(Video)ନରେନ୍ଦ୍ର ମୋଦୀଙ୍କ ପାଦ ଛୁଇଁବାକୁ ଯାଉଥିଲେ ନୀତିଶ, ତା’ପରେ କ’ଣ କଲେ ପ୍ରଧାନମନ୍ତ୍ରୀ ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଏନଡିଏ ସଂସଦୀୟ ଦଳ ବୈଠକରେ ବିହାରର ମୁଖ୍ୟମନ୍ତ୍ରୀ ଓ ଜେଡି(ୟୁ) ମୁଖ୍ୟ ନୀତିଶ କୁମାର ନରେନ୍ଦ୍ର ମୋଦୀଙ୍କୁ ଲୋକସଭାର ନେତା, ବିଜେପି ଓ ଏନଡିଏ ସଂସଦୀୟ ଦଳ ନେତା ଭାବରେ ଚୟନ କରାଯିବା ପ୍ରସ୍ତାବକୁ ସମର୍ଥନ କରି ଜୋରଦାର ଭାଷଣ ଦେଇଛନ୍ତି । ସେ କହିଛନ୍ତି ଆମ ଦଳ ମୋଦୀଜୀଙ୍କୁ ପ୍ରଧାନମନ୍ତ୍ରୀ ପଦ ଲାଗି ଜୋରଦାର ସମର୍ଥନ କରୁଛି । ସେ କହିଛନ୍ତି ମୋଦୀଜୀ ପୁରା ଦେଶର ସେବା କରିଛନ୍ତି ଓ ଆମେ ସଂପୂର୍ଣ୍ଣ ଭାବରେ ତାଙ୍କ ସହ ରହିବୁ । ଲୋକମାନେ ଆମ ମେଣ୍ଟକୁ ନେଇ କେବଳ ଗୁଜବ ପ୍ରଚାର କରୁଛନ୍ତି ।

ତେବେ ଏନଡିଏ ସଂସଦୀୟ ଦଳ ବୈଠକରେ ନିଜ ଭାଷଣ ପରେ ଯେତେବେଳେ ନୀତିଶ କୁମାର ମଞ୍ଚ ଆଡକୁ ଫେରିଆସିଲେ ଏହି ସମୟରେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଦ ଛୁଇଁବାକୁ ଚେଷ୍ଟା କରିଥିଲେ । ନୀତିଶ ଯେତେବେଳେ ତାଙ୍କ ପାଦ ଛୁଇଁବାକୁ ଆଗେଇଛନ୍ତିି ସେତେବେଳେ ମୋଦୀ ତାଙ୍କ ଦୁଇ ହାତକୁ ଧରି ଦେଇଛନ୍ତି ଓ ତାଙ୍କ ସହ ବେଶ୍ ଖୁସିର ସହ ହାତ ମିଳାଇଛନ୍ତି । ଏହାପରେ ସେ ମୁଣ୍ଡ ନୁଆଁଇ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ୍ ହେବାରେ ଲାଗିଛି । ଏଠାରେ ସୂଚାଇ ଦିଆଯାଇପାରେ କି ମୁଖ୍ୟମନ୍ତ୍ରୀ ନୀତିଶ କୁମାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଠାରୁ ଏକ ବର୍ଷ ସାନ ଅଟନ୍ତି ।

Get real time updates directly on you device, subscribe now.