ଆଜିକାଲି ବଜାରରେ ଦରଦାମ ବଢିବା ଯୋଗୁଁ ଘରଟିଏ ତିଆରି କରିବା କଷ୍ଟକର ହୋଇପଡିଛି । ଘରଗୁଡିକର ଚାହିଦା ବୃଦ୍ଧି ହେତୁ ହୋମ ଲୋନ୍ ର ଚାହିଦା ମଧ୍ୟ ଯଥେଷ୍ଟ ବୃଦ୍ଧି ପାଉଛି । ଯଦି ଆପଣ ମଧ୍ୟ ଘର କିଣିବା ପାଇଁ ହୋମ୍ ଲୋନ୍ ନେବାକୁ ଯୋଜନା କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ । ଏପରି କିଛି ବ୍ୟାଙ୍କ ରହିଛି ଯାହା ଗ୍ରାହକଙ୍କୁ ସର୍ବନିମ୍ନ ସୁଧ ହାରରେ ହୋମ ଲୋନ୍ ପ୍ରଦାନ କରୁଛି ।
ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଦ୍ୱାରା ରେପୋ ରେଟ୍ କମ୍ ହେବା ପରେ ଦେଶର ସମସ୍ତ ବ୍ୟାଙ୍କ ମଧ୍ୟ ହୋମ ଲୋନ୍ ରେ ସୁଧହାର ହ୍ରାସ କରିଛନ୍ତି । ତଥାପି, ନିଜର କ୍ରେଡିଟ୍ ସ୍କୋର, ରିପେମେଣ୍ଟ ହିଷ୍ଟ୍ରୀ, ଆର୍ଥିକ ସ୍ଥିତି ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ । ଯଦି ଆପଣଙ୍କ ଉପରୋକ୍ତ ଜିନିଷ ସବୁ ଭଲ ଅଛି ତେବେ ବ୍ୟାଙ୍କ ଆପଣଙ୍କୁ କୌଣସି ଅସୁବିଧା ବିନା ଲୋନ ଦେବ । କେଉଁ ବ୍ୟାଙ୍କ କେଉଁ ସୁଧ ହାରରେ ହୋମ୍ ଲୋନ୍ ପ୍ରଦାନ କରୁଛି ଆସନ୍ତୁ ଜାଣିବା..
-ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ୮.୧୦ ପ୍ରତିଶତର ପ୍ରାରମ୍ଭିକ ହାରରେ ହୋମ ଲୋନ୍ ପ୍ରଦାନ କରୁଛି ।
-ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ମଧ୍ୟ ୮.୧୦ ପ୍ରତିଶତ ହାରରେ ହୋମ ଲୋନ୍ ପ୍ରଦାନ କରୁଛି।
-ସେହିପରି ବ୍ୟାଙ୍କ ଅଫ୍ ବରୋଦା ନିଜ ଗ୍ରାହକଙ୍କୁ ୮.୧୫ ପ୍ରତିଶତର ପ୍ରାରମ୍ଭିକ ହାରରେ ହୋମ ଲୋନ୍ ଯୋଗାଉଛି।
-ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଗ୍ରାହକଙ୍କୁ ୮.୧୫ ପ୍ରତିଶତ ପ୍ରାରମ୍ଭିକ ହାରରେ ହୋମ ଲୋନ୍ ପ୍ରଦାନ କରୁଛି।
-ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଗ୍ରାହକମାନଙ୍କୁ ୮.୨୫ ପ୍ରତିଶତ ହାରରେ ହୋମ୍ ଲୋନ ଦେଉଛି ।
ଜାଣି ରଖନ୍ତୁ ହୋମ ଲୋନ କିମ୍ବା ଅନ୍ୟ କୌଣସି ଲୋନ ପାଇଁ ବ୍ୟାଙ୍କଗୁଡିକ ପ୍ରକ୍ରିୟାକରଣ ଶୁଳ୍କ ମଧ୍ୟ ଆଦାୟ କରନ୍ତି । ଅଲଗା ଅଲଗା ବ୍ୟାଙ୍କ ନିଜସ୍ୱ ପ୍ରକ୍ରିୟାକରଣ ଶୁଳ୍କ ଆଦାୟ କରନ୍ତି । କେତେକ ବ୍ୟାଙ୍କ ଋଣ ରାଶି ଉପରେ ପ୍ରକ୍ରିୟାକରଣ ଶୁଳ୍କ ଆଦାୟ କରୁଥିବାବେଳେ କେତେକ ବ୍ୟାଙ୍କ ଏକ ନିର୍ଦ୍ଦିଷ୍ଟ ରାଶି ଚାର୍ଜ କରନ୍ତି । ତେବେ ହୋମ୍ ଲୋନ୍ ବିଷୟରେ ଅଧିକ ସୂଚନା ପାଇଁ, ଆପଣ ଆପଣଙ୍କର ବ୍ୟାଙ୍କକୁ ଯାଇ ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ କରି ପାରିବେ ।