fbpx

କେବେ ମିଳିବ ପ୍ରଧାନମନ୍ତ୍ରୀ କୃଷକ ଯୋଜନାର ୧୭ତମ କିସ୍ତି, ତାରିଖ ଘୋଷଣା କଲେ ସରକାର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କୃଷକ ଯୋଜନାର ଲାଭାର୍ଥୀଙ୍କ ଲାଗି ଆସିଲା ବଡ ଖୁସି ଖବର । ଦେଶର କୋଟି କୋଟି କୃଷକଙ୍କ ଖାତାରେ ଆଗାମୀ ସପ୍ତାହରେ ୧୭ ତମ କିସ୍ତି ପ୍ରଦାନ କରାଯିବ ଅର୍ଥାତ୍ ସରକାର ପିଏମ୍ କିଷାନ କିସ୍ତି ଜାରି କରିବାର ତାରିଖ ଫାଇନାଲ କରି ଦେଇଛନ୍ତି । ମୋଦୀ ଆଗାମୀ ସପ୍ତାହ ଜୁନ୍ ୧୮ରେ ବାରଣାସୀରୁ ପ୍ରଧାନମନ୍ତ୍ରୀ କୃଷକ ଯୋଜନାର ୧୭ତମ କିସ୍ତି ପ୍ରଦାନ କରିବେ । ଏହା ଜରିଆରେ ୯.୩ କୋଟି କୃଷକଙ୍କୁ ପ୍ରାୟ ୨୦,୦୦୦କୋଟି ଟଙ୍କା ପ୍ରଦାନ କରାଯିବ ।

ଏଠାରେ ସୂଚାଇ ଦିଆଯାଇପାରେ କି ପ୍ରଧାନମନ୍ତ୍ରୀ କୃଷକ ଯୋଜନା ବିଶ୍ୱର ସବୁଠାରୁ ବଡ ଡିବିଟି ଯୋଜନା । ଏହି ଯୋଜନା ଜରିଆରେ କୃଷକଙ୍କୁ ବାର୍ଷିକ ୬,୦୦୦ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଥାଏ । ଏହି ୬,୦୦୦ଟଙ୍କା କୃଷକ ନିଜର ଚାଷ ସମ୍ବନ୍ଧିତ ବିଭିନ୍ନ କାର୍ଯ୍ୟ ଯେପରିକି ସାର, ବିହନ, କୀଟନାଶକ ଆଦି କିଣିବାରେ ଉପଯୋଗ କରିଥାଏ ।

ଏଠାରେ ସୂଚାଇ ଦିଆଯାଇପାରେ କି ଲଗାତର ତୃତୀୟ ଥର ପ୍ରଧାନମନ୍ତ୍ରୀ ହେବା ପରେ ମୋଦୀ ପ୍ରଥମେ ଯେଉଁ ଫାଇଲ୍‌ରେ ଦସ୍ତଖତ କରିଥିଲେ ତାହା ପିଏମ୍ କିଷାନ ନିଧିର ୧୭ତମ କିସ୍ତି ପ୍ରଦାନ ସମ୍ବନ୍ଧିତ ଥିଲା ।

Get real time updates directly on you device, subscribe now.