଣ କରିବେ ନବୀନ? ଦଳ ସମ୍ଭାଳିବାକୁ ମନା କରୁଛନ୍ତି ଅରୁଣ! କିଏ ହେବ ବିଜେଡିର ଉତ୍ତରାଧିକାରୀ?

Advertisement

ଓଡ଼ିଶା ଭାସ୍କର: ବିଜୁ ଜନତା ଦଳ ଏଥର ନିର୍ବାଚନରେ ପରାସ୍ତ ହେବା ପରେ ଭବିଷ୍ୟତ ଚିନ୍ତାରେ ନବୀନ ପଟ୍ଟନାୟକ । ଆଗକୁ ଦଳର ଦାୟିତ୍ୱ ପୁତରା ଅରୁଣ ପଟ୍ଟନାୟକଙ୍କ ହାତରେ ଦେବା ପାଇଁ ଚିନ୍ତା କରୁଥିଲେ ନବୀନ । କିନ୍ତୁ ଅରୁଣ ଏଥିରୁ ଦୂରେଇ ରହିବା ପାଇଁ ଜିଦ୍ ଧରିଛନ୍ତି । ତେଣୁ ଆଗକୁ ବିଜେଡିର ଭବିଷ୍ୟତ ଚିନ୍ତାରେ ପଡ଼ିଛନ୍ତି ନବୀନ ପଟ୍ଟନାୟକ । ସେପଟେ ଭି.କେ ପାଣ୍ଡିଆନ୍ ମଧ୍ୟ ଦଳରୁ ଦୂରେଇ ଯାଇଛନ୍ତି । କିଏ ହେବ ଦଳର ଉତ୍ତରାଧିକାରୀ? ନବୀନଙ୍କ ପରିବାରରୁ କେହି ଦଳ ସମ୍ଭାଳିବେ ନା ଅନ୍ୟ କାହାକୁ ମିଳିବ ଉତ୍ତରାଧିକାରୀ ପଦ? ୨୪ ବର୍ଷ ଶାସନ ପରେ ବି ଏବେ ରାଜନୀତି ଦୋଛକିରେ ଫସି ଯାଇଛନ୍ତି ନବୀନ ପଟ୍ଟନାୟକ ।

ଦୀର୍ଘ ୨୪ ବର୍ଷ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ପଦରେ ରହିବା ପରେ ଏଥର ସରକାର ଭାଙ୍ଗିବାକୁ ବାଧ୍ୟ ହୋଇଛି ବିଜୁ ଜନତା ଦଳ । ୨୪ ବର୍ଷ ପର୍ଯ୍ୟନ୍ତ ଓଡ଼ିଶାକୁ ବିକାଶର ନୂଆ ଧାରା ଦେଖାଇଥିବା ରାଜ୍ୟର ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦରୁ ବିଦାୟ ନେଇଛନ୍ତି । ଇସ୍ତଫା ପରେ ଏବେ ନବୀନ ନିବାସ ପୁରା ଖାଁ ଖାଁ । ନେତା ମାନଙ୍କର ଯିବା ଆସିବା କମି ଯାଇଛି । ଧିରେ ଧିରେ ସୁରକ୍ଷା ବ୍ୟବସ୍ଥା ବି କମିବାକୁ ଲାଗିଲାଣି । ମୁଖ୍ୟମନ୍ତ୍ରୀଙ୍କ ଆବାସ ପାଲଟିଥିବା ନବୀନ ନିବାସ ଏବେ ନୀରବ ଆଉ ନିସ୍ତବ୍ଦ । କିନ୍ତୁ ଏହାରି ଭିତରେ ଉତ୍ତରାଧିକାରୀକୁ ନେଇ ନବୀନଙ୍କ ଚିନ୍ତା ବଢ଼ିବାରେ ଲାଗିଛି । କିଏ ଉତ୍ତରାଧିକାରୀ ହେବ । କାହା ହାତରେ ବିଜେଡିର ଭବିଷ୍ୟତକୁ ନ୍ୟସ୍ତ କରିବେ ତାକୁ ନେଇ ନବୀନଙ୍କୁ ରାତିରେ ନିଦ ନାହିଁ । ଅରୁଣଙ୍କ ନେଇ ଆଶା ପୁରା ମଉଳିଗଲା । ଦିନକୁ ଦିନ ଚିନ୍ତା ବଢ଼ିବାରେ ଲାଗିଥିବା ବେଳେ ଅରୁଣ କିନ୍ତୁ ରାଜି ହେଉ ନାହାଁନ୍ତି । ଏବେ ନବୀନ କ’ଣ କରିବେ କିଛି ମୁଣ୍ଡରେ ପଶୁନାହିଁ । ବାପା ବିଜୁ ବାବୁ ହାତରେ ଧରେଇ ଦେଇ ଯାଇଥିବା ଦଳକୁ କେମିତି ତୁଲାଇବେ ଏବେ ସେହି ଚିନ୍ତା ଖାଇ ଯାଉଛି ।

ଅରୁଣ ପଟ୍ଟନାୟକଙ୍କୁ ନେଇ ଆଶା ମଉଳିବାରେ ଲାଗିଛି । ନବୀନଙ୍କୁ ଏବେ ପରିବାରର ବାହରର କାହାକୁ ବାଛିବାକୁ ପଡ଼ିବ ବୋଲି ଚର୍ଚ୍ଚା ଜୋର ଧରିଛି । କାରଣ ଅରୁଣ କୁଆଡ଼େ ରାଜି ହେଉ ନାହାଁନ୍ତି ବିଜେଡିର ହାତକୁ ଧରିବା ପାଇଁ । ନବୀନ ବୁଝାଇଲା ପରେ ବି ଅରୁଣଙ୍କର ଗୋଟିଏ ଉତ୍ତର ନା । ଆଉ ସେଥିପାଇଁ ଏବେ ପୁରା ଚିନ୍ତାରେ ନବୀନ ପଟ୍ଟନାୟକ । ଏପଟେ ପୁରା ଓଡ଼ିଶାବାସୀ ଚାହିଁ ରହିଛନ୍ତି ନବୀନଙ୍କ ଉତ୍ତରାଧିକାରୀଙ୍କୁ ଦେଖିବାକୁ । କାରଣ ଭାଙ୍ଗିପଡ଼ିଥିବା ଦଳକୁ ପୁଣିଥରେ ସତେଜ ଦେଖିବାକୁ ଚାହୁଁଛନ୍ତି ବିଜେଡି ପ୍ରେମୀ । ହେଲେ ଏଭଳି ଆଶା ବୋଧ ହୁଏ ଆଉ ପୁରଣ ହେବ ନାହିଁ ।

ଚିନ୍ତାର କାରଣ ହେଉଛି ଯଦି ଦଳକୁ ନବୀନଙ୍କ ପରିବାରରୁ ବାହାରୁ କେହି ଆସନ୍ତି ତାହାଲେ ଦଳ ଅଳ୍ପ ଦିନ ମଧ୍ୟରେ ଭାଙ୍ଗିଯିବ । କାରଣ ଏମିତି ଅନେକ ନେତା ବିଜେଡିରେ ରହିଛନ୍ତି ଯେଉଁମାନେ ବିଜେଡିର ଶାସନ ଭାରକୁ ନିଜ ହାତକୁ ନେବାକୁ ଚାହିଁବେ । ଯାହା ବିଜେଡି ଦଳର ପତନରେ ବହୁତ ସହାୟକ ହେବ । କିନ୍ତୁ ଯଦି କେହି ନବୀନଙ୍କ ପରିବାରରୁ ଆସନ୍ତି ତାହାଲେ ଦଳ ଭାଙ୍ଗିବାରୁ ବଞ୍ଚିଯିବ ।

Get real time updates directly on you device, subscribe now.