fbpx

ଏବେ ହେଲମେଟ ଚିନ୍ତାରୁ ମିଳିବ ମୁକ୍ତି! ଜାଣନ୍ତୁ ଭାଇରାଲ ହେଉଥିବା ମେସେଜର ସତ୍ୟତା

ନୂଆଦିଲ୍ଲୀ: ସୋସିଆଲ ମିଡିଆ ହ୍ୱାଟ୍ସଆପରେ ଏବେ ଏକ ମେସେଜ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ମେସେଜରେ ଦାବି କରାଯାଇଛି ଯେ, ଏଣିକି ସମସ୍ତ ରାଜ୍ୟର ଦୁଇଚକିଆ ଗାଡି ଚାଳକମାନଙ୍କର ହେଲମେଟ ଚେକିଙ୍ଗ ବନ୍ଦ କରି ଦିଆଯିବ । ତେବେ ଏହାର ସତ୍ୟତା କେତେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଆପଣଙ୍କ ପାଖକୁ ବି ଏମିତି କିଛି ମେସେଜ ଆସିଛି କି? ତେବେ ଆସନ୍ତୁ ଜାଣିବା ଏହାର ପ୍ରକୃତ ସତ୍ୟତା ।

ପ୍ରକୃତରେ ଏହି ମେସେଜରେ ଦାବି ହେଉଥିବା କଥାର କୌଣସି ସତ୍ୟତା ନାହିଁ । ଏକ ଗୁଜବକୁ ନେଇ ଏହି ମେସେଜ ଭାଇରାଲ ହେବାରେ ଲାଗିଛି । ଏ ନେଇ ପିଆଇବିର ଫ୍ୟାକ୍ଟ ଚେକ ୱିଙ୍ଗ ସୂଚନା ଦେଇଛି । ସେ ଟ୍ୱିଟ କରି କହିଛନ୍ତି ଯେ, ଭାରତ ସରକାରଙ୍କ ତରଫରୁ ଏ ନେଇ କୌଣସି ନିର୍ଣ୍ଣୟ ନିଆଯାଇ ନାହିଁ । ଦୁଇ ଚକିଆ ଯାନରେ ହେଲମେଟ ଚେକିଙ୍ଗ ବ୍ୟାନ କରିବା କଥାକୁ ଗୁଜବ ବୋଲି କହିଛି ପିଆଇବି ଫ୍ୟାକ୍ଟ ଚେକ ୱିଙ୍ଗ ।

ଭାଇରାଲ ହେଉଥିବା ଏହି ମେସେଜରେ କୁହାଯାଇଛି, “ବ୍ରେକିଙ୍ଗ ନ୍ୟୁଜ. ହେଲମେଟ ମୁକ୍ତ. ସମସ୍ତ ରାଜ୍ୟରେ ଆଜି ପର୍ଯ୍ୟନ୍ତ ହେଲମେଟ ଚେକିଙ୍ଗ ଅନିବାର୍ଯ୍ୟ ରହିଥିଲା । ତେବେ ବର୍ତ୍ତମାନ ଏହା ଉପରେ ରୋକ ଲଗାଇଛନ୍ତି । ସାଗର କୁମାର ଜୈନଙ୍କ ଯାଚିକା ଅନୁସାରେ, ହେଲମେଟ ଚେକିଙ୍ଗ ମହାନଗରପାଳିକା ଅନ୍ତର୍ଗତ ହୋଇପାରିବ ନାହିଁ । ତେବେ ହାଇୱେ ବା ରାଜରାସ୍ତାରେ ହେଲମେଟ ପିନ୍ଧିବା ବାଧ୍ୟତାମୂଳକ ରହିବ । ଏହାପରେ ଯଦି କୌରସି ଟ୍ରାଫିକ ପୋଲିସ ଆପଣଙ୍କୁ ହେଲମେଟ ନ ପିନ୍ଧିବା ନେଇ ପ୍ରଶ୍ନ କରନ୍ତି, ତେବେ ଆପଣ କହିପାରିବେ କି ମୁଁ ମହାନଗରପାଳିକା, ନଗରପାଳିକା ପଞ୍ଚାୟତ ସମିତି ସହରର ନିୟମ ଭିତରେ ରହିଛି ।” ତେବେ ଏହି ଦାବି ଏକଦମ ଭୁଲ ଏବଂ ଗୁଜବ ବୋଲି ସ୍ପଷ୍ଟ କରାଯାଇଛି ।

Get real time updates directly on you device, subscribe now.