ଏବେଠୁ ଜାଣନ୍ତୁ, କେଉଁ ଦିନ ଘୋଷଣା ହେବ ଏସିଆ କପ୍ ପାଇଁ ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମ୍ ବର୍ତ୍ତମାନ ବିଶ୍ରାମ ନେଉଛି।  ଇଂଲଣ୍ଡ ବିପକ୍ଷରେ ପାଞ୍ଚଟିକିଆ ଟେଷ୍ଟ ମ୍ୟାଚ୍ ର ଲମ୍ୱା ସିରିଜ୍ ସରିବା ପରେ ଟିମ୍ ଇଣ୍ଡିଆର ଖେଳାଳିମାନେ ବର୍ତ୍ତମାନ ବିଶ୍ରାମ ନେଉଛନ୍ତି।

ପୂର୍ବ କାର୍ଯ୍ୟସୂଚୀ ଅନୁଯାୟୀ, ଟିମ୍ ଇଣ୍ଡିଆ ଅଗଷ୍ଟରେ ବାଂଲାଦେଶ ଯିବାର ଥିଲା, କିନ୍ତୁ ଏହି ଗସ୍ତ ସ୍ଥଗିତ ରଖାଯାଇଛି।  ଏହାର ଅର୍ଥ ହେଉଛି ଯେ ଭାରତୀୟ ଦଳ ଅଗଷ୍ଟ ମାସରେ କୌଣସି ମ୍ୟାଚ୍ ଖେଳିବ ନାହିଁ।

ହେଲେ ଆସନ୍ତା ସପ୍ତାହ ଅର୍ଥାତ୍ ଏହି ଅଗଷ୍ଟ ମାସ କ୍ରିକେଟ୍ ପ୍ରେମୀଙ୍କୁ ଖୁସି ଦେଇପାରେ। କାରଣ ଏସିଆ କପ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା ହୋଇପାରେ।

ଟିମ୍ ଇଣ୍ଡିଆ ଘୋଷଣା: ଏଥର ଟି-୨୦ ଫର୍ମାଟରେ ହେବାକୁ ଥିବା ଏସିଆ କପ୍ ୯ ସେପ୍ଟେମ୍ୱରରୁ ଆରମ୍ଭ ହେବ। ଆଉ ଟିମ୍ ଇଣ୍ଡିଆର ପ୍ରଥମ ମ୍ୟାଚ୍ ସେପ୍ଟେମ୍ୱର ୧୦ରେ ହେବ। ଅର୍ଥାତ୍ ଏହି ଅଗଷ୍ଟ ମାସରେ ହିଁ ସବୁ ଦଳ ଘୋଷଣା କରାଯିବ।

ଏଥର ଏସିଆ କପ୍ ର ସମସ୍ତ ମ୍ୟାଚ୍ ଦୁବାଇ ଏବଂ ଆବୁଧାବିରେ ଖେଳାଯିବ। ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀ, ୧୯ କିମ୍ବା ୨୦ ଅଗଷ୍ଟରେ ଏସିଆ କପ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା କରାଯିବ।

ସୂର୍ଯ୍ୟକୁମାର ଯାଦବଙ୍କ ରିପୋର୍ଟକୁ ଅପେକ୍ଷା: ଟିମ୍ ଇଣ୍ଡିଆ କେବେ ଘୋଷଣା କରାଯିବ ତାହା ମୁଖ୍ୟତଃ ଚୟନ କମିଟିଙ୍କ ଉପରେ ନିର୍ଭର କରେ। କୁହାଯାଉଛି ଦଳର କୌଣସି ଖେଳାଳିଙ୍କ ଆହତ କିମ୍ୱା କୌଣସି ସମସ୍ୟା ଦେଇ ଗତି କରୁଥିବା ଖେଳାଳିଙ୍କ ରିପୋର୍ଟ ଉପରେ ନିର୍ଭର କରେ।

ଯଦି ରିପୋର୍ଟ ଡେରିରେ ମିଳେ ତେବେ ଦଳର ଘୋଷଣା ମଧ୍ୟ ଟିକେ ବିଳମ୍ବ ହୋଇପାରେ। ବିଶେଷକରି ସମସ୍ତଙ୍କ ନଜର ସୂର୍ଯ୍ୟକୁମାର ଯାଦବଙ୍କ ଉପରେ ରହିବ, ଯିଏ ଅସ୍ତ୍ରୋପଚାର ପରେ ଜର୍ମାନୀରୁ ଫେରିଛନ୍ତି।

ଯଦିଓ ସେ ନେଟ୍ସକୁ ଯାଇ ତାଙ୍କ ବ୍ୟାଟିଂ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି, କିନ୍ତୁ NCA ଦ୍ୱାରା ରିପୋର୍ଟ ପ୍ରକାଶ ନହେବା ପର୍ଯ୍ୟନ୍ତ କିଛି କହିହେବ ନାହିଁ।

ଭାରତୀୟ ଦଳର ନେତୃତ୍ୱ: ଏପର୍ଯ୍ୟନ୍ତ ଏହା ବିଶ୍ୱାସ କରାଯାଉଛି ଯେ ସୂର୍ଯ୍ୟକୁମାର ଯାଦବ ଏସିଆ କପରେ ଭାରତୀୟ ଦଳର ନେତୃତ୍ୱ ନେବେ। ଯାହାର ଅର୍ଥ ହେଉଛି ତାଙ୍କ ପାଇଁ ସମୟସୀମା ମଧ୍ୟରେ ଫିଟ୍ ହେବା ବହୁତ ଗୁରୁତ୍ୱପୂର୍ଣ୍ଣ।

ଯଦି ସୂର୍ଯ୍ୟ ଫିଟ୍ ହୁଅନ୍ତି, ତେବେ ତାଙ୍କ ସହ କଥା ହେବା ପରେ ଦଳ ଚୟନ କରାଯିବ। ଏଥର ଟିମ୍ ଇଣ୍ଡିଆର ଚୟନ ମଧ୍ୟ ଚୟନକର୍ତ୍ତାଙ୍କ ପାଇଁ ସହଜ ହେବ ନାହିଁ।

ସମାନ ସଂଖ୍ୟା ପାଇଁ ଦୁଇରୁ ତିନି ଜଣ ଖେଳାଳି ସେମାନଙ୍କର ଦାବି ଉପସ୍ଥାପନ କରୁଛନ୍ତି। ଚୟନକର୍ତ୍ତାଙ୍କୁ ସେମାନଙ୍କ ମଧ୍ୟରୁ ଜଣଙ୍କୁ ବାଛିବାକୁ ପଡିବ।

ଏବେ ଦେଖିବାକୁ ବାକି ଅଛି ଯେ ଦଳ ୧୯ କିମ୍ବା ୨୦ ଅଗଷ୍ଟରେ ଘୋଷଣା ହେଉଛୀ ନା ଆମକୁ ଏଥିପାଇଁ ଆହୁରି ଅପେକ୍ଷା କରିବାକୁ ପଡିବ। ଆଉ ଯଦି ହେଉଛି ଏହି ଟିମରେ କେଉଁମାନେ ରହୁଛନ୍ତି।