fbpx

କେଉଁ ଲୋକମାନଙ୍କୁ ହରଡ ଡାଲି ଖାଇବାକୁ କରାଯାଇଛି ବାରଣ ? ନଚେତ ଭୋଗିପାରନ୍ତି କିଡନୀ ଭଳି ସମସ୍ୟା

ପ୍ରତ୍ୟେକ ବ୍ୟକ୍ତି ସୁସ୍ଥ ରହିବା ପାଇଁ ଅନେକ ପ୍ରକାର ଉପାୟ ଅବଲମ୍ବନ କରିଥାନ୍ତି । ଯୋଗ ବ୍ୟାୟାମ୍ ଠାରୁ ଆରମ୍ଭ କରି ବିଭିନ୍ନଫଳ ଏବଂ ସୁଷମ ଖାଦ୍ୟ ସେବନ କରିଥାନ୍ତି । ଯେଉଁଥିରେ ହରଡ ଡାଲି ମଧ୍ୟ ସାମିଲ ରହିଛି । କାରଣ ହରଡ ଡାଲିରେ ଅନେକ ପ୍ରକାର ପୋଷକ ତତ୍ତ୍ୱ ରହିବା ସହ ପ୍ରୋଟିନ ମଧ୍ୟ ପ୍ରଚୁର ପରିମାଣରେ ମିଳିଥାଏ । ଫଳରେ ଏହା ଶରୀରକୁ ଶକ୍ତି ଯୋଗାଇବା ସହ ସୁସ୍ଥ ମଧ୍ୟ ରଖିଥାଏ । କିନ୍ତୁ ଆପଣମାନେ ଜାଣିଛନ୍ତି କି ଏପରି ବି କିଛି ବ୍ୟକ୍ତି ଅଛନ୍ତି ଯେଉଁମାନଙ୍କୁ ହରଡ ଡାଲି ସେବନ କରିବାକୁ ବାରଣ କରାଯାଇଥାଏ । ଯଦି ସେମାନେ ଏହାକୁ ସେବନ କରନ୍ତି ତେବେ ସେମାନଙ୍କୁ ଅନେକ ପ୍ରକାର ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ବର୍ତ୍ତମାନ ଆସନ୍ତୁ ଜାଣିବା କେଉଁମାନଙ୍କୁ ମନା ହରଡ ଡାଲି ସେବନ ।

ଗ୍ୟାସ ରୋଗୀ: ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ମତରେ ଯେଉଁ ବ୍ୟକ୍ତିମାନଙ୍କର ପେଟ ଜନିତ ସମସ୍ୟା କିମ୍ବା ଗ୍ୟାସ ସମସ୍ୟା ରହିଛି ସେମାନେ ହରଡ ଡାଲି ସେବନ କରିବା ଉଚିତ୍ ନୁହେଁ । କାରଣ ହରଡ ଡାଲି ହଜମ ହେବାକୁ ଅଧିକ ସମୟ ଲାଗିଥାଏ । ଫଳରେ ଏହା ଶୀଘ୍ର ହଜମ ହୋଇ ନଥାଏ । ଯେଉଁ କାରଣରୁ ପେଟ ସମସ୍ୟା , ଖଟା ହାକୁଟି, ଛାତି ଜଳାପୋଡା ଆଦି ଅନେକ ସମସ୍ୟା ଦେଖା ଦେଇଥାଏ । ତେଣୁ ଏହି ଲୋକେ ହରଡ ଡାଲି ସେବନ ଠାରୁ ନିଜକୁ ଦୂରେଇ ରଖନ୍ତୁ ।

କିଡନୀ ସମସ୍ୟା: ଯେଉଁ ଲୋକମାନେ କିଡନୀ ଜନିତ ସମସ୍ୟାରେ ପିଡିତ ଅଛନ୍ତି ସେମାନେ ହରଡ ଡାଲି ସେବନ କରିବା ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାର ପ୍ରମାଣିତ ହୋଇଥାଏ । କାରଣ ଏହି ଡାଲିରେ ପ୍ରଚୁର ପରିମାଣରେ ପୋଟାସିୟମ ରହିଥାଏ । ଯାହାକି କିଡନୀ ସମସ୍ୟାକୁ ଅଧିକ ବଢାଇ ଦିଏ । ଫଳରେ କିଡନୀ ଷ୍ଟୋନ ମଧ୍ୟ ହୋଇପାରେ । ତେଣୁ ଏହି ବ୍ୟକ୍ତିମାନେ ହରଡ ଡାଲି ସେବନ କରିବା ଉଚିତ୍ ନୁହେଁ ।

ହାଇ ୟୁରିକ୍ ଏସିଡ ସମସ୍ୟା: ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ମତରେ ହାଇ ୟୁରିକ୍ ଏସିଡ ରୋଗରେ ପିଡିତ ଥିବା ବ୍ୟକ୍ତିମାନେ ହରଡ ଡାଲି ସେବନ କରିବା ଉଚିତ୍ ନୁହେଁ । କାରଣ ଏହି ଡାଲିରେ ପ୍ରଚୁର ପରିମାଣରେ ପ୍ରୋଟିନ ରହିଥାଏ । ଯାହାକି ୟୁରିକ୍ ଏସିଡକୁ ନିୟନ୍ତ୍ରଣ ବାହାରକୁ ନେଇଯାଏ । ଫଳରେ ହାତ ଗୋଡରେ ଦରଜ ଅନୁଭବ ହେବା ସହ ଗଣ୍ଠି ଗୁଡୁକ ସବୁ ଫୁଲିଯାଇଥାଏ । ଯାହାଫଳରେ ଆପଣ ଅନେକ ଯନ୍ତ୍ରଣା ସହିବା ସହ ହସ୍ପିଟାଲ ମଧ୍ୟ ଯାଇ ପାରନ୍ତି । ତେଣୁ ଏହି ରୋଗରେ ପିଡିତ ଥିବା ବ୍ୟକ୍ତିମାନେ ହରଡ ଡାଲି ସେବନ ଠାରୁ ଦୂରେ ରହିବା ଆବଶ୍ୟକ ।

Get real time updates directly on you device, subscribe now.