fbpx

7th Pay Commission: କେବେ ମହଙ୍ଗା ଭତ୍ତା ବୃଦ୍ଧି କରିବେ କେନ୍ଦ୍ର ସରକାର? ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ନୂଆଦିଲ୍ଲୀ: କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଆସିଛି ଏକ ବଡ ଖୁସି ଖବର । କେନ୍ଦ୍ର ସରକାରଙ୍କ ଦ୍ୱାରା ଖୁବ୍ ଶୀଘ୍ର ମହଙ୍ଗା ଭତ୍ତା (DA)ଲାଗୁ କରାଯିବ । ଏହି ଭତ୍ତା ଜୁଲାଇ ମାସ ଶେଷ କିମ୍ବା ଅଗଷ୍ଟ ମାସ ଆରମ୍ଭରୁ ଲାଗୁ କରାଯାଇପାରେ ବୋଲି ଆଶା କରାଯାଉଛି । କେନ୍ଦ୍ର ସରକାର ବର୍ଷକୁ ଦୁଇଥର ଲେଖାଏଁ କର୍ମଚାରୀଙ୍କ୍ ଡିଏ ବୃଦ୍ଧି କରିଥାନ୍ତି । ଚଳିତ ବର୍ଷ ଜାନୁଆରୀ ମାସରେ ମହଙ୍ଗା ଭତ୍ତା ବୃଦ୍ଧି କରାଯାଇଥିଲା । ଏବେ ଜୁଲାଇ ମାସରେ ଏହା ପୁଣିଥରେ ବୃଦ୍ଧି ଘଟିବା ନେଇ ଅନୁମାନ କରାଯାଉଛି ।

ସୂଚନା ଅନୁଯାୟୀ, ଗତ ଥର ପରି ଏଥର ମଧ୍ୟ ସରକାର ଡିଏକୁ ୪ପ୍ରତିଶତ ବୃଦ୍ଧି କରିପାରନ୍ତି । ଏଭଳି ପରିସ୍ଥିତିରେ କେନ୍ଦ୍ରୀୟ କର୍ମଚାରୀଙ୍କ ଭତ୍ତା ୪୬ ପ୍ରତିଶତକୁ ବୃଦ୍ଧି ପାଇବ ଯାହା ବର୍ତ୍ତମାନ ୪୨ପ୍ରତିଶତ ଅଛି । ତେବେ କେନ୍ଦ୍ର ସରକାର ଯେକୌଣସି ସସମୟରେ ମହଙ୍ଗା ଭତ୍ତା ବୃଦ୍ଧି କରିପାରନ୍ତି । ସୂଚନା ଅନୁସାରେ, ଆସନ୍ତା ସେପ୍ଟେମ୍ବରରୁ ଅକ୍ଟୋବର ମାସ ମଧ୍ୟରେ ସପ୍ତମ ବେତନ ଆୟୋଗ ଅଧୀନରେ ମହଙ୍ଗା ଭତ୍ତା ବୃଦ୍ଧି ନେଇ ଘୋଷଣା କରାଯାଇପାରେ । ଏହି ଭତ୍ତା ବୃଦ୍ଧିରେ ୪୭.୫୮ଲକ୍ଷ କର୍ମଚାରୀ ଓ ୬୯.୭୬ଲକ୍ଷ ପେନସନଧାରୀ ଉପକୃତ ହେବେ । ତେବେ କେନ୍ଦ୍ର ସରକାର ଡିଏ ବୃଦ୍ଧି କରିବା ପୂର୍ବରୁ ଅନେକ ରାଜ୍ୟ ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି । ନିକଟରେ ମଧ୍ୟପ୍ରଦେଶ ସରକାରଙ୍କ ଦ୍ୱାରା ମହଙ୍ଗା ଭତ୍ତା ବୃଦ୍ଧି କରାଯାଇଛି । ଏହି ପର୍ଯ୍ୟାୟରେ ଭତ୍ତା ୪ ପ୍ରତିଶତ ବୃଦ୍ଧି କରିଛନ୍ତି ମଧ୍ୟପ୍ରଦେଶ ସରକାର ।

ଏଥିସହିତ ଓଡିଶା ସରକାର ମଧ୍ୟ ଡିଏକୁ ୩୮ପ୍ରତିଶତରୁ ୪୨ପ୍ରତିଶତକୁ ବୃଦ୍ଧି କରିଛନ୍ତି । କର୍ଣ୍ଣାଟକ ସରକାର ଡିଏ ୩୧ପ୍ରତିଶତରୁ ୩୫ ପ୍ରତିଶତକୁ ବୃଦ୍ଧି କରିଛନ୍ତି । ସେହିପରି ଝାଡଖଣ୍ଡ ଓ ହିମାଚଳ ପ୍ରଦେଶ ସରକାରଙ୍କ ଦ୍ୱାରା ମଧ୍ୟ ମହଙ୍ଗା ଭତ୍ତା ବୃଦ୍ଧି କରାଯାଇଛି । ତେବେ ଏଥର କେବଳ ମହଙ୍ଗା ଭତ୍ତା ନୁହେଁ ବରଂ କର୍ମଚାରୀଙ୍କ ଘର ଭଡା ମଧ୍ୟ ବୃଦ୍ଧି ପାଇଁ ସରକାର ନିଷ୍ପତ୍ତି ନେଇପାରନ୍ତି ।

Get real time updates directly on you device, subscribe now.