ୟୁରିକ ଏସିଡ ବଢିଲେ ଏହି ଅଙ୍ଗରେ ପଡିଥାଏ ସବୁଠୁ ଅଧିକ ପ୍ରଭାବ
ୟୁରିକ ଏସିଡ ବଢିଲେ କେଉଁ ଅଙ୍ଗରେ ପଡିଥାଏ ସବୁଠୁ ଅଧିକ ପ୍ରଭାବ, ଆସନ୍ତୁ ଜାଣିବା
ଓଡିଶା ଭାସ୍କର: ୟୁରିକ ଏସିଡ ବଢିଲେ ଏହି ଅଙ୍ଗ ଗୁଡିକ ସବୁଠାରୁ ଅଧିକ ପ୍ରଭାବିତ ହୋଇଥାଏ। ତେବେ ଆସନ୍ତୁ ଜାଣିବା ସେହି ଅଙ୍ଗ ସବୁ କଣ? ସାଧାରଣତଃ ୟୁରିକ ଏସିଡ ବଢିଲେ ତାହାକୁ ହାଇପରୟୁରିସେମିଆ କୁହାଯାଏ।
ଏହା ଧୀରେ ଧୀରେ ଶରୀରର ଅନେକ ଅଙ୍ଗକୁ ପ୍ରଭାବିତ କରେ ଏବଂ ଯଦି ସମୟ ଥାଉ ଥାଉ ତାକୁ ନିୟନ୍ତ୍ରଣ ନ କରାଯାଏ, ତେବେ ଏହା ବହୁତ ବଡ ରୋଗ ସୃଷ୍ଟି କରିଥାଏ।
ସାଧାରଣ ଅବସ୍ଥାରେ, ଏହା କିଡନୀ ଦ୍ୱାରା ଛାଣି ହୋଇ ପରିସ୍ରା ମାଧ୍ୟମରେ ବାହାରକୁ ବାହାରିଯାଏ, କିନ୍ତୁ ଯେତେବେଳେ ଏହାର ଉତ୍ପାଦନ ଅଧିକ ହୁଏ କିମ୍ବା କିଡନୀ ଏହାକୁ ସଠିକ୍ ଭାବରେ ବାହାର କରିପାରେ ନାହିଁ, ସେତେବେଳେ ଏହା ଶରୀରରେ ଜମା ହେବା ଆରମ୍ଭ କରେ।
ବଢିଥିବା ୟୁରିକ୍ ଏସିଡ୍କୁ ହାଲୁକା ଭାବରେ ନେବା ବିପଦଜନକ ହୋଇପାରେ କାରଣ ଏହା କିଡନୀ, ହାର୍ଟ, ଚର୍ମ ଏବଂ ପାଚନ ପ୍ରଣାଳୀକୁ କ୍ଷତି ପହଞ୍ଚାଇପାରେ।
ବଢୁଥିବା ୟୁରିକ୍ ଏସିଡକୁ ରୋକିବାର ସହଜ ଉପାୟ-
୧. ମଦ୍ୟପାନକୁ ପରିହାର କରିବା ଉଚିତ
୨. ଓଜନକୁ ନିୟନ୍ତ୍ରଣରେ ରଖି ଗ୍ରୀନ ଟି ଏବଂ ଲେମ୍ବୁ ପାଣି ପିଇବା ଉଚିତ
୩. ରେଡ ମିଟ, ମାଛ , ମଟର, ଲଙ୍କା, ଛତୁ, ପାଳଙ୍ଗ ଖାଇବା ପୂର୍ବରୁ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଉଚିତ
୪. ପ୍ରତିଦିନ ୮-୧୦ ଗ୍ଲାସ ପାଣି ପିଇବା ଉଚିତ
୫. ଥଣ୍ଡା, ଜୁସ୍, ମିଠା ଭଳି ଜିନିଷ ଠାରୁ ଦୁରେଇ ରହିବା ଉଚିତ