fbpx

ଅନଲାଇନ୍ କ୍ଲାସ୍ ଚାଲିଥିବା ସମୟରେ କ୍ୟାମେରା ସାମ୍ନାରେ ନାବାଳକ କଲା କିଛି ଏପରି କାମ, ରୁଜୁ ହେଲା ମାମଲା

ମୁମ୍ବାଇ: କୋଭିଡ୍ ସମୟରେ ସଂକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ କରାଯାଇଛି । ତେବେ ଇତି ମଧ୍ୟରେ ଏହି ଅନଲାଇନ୍ କ୍ଲାସ୍ ଚାଲିଥିବା ବେଳେ ଜଣେ ୧୫ ବର୍ଷର ନାବାଳକ କିଛି ଏପରି ହରକତ୍ କରିଛନ୍ତି ଯେଉଁଥିପାଇଁ ତାଙ୍କ ନାମରେ ମାମଲା ରୁଜୁ ହୋଇଛି । ପ୍ରକୃତରେ ବାଇଜୁସ୍ କମ୍ପାନୀର ହ୍ୱାଇଟ୍ ହ୍ୟାଟ୍ ଜୁନିୟର୍ ୱେବସାଇଟ୍ ରେ କୋଡିଂ କ୍ଲାସ୍ ଚାଲିଥିଲା । ଏହି ସମୟରେ ଗୋଟିଏ ୧୫ ବର୍ଷର ନାବଳ୍କ ଅନଲାଇନ୍ ରେ ଯୋଡି ହୋଇଥିଲା । ହେଲେ କ୍ଲାସ୍ ଚାଲିଥିବା ସମୟରେ ଉକ୍ତ ନାବାଳକ ଜଣକ କ୍ୟାମେରା ସାମନାରେ ଅଶ୍ଲୀଳ କାମ କରିବାକୁ ମୁମ୍ବାଇ ପୁଲିସ୍ ତାଙ୍କ ନାଁରେ ମାମଲା ରୁଜୁ କରିଛି ।

ଏନେଇ ଅଭିଯୋଗ ହେବା ପରେ ସାକିନାକା ପୁଲିସ୍ ଆଇପିସିର ଧାରା ୩୫୪(କ) (୩), ୩୫୪ (ୟ) ଏବଂ ସୂଚନା ପ୍ରଯୁକ୍ତିର ଧାରା ୬୭ ଅନୁଯାୟୀ ମାମଲା ରୁଜୁ କରିଥିଲା । ଆଉ ଏହାପରେ ପୁଲିସ୍ ନାବାଳକର ଠିକଣା ଖୋଜି ପହଞ୍ଚି ଥିଲା । ଆଉ ଜାଣିବାକୁ ପାଇଥିଲା ଯେ, ଏହା ପଛରେ ଜଣେ ନବମ ଶ୍ରେଣୀ ପିଲା ରହିଛି । ଯିଏକି କ୍ଲାସ୍ ଚାଲିଥିବା ବେଳେ ଅଶ୍ଲୀଳ ହରକତ୍ କରୁଥିଲା ।

ଏନେଇ ଯେତେବେଳେ ପୁଲିସ୍ ଉକ୍ତ ନାବାଳକକୁ ପଚାରିଥିଲା ସେ କହିଥିଲା ଯେ,ଏମିତି ହିଁ କରିଦେଇଥିଲି । ଖାଲି ସେତିକି ନୁହେଁ ସେ କ୍ଲାସ୍ କରିବା ପାଇଁ ଭୁଲ ଇମେଲ୍ ଆଇଡି ଏବଂ ମୋବାଇଲ୍ ନମ୍ବର ଦେଇଥିଲା । ପୁଲିସ୍ ବାଳକକୁ ଜୈସଲମେର କୋର୍ଟରେ ହାଜର କରିବା ପରେ ତାଙ୍କୁ ବାଳ ସୁଧାର ଗୃହକୁ ପଠାଇଦେଇଛି ।

 

Get real time updates directly on you device, subscribe now.