fbpx

ରାବଣ ଦହନ କେବେ, କେମିତି ଓ କେଉଁଠି ପ୍ରଥମେ ହୋଇଥିଲା, ଜାଣନ୍ତି କି?

ଭୁବନେଶ୍ୱର: ଆଜି ଦଶହରାର ଅନ୍ତିମ ଦିବସ । ମଣ୍ଡପରେ ଦଶମୀ ପୂଜା ସହ ରାବଣ ପୋଡି ଉତ୍ସବ ପରେ ଶେଷ ହେବ ଏହି ପର୍ବ । ଆଜିକାଲି ଦେଶର ବିଭିନ୍ନ ସ୍ଥାନରେ ଏହି ରାବଣ ପୋଡି ଉତ୍ସବ ଅନୁଷ୍ଠିତ ହେଉଛି । ତେବେ ରାବଣ ପୋଡି ପରମ୍ପରା ଓ ଇତିହାସ ପୁରୁଣା ନୁହେଁ । ଦେଶ ସ୍ୱାଧୀନ ହେବା ପରଠାରୁ ଏହାକୁ ପାଳନ କରାଯାଉଛି । ଆସନ୍ତୁ ଜାଣିବା କେବେ ଓ କାହିଁକି ରାବଣ ପୋଡି ପରମ୍ପରାର ଆରମ୍ଭ ହେଲା ।

ତେବେ ପ୍ରଥମ ଥର ପାଇଁ ବିହାରର ଏକ ସ୍ଥାନରେ ରାବଣ ପୋଡି ଅନୁଷ୍ଠିତ ହୋଇଥିଲା । ଏହି ସ୍ଥାନଟି ଏବେ ଝାରଖଣ୍ଡ ଅଧୀନରେ ରହିଛି । ଏହାର ତଥ୍ୟଗତ ପ୍ରମାଣ ନାହିଁ । ତେବେ ଲୋକକଥା ଅନୁଯାୟୀ ରାବଣ ଦହନ ପ୍ରଥମେ ରାଞ୍ଚିରେ ହୋଇଥିଲା ସ୍ୱାଧୀନତାର ପରବର୍ଷ, ଅର୍ଥାତ୍ ୧୯୪୮ରେ । ଅବିଭକ୍ତ ବିହାରରେ ଥିବା ରାଞ୍ଚି ଏବେ ଝାରଖଣ୍ଡର ରାଜଧାନୀ ହୋଇଛି ।

୧୯୪୮ରେ ଭାରତ ପାକିସ୍ତାନ ବିଭାଜନ ପରେ ପାକିସ୍ତାନରୁ ଆସିଥିବା କିଛି ଶରଣାର୍ଥୀଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭିକ ଦିନରେ ଏହାକୁ ଅତି ଛୋଟମୋଟ ଭାବେ ପାଳନ କରାଯାଉଥିଲା, କିନ୍ତୁ ପରବର୍ତ୍ତୀ ସମୟରେ ଦେଶବ୍ୟାପୀ ଦଶହରାର ମୁଖ୍ୟ ଆକର୍ଷଣ ପାଲିଟି ଗଲା । ଏଥିପାଇଁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଗଲା ।

ଜାତୀୟ ରାଜଧାନୀ ଦିଲ୍ଲୀରେ ରାମଲୀଳା ମୈଦାନରେ ପ୍ରଥମ ଥର ପାଇଁ ଏହି କାର୍ଯ୍ୟକ୍ରମ ୧୯୫୩ ମସିହାରେ ହୋଇଥିଲା । ଏହି ରାବଣ ପିତୁଳାକୁ ବାଉଁଶ ଓ କପଡା ଦ୍ୱାରା ପ୍ରସ୍ତୁତ କରାଯାଇଥିଲା ।

 

Get real time updates directly on you device, subscribe now.