fbpx

ସୁନାଥାଳି ଗଲା କୁଆଡେ: ମହାପ୍ରଭୁଙ୍କୁ ସୁନାଥାଳିରେ କାହିଁକି ଲାଗୁନି ଖେଚୁଡି ଭୋଗ

ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଖେଲିବା ନେଇ ଏବେ ସାରା ରାଜ୍ୟ ଚଳଚଞ୍ଚଳ ହୋଇଉଠିଛି । ବର୍ତ୍ତମାନ ମହାପ୍ରଭୁଙ୍କ ସୁନା ଥାଳି ଗାଏବ ହେବାନେଇ ପୁଣି ବିବାଦ ତେଜିଛି । ଶ୍ରୀମନ୍ଦିର ଇତିହାସରୁ ଜଣାପଡିଛି ଯେ, ମହାପ୍ରଭୁ ୪ଟି ସୁନାଥାଳିରେ ପ୍ରତ୍ୟେକ ଦିନ ଖେଚୁଡି ଭୋଗ ଖାଇଥାନ୍ତି । ସକାଳ ଧୂପଠାରୁ ଆରମ୍ଭ କରି ମଧ୍ୟାହ୍ନ ଧୂପ ଏବଂ ସନ୍ଧ୍ୟା ଧୂପରେ ସୁନାଥାଳିରେ ଖେଚୁଡି ଭୋଗ ଖାଇଥାନ୍ତି । କିନ୍ତୁ ଏବେ ଦେଖାଦେଇଛି ଯେ ମହାପ୍ରଭ ଆଉ ସୁନାଥାଳିରେ ଆଉ ଖେଚୁଡି ଖାଉନାହାନ୍ତି । ଏବେ ସମୟ ଆସିଛି ରତ୍ନଭଣ୍ଡାରରେ ଥିବା ସୁନାଥାଳିକୁ କାଢି ମହାପ୍ରଭୁଙ୍କୁ ସୁନାଥାଳିରେ ଖେଚୁଡି ଭୋଗ ଲଗାଇବା ଲାଗି ।

ଏବେ ସେବାୟତମାନେ ପ୍ରଶ୍ନ କରିଛନ୍ତି ଯେ, ପ୍ରଭୁଙ୍କ ସୁନାଥାଳି ଗଲା କୁଆଡେ । ପ୍ରତ୍ୟେକ ଦିନ ମହାପ୍ରଭୁଙ୍କୁ ସୁନାଥାଳି କାହିଁକି ଭୋଗ ଲାଗୁନି । ସୁନାଥାଳି ରତ୍ନଭଣ୍ଡାରରେ ଅଛି କି ନାହିଁ । ରତ୍ନଭଣ୍ଡାରରୁ ଅସ୍ଥାୟୀ ରତ୍ନ ଭଣ୍ଡାରକୁ ମହାପ୍ରଭୁଙ୍କ ସ୍ୱର୍ଣ୍ଣ ଅଳଙ୍କାର ସ୍ଥାନାନ୍ତରଣ ହୋଇଥିଲା ବେଳେ ପ୍ରଭୁଙ୍କ ସୁନାଥାଳି ଥିଲା କି ନାହିଁ ଏନେଇ ସେବାୟତମାନେ ପ୍ରଶ୍ନ କରିଛନ୍ତି ।

ସେହିପରି ଗୁରୁବାର ରତ୍ନଭଣ୍ଡାର ଭିତରେ ଯାଞ୍ଚକାରୀ ଟିମ୍ ଦ୍ୱାରା ରତ୍ନଭଣ୍ଡାର ଭିିିିିିତରେ ଦ୍ୱିତୀୟ ରତ୍ନ ଭଣ୍ଡାର ଖେଲାଯାଇଥିଲା । ସେଥିରୁ ୩ଟି ସିନ୍ଧୁକ ଏବଂ ୪ଟି ଆଲମାରୀ ଥିବାର ଭଣ୍ଡାର ଯାଞ୍ଚକାରି ଟିମ୍ ଦେଖିଥିଲେ । ଭିତର ରତ୍ନଭଣ୍ଡାର ଭିତରେ ପ୍ରଭୁଙ୍କର ଖଟୁଲି ଥିବାର ଦେଖିବାକୁ ମିଳିଥିଲା । ରତ୍ନ ଭଣ୍ଡାରରୁ ମଧ୍ୟ ପ୍ରାଚୀନ ରାଜୁଡା ଅମଳର ଯୁଦ୍ଧ ସାମଗ୍ରୀ ମିଳିଥିଲା । ଏନେଇ ରତ୍ନଭଣ୍ଡାର କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ ସୂଚନା ଦେଇଛନ୍ତି । ଏଥିସହ ମହାପ୍ରଭୁଙ୍କ ସମସ୍ତ ଅଳଙ୍କାରକୁ ସବୁ ଅସ୍ଥାୟୀ ଏକ ରତ୍ନଭଣ୍ଡାରକୁ ସ୍ଥାନାନ୍ତରଣ କରାଯାଇଥିଲା ।

Get real time updates directly on you device, subscribe now.