(video)ବାହାଘର ପରେ ପ୍ରେମିକା ମାଳଦ୍ୱୀପ ହନିମୁନ୍ ଯିବ ବୋଲି କହିବାରୁ ବିବାହ ଭାଙ୍ଗିଦେଲା ପ୍ରେମିକ, ଭାଇରାଲ୍ ହେଉଛି ଭିଡିଓ

ନୂଆଦିଲ୍ଲୀ: ଯେବେଠାରୁ ସୋସିଆଲ ମିଡିଆରେ #bycottmaldives ଟ୍ରେଣ୍ଡ କରିବାରେ ଲାଗିଛି ସେବେଠାରୁ ଦୁଇ ଦେଶର ଟ୍ରୋଲ ଆର୍ମି ବେଶ୍ ସକ୍ରିୟ ହୋଇଯାଇଛନ୍ତି । ଭାରତରେ ଏହି ମାମଲାରେ ସମସ୍ତେ ଏକଜୁଟ ହୋଇଯାଇଛନ୍ତି ଓ ମାଲଦ୍ୱୀପ ଯିବା ପରିବର୍ତ୍ତେ ଲାକ୍ଷାଦ୍ୱୀପ ଯିବାକୁ ଯୋଜନା କରୁଛନ୍ତି । ତେବେ ଏହି ମାମଲାକୁ ନେଇ ସୋସିଆଲ ମିଡିଆରେ ଏକ ଭିଡିଓ ଟ୍ରେଣ୍ଡ କରିବାରେ ଲାଗିଛି । ଭିଡିଓରେ ଦେଖିବାକୁ ମିଳୁଛି ଜଣେ ଯୁବକ ନିଜ ବିବାହ ଏଇଥିପାଇଁ କ୍ୟାନସେଲ କରୁଛନ୍ତି କି ତାଙ୍କର ଭାବି ପତ୍ନୀ ବିବାହ ପରେ ମାଳଦ୍ୱୀପ ହନିମୁନରେ ଯିବେ ବୋଲି କହିଦେଲେ । ଭିଡିଓକୁ ଲୋକମାନେ ଏବେ ଜୋରଦାର ସେୟାର କରୁଛନ୍ତି ।

ଭିଡିଓରେ ଦେଖିବାକୁ ମିଳୁଛି କି ଜଣେ ଯୁବକ ଓ ଯୁବତୀ ଆରେଞ୍ଜ ମ୍ୟାରେଜ୍ ଲାଗି ପରସ୍ପରକୁ ଭେଟିବାକୁ ଏକ କାଫେକୁ ଆସିଛନ୍ତି । ଏହି ସମୟରେ ସେମାନଙ୍କ ପାଖକୁ ଜଣେ ୱେଟର ଆସି ଅର୍ଡର ନେଉଛନ୍ତି । ଏହାପରେ ଯୁବକ ଓ ଯୁବତୀ ଅଦା ଚା’ ପାଇଁ ଅର୍ଡର କରୁଛନ୍ତି । ଏହାପରେ ସେମାନେ ପରସ୍ପରର ଲାଇକ୍ ଓ ଡିସଲାଇକ୍ ବିଷୟରେ ଆଲୋଚନା କରୁଛନ୍ତି । ଏହି ସମୟରେ ସେମାନେ ପରସ୍ପରର ପ୍ରିୟ ଖାଦ୍ୟ, ଟିଭି ସିରିଜ୍ ଓ ଶୋ’ ବିଷୟରେ ପଚାରି ବୁଝୁଛନ୍ତି । ଉଭୟଙ୍କ ଉତ୍ତର ସମାନ ରହୁଛି । ଏହାପରେ ଯୁବକ ଗୋଲାପ ଫୁଲ କାଢି ଯୁବତୀଙ୍କୁ ଦେଉଛି । ଯୁବତୀ ଖୁସି ହୋଇଯାଉଛନ୍ତି । ଏହାପରେ ଯୁବକ ତାଙ୍କୁ ପଚାରୁଛନ୍ତି କି ତୁମକୁ ବିଚ୍ କି ପାହାଡ କେଉଁଟି ଅଧିକ ପସନ୍ଦ । ଯୁବତୀ ବିଚ୍ କହିବା ପରେ ଯୁବକ ପକେଟ୍‌ରୁ ମୁଦି ବାହାର କରି ଯୁବତୀଙ୍କୁ ପିନ୍ଧାଇ ଦେଉଛନ୍ତି ।

ଯୁବକ ଯୁବତୀଙ୍କୁ ଶେଷ ପ୍ରଶ୍ନ ପଚାରୁଛନ୍ତି କି ବିବାହ ପରେ ତୁମେ କେଉଁଠିକୁ ହନିମୁନରେ ଯିବାକୁ ପସନ୍ଦ କରିବ । ଯୁବତୀ ଏହାର ଉତ୍ତରରେ ମାଳଦ୍ୱୀପ କହିଦେବାରୁ ସବୁକିଛି ଓଲଟପାଲଟ ହୋଇଯାଇଥିଲା । ଯୁବକ ଯୁବତୀଙ୍କ ସହ ବିବାହ କ୍ୟାନସେଲ କରି ଦେଇଥିଲେ ଓ ସେଠାରୁ ଉଠି ଚାଲି ଯାଇଥିଲେ । ତେବେ ଏହି ଭିଡିଓଟିକୁ କେବଳ ଟ୍ରୋଲ କରିବା ଉଦ୍ଦେଶ୍ୟରେ ତିଆରି କରାଯାଇଛି ଓ ଏହାର ବାସ୍ତବିକତା ସହ କୌଣସି ସଂପର୍କ ନାହିଁ ।