fbpx

୩ ବର୍ଷର ଶିଶୁକୁ ଦିଆଗଲା ବିଶ୍ୱର ସବୁଠାରୁ ମହଙ୍ଗା ଔଷଧ, ଯାହାର ଦାମ୍ ୧୬ କୋଟି: କ’ଣ ଏହି ରୋଗ, କାହିଁକି ଏତେ ମହଙ୍ଗା, ଜାଣନ୍ତୁ

ହାଇଦ୍ରାବାଦ: ୩ ବର୍ଷର ଶିଶୁକୁ ଦିଆଗଲା ୧୬ କୋଟି ଟଙ୍କାର ଔଷଧ । ତେଲେଙ୍ଗାନାର ଜଣେ ଶିଶୁ ଜିନ୍ ସମ୍ବନ୍ଧୀୟ ରୋଗରେ ପୀଡ଼ିତ ଥିବାରୁ ତା’ର ଚିକିତ୍ସା ପାଇଁ ୬୫ ହଜାର ଲୋକ ଚିକିତ୍ସା ପାଇଁ ସହାୟତାର ହାତ ବଢ଼ାଇଥିଲେ । ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଅୟାଂଶ ଗୁପ୍ତାଙ୍କୁ ବିଶ୍ୱର ସବୁଠାରୁ ମହଙ୍ଗା ଔଷଧ ‘ଜୋଲଗେନ୍ସମା’ ପ୍ରଦାନ କରାଯାଇଛି । ଏହି ମହଙ୍ଗା ଔଷଧକୁ ଆମେରିକାରୁ ମଗାଯାଇଥିବା ଜଣାପଡ଼ିଛି ।

ସୂଚନା ମୁତାବକ, ଶିଶୁଟି ‘ସ୍ପାଇନଲ ମସ୍କୁଲାର ଏଟ୍ରୋଫି’ ନାମକ ରୋଗରେ ପୀଡ଼ିତ ଥିଲା । ଡାକ୍ତରଙ୍କ ମତରେ, ଏହି ରୋଗ ପ୍ରାଣଘାତକ ଅଟେ, ଏହାର ପ୍ରଭାବରେ ରୋଗୀ ତିନିରୁ ଚାରି ବର୍ଷ ମଧ୍ୟରେ ପ୍ରାଣ ହରାଇଥାଏ । ଏହି ଦୁର୍ଲ୍ଲଭ ରୋଗରେ ଆକ୍ରାନ୍ତ ହେଲେ ରୋଗୀର ମାଂସପେଶୀ ଦୁର୍ବଳ ହୋଇଯାଏ । ଫଳରେ ରୋଗୀ ହାତ, ଗୋଡ଼ ହଲାଇବାରେ ଅକ୍ଷମ ହେବା ସହ ଚାଲିବୁଲି ପାରି ନଥାଏ । ଅୟାଂଶର ପିତା ଯୋଗେଶ ଗୁପ୍ତା ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଛନ୍ତି । ପୁତ୍ରକୁ ସାହାଯ୍ୟ ନିମନ୍ତେ ସେ ସୋସିଆଲ ମିଡ଼ିଆରେ ଅନୁରୋଧ କରିଥିଲେ । ଗତ ଫେବୃୟାରୀ ମାସରୁ ସେ ଫଣ୍ଡ ଯୋଗାଡ଼ରେ ଲାଗିଥିଲେ । ତାଙ୍କର ବନ୍ଧୁ, ପରିଜନଙ୍କ ସହ କିଛି କ୍ରିକେଟର ଓ ଅଭିନେତା ତାଙ୍କୁ ଆର୍ଥିକ ସହାୟତା କରିଥିଲେ । ଏହାଛଡ଼ା ଯୋଗେଶଙ୍କର ଜଣେ ବନ୍ଧୁ ଜଣେ ସାଂସଦଙ୍କ ସହ ଯୋଗାଯୋଗ କରିବା ପରେ ସରକାର ଏହି ଔଷଧର ୬ କୋଟି ଟିକସ ଛାଡ଼ି କରିଦେଇଥିଲେ । ତେବେ ବର୍ତ୍ତମାନ ଅୟାଂଶ ହସ୍ପିଟାଲରୁ ଡିସଚାର୍ଜ ହୋଇଥିବା ବେଳେ ତା’ର ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଘଟୁଛି । ପୁଅର ଚିକିତ୍ସା ପାଇଁ ସହାୟତାର ହାତ ବଢ଼ାଇଥିବା୬୫ ହଜାର ଲୋକଙ୍କୁ ଯୋଗେଶ ଧନ୍ୟବାଦ ଜଣାଇଛନ୍ତି ।

Get real time updates directly on you device, subscribe now.