fbpx

ସେନାରେ ବାହାରିବାକୁ ଯାଉଛି ଅଗ୍ନିବୀର ନିଯୁକ୍ତି: ଜାଣନ୍ତୁ କ’ଣ ରହିଛି ଆବେଦନ ପ୍ରକ୍ରିୟା

ନୂଆଦିଲ୍ଲୀ: ନୂତନ ବର୍ଷରେ ଭାରତୀୟ ସେନାରେ ଅଗ୍ନିବୀର ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବାକୁ ଯାଉଛି। ତେବେ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ପ୍ରାର୍ଥୀମାନେ ନିଯୁକ୍ତି ପାଇଁ ଅନଲାଇନ୍ ଆବେଦନ କରିପାରିବେ। ସୂଚନାଯୋଗ୍ୟ ଯେ ଅଗ୍ନିପଥ ଯୋଜନା ଅଧୀନରେ ଅଗ୍ନିବୀର ଦ୍ୱାରା ନୌସେନା, ବାୟୁସେନା ଏବଂ ସ୍ଥଳସେନାରେ ନିଯୁକ୍ତି ଦିଆଯାଇଥାଏ । ଏହି ସୈନିକମାନଙ୍କୁ ୪ ବର୍ଷ ପାଇଁ ନିଯୁକ୍ତି ଦିଆଯାଇଥାଏ ।

ତେବେ ଏହି ନିଯୁକ୍ତି ଅଧୀନରେ ୧୭.୫ ରୁ ୨୧ ବର୍ଷ ବୟସ ମଧ୍ୟରେ ପ୍ରାର୍ଥୀଙ୍କୁ ନିଯୁକ୍ତି ନିଆଯାଇଥାଏ । ଏହି ନିଯୁକ୍ତି ଅଧୀନରେ ଅଗ୍ନିବୀର ଜେନେରାଲ ଡ୍ୟୁଟି, ଅଗ୍ନିବୀର ଟେକ୍ନିକାଲ, ଅଗ୍ନିବୀର କ୍ଲର୍କ ଏବଂ ଅଗ୍ନିବୀର ଟ୍ରେଡ୍ସମ୍ୟାନ ପଦରେ ଭର୍ତ୍ତି କରାଯାଇଥାଏ। ତେବେ ଜେନେରାଲ ଡ୍ୟୁଟି ପାଇଁ ଶିକ୍ଷାଗତ ଯୋଗ୍ୟତା ଦଶମ ପାସ୍ ରହିଥିବା ବେଳେ ଟେକ୍ନିକାଲ ପାଇଁ ବିଜ୍ଞାନରେ ଦ୍ୱାଦଶ ପାସ ରହିଛି । ସେହିପରି ଷ୍ଟୋର କୀପର ପାଇଁ ଶିକ୍ଷାଗତ ଯୋଗ୍ୟତା ଦଶମ ପାସ ରହିଥିବା ବେଳେ ଟ୍ରେଡ୍ସମ୍ୟାନଙ୍କ ପାଇଁ ଅଷ୍ଟମ ଏବଂ ଦଶମ ପାସ ରଖାଯାଇଛି । ଏହା ବ୍ୟତୀତ ପ୍ରାର୍ଥୀଙ୍କ ଉଚ୍ଚତା ଅତି କମରେ ୧୭୦ ସେଣ୍ଟିମିଟର ହେବା ଆବଶ୍ୟକ । ଛାତିର ମୋଟେଇ ୭୭ ସେମି ଏବଂ ଏହାର ଫୁଲାକାର ୫ ସେମି ହେବା ଉଚିତ ।

ସେନାରେ ଅଗ୍ନିବୀରର ନିଯୁକ୍ତି ପ୍ରକ୍ରିୟା ମୁଖ୍ୟତ ୨ଟି ପର୍ୟ୍ୟାୟରେ କରାଯାଇଥାଏ । ଯାହା ଅଧୀନରେ ପ୍ରଥମେ କମ୍ପ୍ୟୁଟର ଆଧାରିତ ଅନଲାଇନ ମୋଡରେ ପରୀକ୍ଷା କରାଯିବ । ଏଥିରେ ସଫଳ ହୋଇଥିବା ପ୍ରାର୍ଥୀମାନେ ନିଯୁକ୍ତି ରାଲିରେ ଯୋଗଦେଇଥାନ୍ତି । ତେବେ ଏଥିରେ ତାଙ୍କର ଶାରୀରିକ ଦକ୍ଷତା ପରୀକ୍ଷା କରାଯାଇଥାଏ । ଏହା ପରେ ସେମାନଙ୍କର ଡାକ୍ତରୀ ପରୀକ୍ଷା ଏବଂ ଡକ୍ୟୁମେଣ୍ଟ ଯାଞ୍ଚ ପରେ ଅନ୍ତିମ ଯୋଗ୍ୟତା ତାଲିକା ପ୍ରସ୍ତୁତ କରାଯାଇଥାଏ ।

Get real time updates directly on you device, subscribe now.