ଏଣିକି ହ୍ୱାଟ୍ସଆପରେ ନିଜର କମାଲ ଦେଖାଇବ ଏଆଇ! ବିଜନେସ ପାଇଁ ଆସିବ ଏହି ଦମଦାର ଫିଚର୍ସ

ନୂଆଦିଲ୍ଲୀ: ମେଟା ମାଲିକାନା ହ୍ୱାଟ୍ସଆପ୍ ନିଜ ଉପଭୋକ୍ତାମାନଙ୍କ ପାଇଁ ନୂଆ ନୂଆ ଫିଚର ଆଣିଥାଏ। ବର୍ତ୍ତମାନ କମ୍ପାନୀ ହ୍ୱାଟ୍ସଆପ୍ ବିଜନେସ ପାଇଁ ଏକ ନୂତନ ଫିଚର ଆଣିବାକୁ ଯାଉଛି, ଯାହା ହ୍ୱାଟ୍ସଆପ୍ ମାଧ୍ୟମରେ ବ୍ୟବସାୟ କରୁଥିବା ଲୋକଙ୍କୁ ବହୁତ ସୁବିଧା ଯୋଗାଇବ। ସ୍ୱୟଂଚାଳିତ ଉତ୍ତର ପାଇଁ କମ୍ପାନୀ ବର୍ତ୍ତମାନ AI କୁ ଏକୀକୃତ କରୁଛି। ଏହା ସହିତ ଗ୍ରାହକମାନେ ନିଜର କିଛି ପ୍ରଶ୍ନର ତୁରନ୍ତ ଉତ୍ତର ପାଇବାକୁ ସକ୍ଷମ ହେବେ ଏବଂ ଏହା ସେହି ବ୍ୟବସାୟ ଉପରେ ସେମାନଙ୍କର ବିଶ୍ୱାସ ବଢିବ।

ହ୍ୱାଟ୍ସଆପ୍ ୟୁଜର୍ସଙ୍କ ପାଇଁ ବିଜନେସ ପ୍ଲାଟଫର୍ମ କନେକ୍ସନ ଏବଂ AI ଚାଳିତ ଉତ୍ତରଗୁଡିକର ଫିଚର ଆଣିଛି। ବିଜନେସ ପ୍ଲାଟଫର୍ମ କନେକ୍ସନରେ ଉପଭୋକ୍ତାମାନଙ୍କର ଏକ ପ୍ରମୁଖ ସମସ୍ୟାର ସମାଧାନ ହୋଇଛି। ବିଜନେସ ପ୍ଲାଟଫର୍ମ ମାଧ୍ୟମରେ ନିଜର ଆକାଉଣ୍ଟ ପରିଚାଳନା କରୁଥିବା ୟୁଜର୍ସ ମୋବାଇଲ୍ ଆପ୍ ମାଧ୍ୟମରେ ନିଜର ହ୍ଵାଟ୍ସଆପ ଆକାଉଣ୍ଟକୁ ଆକ୍ସେସ କରିପାରୁ ନଥିଲେ। ନୂଆ ଫିଚର ଅନୁଯାୟୀ, QR କୋଡ୍ ସ୍କାନ କରିବା ପରେ ବ୍ୟବସାୟୀମାନେ ହ୍ଵାଟ୍ସଆପ ବିଜନେସ ଆପ୍ ଏବଂ ବ୍ୟବସାୟ ପ୍ଲାଟଫର୍ମରୁ ମୋବାଇଲରୁ ସିଧାସଳଖ ଆକାଉଣ୍ଟକୁ ଆକ୍ସେସ କରିପାରିବେ।

ତାଜା ଅପଡେଟରେ ୟୁଜର୍ସ ନିଜର ବିଜନେସ ପ୍ଲାଟଫର୍ମ ସହିତ AI କୁ ସଂଯୋଗ କରିବାକୁ ସମର୍ଥ ହେବେ। ଏହା ପରେ, AI ନିଜ ଗ୍ରାହକଙ୍କ ପଚରାଯାଇଥିବା ପ୍ରଶ୍ନର ଉତ୍ତର ଦେବାକୁ ସମର୍ଥ ହେବ। ଗ୍ରାହକଙ୍କୁ ମଧ୍ୟ କୁହାଯିବ ଯେ ଏହି ଉତ୍ତର ଏଆଇ ଦ୍ୱାରା ଦିଆଯାଇଛି। ବିଜନେସର customer serviceରେ ଉନ୍ନତି ଆଣିବା ପାଇଁ ଏହି ଫିଚର ଉପସ୍ଥାପିତ ହୋଇଛି। ଏହା ସହିତ ବ୍ୟବସାୟୀମାନେ ନିଜ ଗ୍ରାହକମାନଙ୍କ ସହିତ ଏକ ଉତ୍ତମ ଉପାୟରେ ଯୋଗାଯୋଗ କରିବାକୁ ସକ୍ଷମ ହେବେ ଏବଂ ସେମାନଙ୍କୁ ପ୍ରତିକ୍ରିୟା କରିବାର ସମୟ ମଧ୍ୟ ହ୍ରାସ ପାଇବ।