ଏକ୍ସଙ୍କ ସହ ଖରାପ ସମ୍ବନ୍ଧ ବିଷୟରେ ସ୍ୱାମୀଙ୍କୁ କହିବା ଉଚିତ୍ ନା ନାହିଁ, ମହିଳାଙ୍କ ପ୍ରଶ୍ନର ଏପରି ଉତ୍ତର ଦେଲେ ପ୍ରେମାନନ୍ଦ ମହାରାଜ

ନିଜର ପୂର୍ବରୁ ଥିବା ବୟଫ୍ରେଣ୍ଡ ସହ ଖରାପ ସମ୍ବନ୍ଧ ରଖିଥିଲେ, ତାକୁ ସ୍ୱାମୀଙ୍କ ଆଗରେ କହିବା ଉଚିତ୍ ନା ନାହିଁ

ନୂଆଦିଲ୍ଲୀ: ଆଜିକାଲି ବୟଫ୍ରେଣ୍ଡ ଗାର୍ଲଫ୍ରେଣ୍ଡ ସଂପର୍କ ସାଧାରଣ ହୋଇଗଲାଣି। ଏହା ମଧ୍ୟ ସାମାନ୍ୟ ହୋଇଗଲାଣି ଯେ, ଆଜିକାଲିର ଯୁବାପିଢି ବିବାହ ପୂର୍ବରୁ ଶାରୀରିକ ସମ୍ବନ୍ଧରେ ମଧ୍ୟ ରହୁଛନ୍ତି।

ତେବେ ସବୁଠୁ ବଡ଼ ପ୍ରଶ୍ନ ହେଉଛି ଯଦି ଆପଣଙ୍କର ବିବାହ ପୂର୍ବରୁ ଜଣେ ବୟଫ୍ରେଣ୍ଡ ଅଛନ୍ତି ଏବଂ ଆପଣ ତାଙ୍କ ସହ ଖରାପ ସମ୍ବନ୍ଧରେ ଆସିଛନ୍ତି। ହେଲେ କୌଣସି କାରଣ ବସତଃ ଆପଣ ତାଙ୍କୁ ବିବାହ କରିପାରୁନାହାନ୍ତି।

ତେବେ ଆପଣ ଅନ୍ୟ କେଉଁ ଜଣେ ପୁରୁଷଙ୍କୁ ବିବାହ କରୁଛନ୍ତି, ତେବେ ଆପଣ ନିଜ ପୁରୁଣା ବୟଫ୍ରେଣ୍ଡ ସହ ରଖିଥିବା ସମ୍ବନ୍ଧ ବିଷୟରେ ନିଜ ସ୍ୱାମୀଙ୍କୁ ଜଣାଇବେ କି ନାହିଁ। ଏଭଳି ଏକ ପ୍ରଶ୍ନ ଜଣେ ମହିଳା ପ୍ରେମାନନ୍ଦଙ୍କୁ ପଚାରିଥିଲେ। ତେବେ ଆସନ୍ତୁ ଜାଣିବା ଏହି ବିଷୟରେ ପ୍ରେମାନନ୍ଦ ମହାରାଜଙ୍କ ମତାମତ।

ଉତ୍ତର: ପ୍ରେମାନନ୍ଦ ମହାରାଜ କହିଛନ୍ତି ଯେ, ସର୍ବଦା ଏହା ଚେଷ୍ଟା କରିବା ଆବଶ୍ୟକ ଯେ, ନିଜ ସ୍ତ୍ରୀ ବା ସ୍ୱାମୀଙ୍କୁ ନିଜର ପୁରୁଣା ସଂପର୍କ ବିଷୟରେ ଯୁକ୍ତି କରିବାକୁ ନ ଦେବା। ଏଭଳି କରିବା ଦ୍ୱାରା ଆପଣଙ୍କ ପ୍ରେମରେ ଦୂରତା ଆସିପାରେ।

ଭୁଲରେ ବି ଆମ ଅତୀତରେ ଯାହା ଭୁଲ ହୋଇଯାଇଛି , ତାକୁ ପୁନର୍ବାର ଦୋହରାଇବାର କୌଣସି ଆବଶ୍ୟକତା ନାହିଁ। ବିବାହ ପରେ ମହିଳା ଜଣକ ନିଜ ସ୍ୱାମୀଙ୍କୁ ଈଶ୍ୱର ଭାବେ ଦେଖିବା ଆବଶ୍ୟକ। ଏଥିସହ ସ୍ୱାମୀ ନିଜ ପତ୍ନୀଙ୍କୁ ଅର୍ଦ୍ଧାଗିନୀ ମାନିବା ଆବଶ୍ୟକ।

କେବେ ବି କରନ୍ତୁନି ଏପରି: ପ୍ରେମାନନ୍ଦ ମହାରାଜ କହିଛନ୍ତି ଯେ, ଯଦି ପୂର୍ବରୁ କାହା ସହ ଆପଣଙ୍କର ଖରାପ ସମ୍ବନ୍ଧ ରହିଯାଇଛି ତେବେ ଆପଣ ଏହାକୁ ପୂର୍ବ ଜନ୍ମର କଥା ବୋଲି ଭାବନ୍ତୁ।

ଯଦି ବିବାହ ପରେ ଏଭଳି ଭୁଲ କରୁଛନ୍ତି ତେବେ ଏଥିରେ ପରିବାର ଭାଙ୍ଗିଯିବ। ଯଦି ସଚ୍ଚୋଟ ଭାବେ ଆପଣ ନିଜ ସ୍ତ୍ରୀ ବା ସ୍ୱାମୀଙ୍କୁ ପୂର୍ବ ସଂପର୍କ ବିଷୟରେ କହୁଛନ୍ତି ତେବେ ଆପଣଙ୍କ ପାର୍ଟନରଙ୍କ ମନରେ ଆପଣଙ୍କ ପାଇଁ ଭଲ ବିଚାର ସମାପ୍ତ ହୋଇଯିବ।