fbpx

ଆଜିଠାରୁ IPL-୨୦୨୨ ନିଲାମ ଆରମ୍ଭ: ଦୁଇ ଓଡ଼ିଆ ହିରୋଙ୍କୁ କେଉଁ ଦଳ କିଣିବ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିଠାରୁ ଦୁଇଦିନ ଧରି ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) ୨୦୨୨ର ମେଗା ଅକ୍ସନ ଆରମ୍ଭ ହେଉଛି । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆ) ପକ୍ଷରୁ ମୋଟ ୫୯୦ ଜଣ ଖେଳାଳିଙ୍କ ଲିଷ୍ଟ ଜାରି କରାଯାଇଥିବା ବେଳେ ରାଜ୍ୟର କ୍ରୀଡ଼ାପ୍ରେମୀଙ୍କ ନଜର ରହିବ ଦୁଇ ଓଡ଼ିଆ ହିରୋଙ୍କ ଉପରେ । ଶୁଭ୍ରାଂଶୁ ସେନାପତି ଓ ଅଭିଷେକ ରାଉତ ଆଜି ମେଗା ଅକ୍ସନରେ ସାମିଲ ହେବେ । ତେଣୁ ଏହି ଦୁଇ ଖେଳାଳିଙ୍କୁ କେଉଁ ଟିମ୍ କେତେ ରେଟରେ କିଣୁଛି, ତାହାକୁ ଦେଖିବାକୁ ସମସ୍ତେ ଉତ୍ସୁକତାର ସହ ଚାହିଁ ରହିଛନ୍ତି ।

ଶୁଭ୍ରାଂଶୁ ରାଜ୍ୟ ପକ୍ଷରୁ ମୋଟ ୩୪ଟି ପ୍ରଥମ ଶ୍ରେଣୀ ମ୍ୟାଚ ଖେଳି ୧୮୫୪ ରନ୍ ସଂଗ୍ରହ କରିଥିବା ବେଳେ ଅଭିଷେକ ୧୪ଟି ପ୍ରଥମ ଶ୍ରେଣୀ ମ୍ୟାଚ ଖେଳି ୬୩୭ ରନ୍ ସଂଗ୍ରହ କରିଛନ୍ତି । ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ଶାନଦାର ପ୍ରଦର୍ଶନ କରି ଏହି ଦୁଇ ଖେଳାଳି ଆଇପିଏଲର ମେଗା ଅକ୍ସନରେ ପହଞ୍ଚିବାରେ ସକ୍ଷମ ହୋଇଛନ୍ତି । ଉକ୍ତ ଟୁର୍ଣ୍ଣାମେଣ୍ଟରେ ଅଭିଷେକ ସର୍ବାଧିକ ରନ୍ ସଂଗ୍ରହ କରିଥିବା ବେଳେ ଶୁଭ୍ରାଂଶୁ ଦ୍ୱିତୀୟ ସର୍ବାଧିକ ରନ୍ ସଂଗ୍ରହ କରି ସମସ୍ତଙ୍କ ଦୃଷ୍ଟି କରିଥିଲେ । ତେବେ ଆଇପିଏଲ ୧୦ଟି ଫ୍ରାଞ୍ଚାଇଜ ମଧ୍ୟରୁ କିଏ ଦୁଇ ଓଡ଼ିଆ ଖେଳାଳିଙ୍କୁ ନେଉଛି, ତାହା ଉପରେ ରହିବ ସମସ୍ତଙ୍କର ନଜର । ଆଜି ଓ ଆସନ୍ତାକାଲି ଦୁଇଦିନ ଧରି ମେଗା ଅକ୍ସନ ସରିବା ପରେ କିଏ କେଉଁ ଦଳରେ ସାମିଲ ହେବା ତାହା ସ୍ପଷ୍ଟ ହୋଇଯିବ ।

Get real time updates directly on you device, subscribe now.