fbpx

ଅନ୍ତରିକ୍ଷରେ ମହାକାଶଚାରୀ କଣ ଖାଇଥାନ୍ତି ଓ କିପରି ହୋଇଥାଏ ସେମାନଙ୍କ ଖାଦ୍ୟ? ଜାଣନ୍ତୁ ବିସ୍ତୃତ ଭାବରେ…

ନୂଆଦିଲ୍ଲୀ: ପୃଥିବୀରୁ ଏବେ ଏକାଧିକ ସଂଖ୍ୟାରେ ମହାକାଶଚାରୀ ମାନେ ଅନ୍ତରିକ୍ଷକୁ ଯାତ୍ରା କରୁଛନ୍ତି ଓ ସେଠାରେ ସେମାନଙ୍କୁ ଅନେକ ସମସ୍ୟାକୁ ସମ୍ମୁଖୀନ ହେବାକୁ ପଡ଼ୁଛି । ଅନ୍ତରିକ୍ଷରେ ମାଇକ୍ରୋଗ୍ରାଭିଟି ଥିବା କାରଣରୁ ସେମାନଙ୍କ ଖାଦ୍ୟପାନ ଓ ଚଳଣି ସମ୍ପୂର୍ଣ୍ଣ ଭିନ୍ନ ରହିଥାଏ । ମହାକାଶଚାରୀ ମାନେ ଅନ୍ତରିକ୍ଷକୁ ଖାସ୍ ଜିନିଷ ସବୁ ନେଇକି ଯାଇଥାନ୍ତି ଓ ସେଠାକାର ଟଏଲେଟ୍ ବି ଅଲଗା ପ୍ରକାର ହୋଇଥାଏ । ସାଧାରଣତଃ ଲୋକମ।।ନଙ୍କ ମନରେ ମହାକାଶଚାରୀଙ୍କ ରହଣିସହଣି ସମ୍ପର୍କରେ ଜାଣିବାକୁ ଅନେକ ଇଚ୍ଛା ରହିଛି ଓ ଅନେକ ପ୍ରଶ୍ନ ବି ରହିଛି । କିପରି ଶୋଇଥାନ୍ତି? କଣ ଖାଇଥାନ୍ତି? ଟାଇମ୍ ପାସ୍ କିପରି କରନ୍ତି? ଇତ୍ୟାଦି । ଏହି ଖବର ମାଧ୍ୟମରେ ଜାଣିବା ମହାକାଶଚାରୀଙ୍କ ଜୀବନଶୈଳୀ ସହ ଜଡ଼ିତ କିଛି କଥା ସମ୍ପର୍କରେ ।

ଆଗରୁ ମହାକାଶଚାରୀଙ୍କୁ ଅନ୍ତରିକ୍ଷରେ ଖାଦ୍ୟପେୟରେ ଅନେକ ସମସ୍ୟା ହେଉଥିଲା । କୁହାଯାଉଛି ଯେ, ଆଗରୁ ସଫ୍ଟ ଫୁଡ୍ କିମ୍ବା ବେବି ଫୁଡ୍ ନେଇ ଯାଉଥିଲେ । ତାକୁ ପୁଣି ଟ୍ୟୁବ୍ ଜରିଆରେ ଖାଇବାକୁ ପଡ଼ୁଥିଲା । କିନ୍ତୁ ବର୍ତ୍ତମାନ ସମୟ ବଦଳିବା ସହିତ ପ୍ରଯୁକ୍ତିବିଦ୍ୟାରେ ଅନେକ ବିକାଶ ଘଟିଛି । ଏବେ ମହାକାଶଚାରୀ ମାନେ ଥର୍ମୋ-ଷ୍ଟାବଲାଇଜ୍ଡ(ହିଟ୍ ପ୍ରୋସେସ୍ଡ ଫୁଡ୍), କମ୍ ଆଦ୍ରଯୁକ୍ତ ଖାଦ୍ୟ ନେଇଥାନ୍ତି । ଖାଲି ସେତିକି ନୁହେଁ ଖାସ୍ ମହାକାଶଚାରୀଙ୍କ ପାଇଁ ସ୍ୱତନ୍ତ୍ର ଭାବରେ ଖାଇବା ପ୍ରସ୍ତୁତ କରାଯାଏ । ଯେଉଁଥିରେ ପାଣି ନଥାଏ ଓ ଫଳ ପରି ଖିଆଯାଇଥାଏ ।

ଏହାସହିତ କିଛି ଖାଦ୍ୟକୁ ପାଣି ସହାୟତାରେ ଖାଇଥାନ୍ତି । ଏଥିପାଇଁ ଖାସ୍ ଇଞ୍ଜେକ୍ସନ୍ ରହିଛି ଯାହାକୁ ସ୍ୱତନ୍ତ୍ର ଭାବରେ ପ୍ୟାକ୍ କରିନେଇଥାନ୍ତି ମହାକାଶଚାରୀ । ସେହିପରି ମଞ୍ଜି ଜାତୀୟ ଖାଦ୍ୟକୁ ଖାସ୍ ଭାବରେ ପ୍ୟାକିଂ କରିନେଇଥାନ୍ତି । ତେବେ ଅନ୍ତରିକ୍ଷରେ ଖାଦ୍ୟକୁ ମହାକାଶଚାରୀ ମାନେ ନିଜର ଓଜନ ହିସାବରେ ସେବନ କରିଥାନ୍ତି । ସୀମିତ ମାତ୍ରାରେ ହିଁ ଖଆଇପାରିବେ ।

Get real time updates directly on you device, subscribe now.