fbpx

ଗୋଟିଏ ଭୁଲ ପାଇଁ ହେଲା ଟଙ୍କା ବର୍ଷା: ଖୋଲିଲା ଭାଗ୍ୟ ରାତାରାତି ପାଲଟିଗଲେ କୋଟିପତି

ନୂଆଦିଲ୍ଲୀ: ଭାଗ୍ୟ କେତେବେଳେ ଆପଣଙ୍କ ସାଥ୍ ଦେଇଥାଏ ତ ଆଉ କେତେବେଳେ ଦୂରକୁ ଠେଲିଦିଏ । ଯେବେ ଭାଗ୍ୟ ଆପଣଙ୍କ ସାଥିରେ ନ ଥାଏ, ତେବେ ଆପଣ ବିଭିନ୍ନ ଅସୁବିଧାର ସାମନା କରନ୍ତି । କିନ୍ତୁ ଯେବେ ଭାଗ୍ୟ ଆପଣଙ୍କୁ ସାଥ୍ ଦିଏ ଅସାଧାରଣ କାମ ବି ଆପଣ ଖୁବ ସହଜରେ ହୋଇଯାଏ । ଠିକ ଯେମିତି ଏହି ଯୁବକଙ୍କ ସହ ଘଟିଛି । ଗୋଟିଏ ମୁହୂର୍ତ୍ତରେ ସେ ପାଲଟି ଯାଇଛନ୍ତି କୋଟିପତି । ତେବେ ସବୁଠୁ ଆଶ୍ଚର୍ଯ୍ୟଜନକ ଘଟଣା ହେଉଛି ଗୋଟିଏ ଭୁଲ ଯୋଗୁଁ ସେ ରାତାରାତି ୫ କୋଟି ଟଙ୍କାର ମାଲିକ ହୋଇଯାଇଛନ୍ତି ।

ଏଭଳି ଏକ ଆଶ୍ଚର୍ଯ୍ୟକର ଘଟଣା ଦେଖାଯାଇଛି ଅଷ୍ଟ୍ରେଲିଆର ଭିକ୍ଟୋରିଆରେ ରହୁଥିବା ଜଣେ ବ୍ୟକ୍ତିଙ୍କ ସହ । ହଠାତ ଲଟେରୀରେ ୧ ମିଲିୟନ ଡଲାର ଅର୍ଥାତ ୫ କୋଟି ୩୭ ଲକ୍ଷ ଟଙ୍କା ଜିତି ଯାଇଛନ୍ତି । ସୋମବାର ଏବଂ ବୁଧବାର ପ୍ରତିଥର ଭଳି ଲଟେରୀ ଟିକେଟ କିଣିଥିଲେ ଏହି ବ୍ୟକ୍ତିଜଣକ । କିନ୍ତୁ ଭୁଲରେ ସେ ଅନ୍ୟ ଏକ ନମ୍ବର ମାର୍କ କରି ଦେଇଥିଲେ ଯାହା ତାଙ୍କ ପାଇଁ ଲକି ସାବ୍ୟସ୍ତ ହୋଇଛି । କିନ୍ତୁ ସେ ନିଜ ଟିକେଟ ଚେକ୍ ବି କରି ନଥିଲେ ବୋଲି କହିଛନ୍ତି । ସାଧାରଣ ଭାବରେ ଡ୍ର ପରେ ଧାର୍ମିକ ରୂପରେ ଏହାର ଯାଞ୍ଚ କରିଥାନ୍ତି ସେ । କିନ୍ତୁ ଏଥର ତାହା ମଧ୍ୟ କରି ନଥିଲେ । ଏବେ ଟିକେଟକୁ ଦେଖିବା ପରେ ସଂଖ୍ୟା ମଧ୍ୟ ଭୁଲ ଚିହ୍ନଟ କରିଥିବା ସେ ଜାଣିବାକୁ ପାଇଛନ୍ତି ।

ତେବେ ଭୁଲବଶତଃ ହେଲେ ବି ଏବେ ୫ କୋଟିରୁ ଅଧିକ ଟଙ୍କା ସେ ଜିତି ସାରିଛନ୍ତି । ଏହି ଟଙ୍କା ଦ୍ୱାରା ଘରେ ଚାଲିଥିବା ସମସ୍ତ ଚିନ୍ତା ଏବଂ ଅଭାବ ମଧ୍ୟ ଦୂର ହୋଇପାରିବ । ଏହି ଟଭ୍କାରେ ସେ ପରିବାର ସହିତ ଛୁଟି କଟାଇବା ପାଇଁ ଆମେରିକା କିମ୍ବା ୟୁରୋପ ଯିବା ପାଇଁ ପ୍ଲାନ କରୁଛନ୍ତି ।

Get real time updates directly on you device, subscribe now.