fbpx
BJD
BJD SKY
BJD SKY

କେଉଁ ଦିନ କେଉଁ ରଙ୍ଗର ପୋଷାକ ପିନ୍ଧିଲେ ହୋଇଥାଏ ଶୁଭ? ଜାଣନ୍ତୁ କ’ଣ କହୁଛି ଜ୍ୟୋତିଷ ଶାସ୍ତ୍ର

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସମୟ ଖରାପ ଚାଲିଥିଲେ କୌଣସି କାର୍ଯ୍ୟରେ ଆପଣ ସଫଳ ହୋଇପାରିବେ ନାହିଁ । ଏହାସହ ଶତ୍ରୁ ବଢ଼ିଲେ ଏବଂ ସମୟ ଖରାପ ଚାଲିଲେ ସବୁ କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥାଏ । କିନ୍ତୁ ଦିନ ଅନୁସାରେ ଏହିପରି କାର୍ଯ୍ୟ ଓ ପଦକ୍ଷେପ ଗ୍ରହଣ କରିଲେ ସବୁ କାର୍ଯ୍ୟରେ ଆପଣ ସଫଳତା ହାସଲ କରିପାରିବେ । ତେବେ ଆସନ୍ତୁ ଜାଣିବା କେଉଁ ଦିନ କେଉଁ କାର୍ଯ୍ୟ କରିବା ।

ସୋମବାର: ସୋମବାର ଦିନ ଚେକ ସାର୍ଟ କିମ୍ବା କମଳା ରଙ୍ଗର ବସ୍ତ୍ର ପିନ୍ଧନ୍ତୁ । ଏହାସହ ଅଳ୍ପ ଟିକେ ଦହି ଖାଇ ଗ୍ଲାସରେ ମୁହଁ ଦେଖି ବାହାରକୁ ବାହାରନ୍ତୁ ।

ମଙ୍ଗଳବାର: ମଙ୍ଗଳବାର ଦିନ ନାଲି କିମ୍ବା ଗୋଲାପୀ ରଙ୍ଗର ପୋଷାକ ପରିଧାନ କରନ୍ତୁ । ଏହାସହ ଅଳ୍ପଟିକେ ଗୁଡ଼ ଖାଇ ବାହାରକୁ ଯାଆନ୍ତୁ ।

ବୁଧବାର: ବୁଧବାର ଦିନ ସବୁଜ ରଙ୍ଗର ପୋଷାକ ପିନ୍ଧନ୍ତୁ । ଏହାସହ ଘରୁ ବାହାରିବା ସମୟରେ କୂଳଦେବୀଙ୍କୁ ମୁଣ୍ଡିଆ ମାରିବା ସହ କିଛି ଧନିଆ ପତ୍ର ଖାଇ ବାହାରକୁ ବାହାରନ୍ତୁ ।

ଗୁରୁବାର: ଗୁରୁବାର ଦିନ ଧଳା କିମ୍ବା ହଳଦିଆ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ । ଘରୁ ବାହାରିବା ସମୟରେ ଜିରା ଓ ଟିକେ ଲୁଣ ଖାଇ ବାହାରୁକ ବାହାରନ୍ତୁ ।

ଶୁକ୍ରବାର: ଶୁକ୍ରବାର ଦିନ ଧଳା କିମ୍ବା ହାଲୁକା ହଳଦିଆ ରଙ୍ଗର ପୋଷାକ ପିନ୍ଧନ୍ତୁ । ଏହାସହ ଦହି ଓ ଚିନି ଖାଇ ବାହାରକୁ ଯାଆନ୍ତୁ । ଚଉରା ମୂଳର ମାଟି ଆଣି ମସ୍ତକରେ ଲଗାନ୍ତୁ ।

ଶନିବାର: ଶନିବାର ଦିନ ଗୋଲାପୀ ରଙ୍ଗର ଡ୍ରେସ ପିନ୍ଧନ୍ତୁ । ଘରୁ ବାହାରକୁ ଗଲା ବେଳେ ଅଦା ଖାଇ ବାହାରକୁ ବାହାରନ୍ତୁ ।

ରବିବାର: ସପ୍ତାହର ଶେଷ ଦିନ ରବିବାର ଦିନ ନାରଙ୍ଗୀ ପୋଷାକ ପରିଧାନ କରନ୍ତୁ । ରବିବାର ଦିନ ଅଫିସ, କଲେଜ ଅନ୍ୟାନ୍ୟ ସବୁ ବନ୍ଦ ରହିଥାଏ ଯଦି ବି ବାହାରକୁ ଯିବାକୁ ପଡ଼େ ତେବେ ଟିକେ ଘିଅ ଖାଇ ବାହାରକୁ ପାଦ କାଢ଼ନ୍ତୁ ।

Get real time updates directly on you device, subscribe now.