fbpx

ରାଜଧାନୀରେ କେଉଁଠି କରିବେ ଗାଡି ପାର୍କିଂ: BMC ଜାରି କଲା ଗାଇଡ୍ ଲାଇନ୍

ଭୁବନେଶ୍ୱର: ଆଜିକାଲି ରାଜଧାନୀ ଭୁବନେଶ୍ୱର ବଜାରକୁ ଗାଡିନେଇ ବାହାରିବା ସମୟରେ ମନରେ ପ୍ରଶ୍ନ ଉଠେ ଗାଡ଼ି ରଖିବେ କେଉଁଠି । କେଉଁ ପାର୍କିଂରେ ଗଡି ରଖିଲେ ଏହା ଆପଣଙ୍କ ପାଇଁ ସୁବିଧା ହେବ । କାରଣ ଏବେ ରାଜଧାନୀରେ ବିନା ଲାଇସେନ୍ସରେ ଏକାଧିକ ପାର୍କିଂ ଖୋଲିବାରେ ଲାଗିଛି । ଯେଉଁଠାରେ ଗାଡ଼ି ରଖିଲେ ଆପଣ ମାନଙ୍କୁ ଅନେକ ପ୍ରକାର ଅସୁବିଧାର ସମ୍ମୁଖିନ ହେବାକୁ ପଡ଼ିପାରେ । ତେବେ ଏହି ପାର୍କିଂ ବ୍ୟବସ୍ତାକୁ ନେଇ BMC ଏକ ପାର୍କିଂ ତାଲିକା ଜାରି କରିଛି । ଯେଉଁଥିରେ ଲେଖା ରହିଛିକି ଆପଣମାନେ କେଉଁଠାରେ ଆପଣଙ୍କର ଗାଡ଼ିକୁ ପାର୍କିଂ କରିପାରିବେ ।

ତେବେ ଭୁବନେଶ୍ୱରରେ ମୋଟ ୧୪ ଟି ସ୍ଥାନକୁ ପାର୍କିଂ ସ୍ଥଳୀ ଭାବେ ଘୋଷଣା କରାଯାଇଛି । ଏଥିସହିତ ସେହିସବୁ ପାର୍କିଂ ସ୍ଥଳୀରେ ଏକ ନିର୍ଦ୍ଧାରିତ ଦର ମଧ୍ୟ ଧାର୍ଯ୍ୟ କରାଯାଇଛି । ଯଦି ଏହି ସବୁ ପାର୍କିଂରେ ବେଆଇନ ଭାବରେ ନିର୍ଦ୍ଧାରିତ ଟଙ୍କା ଠାରୁ ଅଧିକ ଆଦାୟ କରାଯାଏ ତେବେ ସେହି ସଂସ୍ଥାର ଲାଇସେନ୍ସକୁ ବାତିଲ କରାଯିବ ବୋଲି BMC କହିଛି । ତେବେ ଜାରି ହୋଇଥିବା ନୂଆ ପାର୍କିଂ ତାଲିକାରେ ଦକ୍ଷିଣ ପୂର୍ବ ଜୋନରେ ୧୧ଟି , ଦକ୍ଷିଣ-ପଶ୍ଚିମ ଜୋନରେ ଦୁଇଟି, ଉତ୍ତର ଜୋନରେ ୩ଟି ସରକାରୀ ପାର୍କିଂ ସ୍ଥଳୀ ରହିଛି । ତେବେ ଏହି ସବୁ ପାର୍କିଂ ପାଇଁ ଦର ନିର୍ଦ୍ଧାରଣ କରାଯାଇଛି । ଦୁଇ ଏବଂ ୩ ଚକିଆ ଯାନ ପାଇଁ ୫ ଟଙ୍କା ଏବଂ କାର ପାଇଁ ୨୦ଟଙ୍କା ଧାର୍ଯ୍ୟ ହୋଇଛି । ଏହି ସବୁ ପାର୍କିଂ କୁ ନଜରରେ ରଖିବା ପାଇଁ ଏକ ସ୍ପତନ୍ତ୍ର ସ୍କ୍ୱାର୍ଡ ଗଠନ କରାଯାଇଛି ।
ରାଜଧାନୀ ଭୁବନେଶ୍ୱରର ଏକାଧିକ ସ୍ଥାନରେ BMC ପକ୍ଷରୁ ପାର୍କିଂ ବ୍ୟବସ୍ତାକୁ ମନା କରାଯାଇଛି । କାରଣ ଏହି ସବୁ ପାର୍କିଂରେ ମନଇଚ୍ଛା ଫି ଆଦାୟ କରାଯାଉଛି । ଏତତ୍ ବ୍ୟତୀତ ନକଲି ରସିଦ ଛାପି ସଂସ୍ଥାମାନ ଫି ଆଦାୟ କରୁଛନ୍ତି । ସେହିପରି କେତେକ ସ୍ତାନରେ ଖୋଦ ଟେଣ୍ଡର ଧାରୀ ସାମିଲଥିବା ଅଭିଯୋଗ ହୋଇଛି । ଗତ ମାସରେ ପ୍ରାୟ ୪ରୁ ଅଧିକ ନକଲି ଫି ଆଦାୟ କାରୀଙ୍କୁ ପୋଲିସ ଧରିଛି । ଯେଉଁଥିପାଇଁ BMC ପକ୍ଷରୁ ନୂଆ ପାର୍କିଂ ତାଲିକା ଜାରି କରାଯାଇଛି ।

Get real time updates directly on you device, subscribe now.