ୟୁଜର୍ସଙ୍କ ସବୁ ସମସ୍ୟାର ସମାଧାନ, WhatsAppରେ ଆସିବାକୁ ଯାଉଛି ସାନଦାର ଫିଚର
ହ୍ବାଟ୍ସଆପରେ ଆସିବ 2 ଟି ନୂଆ ଫିଚର । ଟେଷ୍ଟି ଜାରି ରଖିଛି କମ୍ପାନୀ ।
ନୂଆଦିଲ୍ଲୀ: ୟୁଜର୍ସଙ୍କୁ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ଚେଷ୍ଟା ଜାରି ରହିଛି ହ୍ବାଟ୍ସଆପ । ଏହି କ୍ରମରେ କମ୍ପାନୀ ପୁଣି ଦୁଇଟି ଫିଚର ଆଣିବାକୁ ଯାଉଛି । ଗୋଟିଏ ରୋଗୁଲାର ଚାଟ୍ ଇଭେଣ୍ଟ କ୍ରିଏଟ କରିବାର ସୁବିଧା ମିଳିବାକୁ ଥିବା ବେଳେ ଅନ୍ୟପଟେ ପୋଲ୍ ଅପ୍ସନରେ ଫଟୋଦେଇପାରିବେ ୟୁଜର୍ସ ।
ଏହି 2 ଫିଚର ୟୁଜର୍ସଙ୍କ ସମସ୍ୟା ଦୂର କରିବ ବୋଲି କୁହାଯାଉଛି । ବର୍ତ୍ତମାନ କମ୍ପାନୀ ଏ ଉପରେ କାର୍ଯ୍ୟ ଜାରି ରଖିଥିବା ବେଳେ ଖୁବଶୀଘ୍ର ଏହାକୁ ଲାଗୁ କରାଯିବ ବୋଲି କୁହାଯାଉଛି ।
ରେଗୁଲାର ଚାଟରେ ଇଭେଣ୍ଟ- ବର୍ତ୍ତମାନ ହ୍ବାଟ୍ସଆପ ଏହି ସୁବିଧା ଗ୍ରୁପ ଚାଟ ଏବଂ କମ୍ୟୁନୁଟି ଗ୍ରୁପରେ ଏହି ସୁବିଧା ମିଳିଥାଏ । ଏହି ଫିଚର ଆସିବା ପରେ ୟୁଜର୍ସଙ୍କୁ ଗ୍ୟାଲେରୀ, କ୍ୟାମେରା ଏବଂ ଲୋକେସନ ସହିତ ଇଭେଣ୍ଟର ଅପ୍ସନ ଦେଖାଇବ । ଏହା ଉପରେ କ୍ଲିକ କରି ଇଭେଣ୍ଟର ନାମ ଦେବାକୁ ହେବ ଏବଂ ଏହା ପରେ ତାରିଖ ବାଛିପାରିବେ । ଇଭେଣ୍ଟ ଶେଷ ହେବାର ସମୟ ମଧ୍ୟ ଲେଖିପାରିବେ ।
ପୋଲ୍ ବେଳେ ଫଟୋ ଦେଇପାରିବେ ୟୁଜର୍ସ- ଖୁବଶୀଘ୍ର ପୋଲରେ ଫଟୋ ଦେଇପାରିବେ ୟୁଜର୍ସ । ଚାନେଲ ଓନରଙ୍କୁ ସର୍ବଦା ଫଟୋ ଦେବାର ଅପ୍ସନ ମଳିବ । ବର୍ତ୍ତମାନ ଏଥିରେ କେବଳ ଟେକ୍ସ୍ଟ ଯାଉଥିବା ବେଳେ ବର୍ତ୍ତମାନ ଏଥିରେ ଫଟୋ ମଧ୍ୟ ଦେଇପାରିବେ ।