fbpx

ମ୍ୟାଲେରିଆର ଦ୍ୱିତୀୟ ଟୀକାକୁ ମଞ୍ଜୁରୀ ଦେଲା WHO : ଭାରତ ସହ ରହିଛି ବଡ଼ କନେକ୍ସନ

ନୂଆଦିଲ୍ଲୀ: ସାରା ଦେଶରେ ମ୍ୟାଲେରିଆ ରୋଗ ଖୁବ ଜୋରରେ ବ୍ୟାପିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO) ମ୍ୟାଲେରିଆର ଦ୍ୱିତୀୟ ଟୀକାକୁ ମଞ୍ଜୁରୀ ଦେଇଛି । ମ୍ୟାଲେରିଆ ଭଳି ରୋଗ ସହ ଲଢିବା ପାଇଁ ଏବେ R21/Matrix-M ଟୀକାକୁ ସ୍ୱୀକୃତି ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ତେବେ ଏହି ଟୀକା ବିଭିନ୍ନ ଦେଶରେ ମ୍ୟାଲେରିଆ ସହ ଲଢିବା ପାଇଁ ସହାୟକ ହୋଇପାରେ । ତେବେ ଏହା ପୂର୍ବ ଟୀକା ଅପେକ୍ଷା ଶସ୍ତା ଏବଂ ଅଧିକ ପ୍ରଭାବଶାଳୀ ହେବ ବୋଲି କୁହାଯାଇଛି । ୨ ବିଶେଷଜ୍ଞ ଦଳର ପରାମର୍ଶ ପରେ ହିଁ ଏହି ଭ୍ୟାକ୍ସିନକୁ ଆମେରିକାର ସ୍ୱାସ୍ଥ୍ୟ ଏଜେନ୍ସି ମଞ୍ଜୁରୀ ଦେଇଥିବା କହିଛନ୍ତି WHOର ମହାନିର୍ଦ୍ଦେଶକ ଟେଡ୍ରସ ଅଧାନମ ଘେବ୍ରେୟେସସ ।

ସାରା ଦେଶରେ ମ୍ୟାଲେରିଆ ରୋଗ ଖୁବ ଜୋରରେ ବ୍ୟାପିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO) ମ୍ୟାଲେରିଆର ଦ୍ୱିତୀୟ ଟୀକାକୁ ମଞ୍ଜୁରୀ ଦେଇଛି । ମ୍ୟାଲେରିଆ ଭଳି ରୋଗ ସହ ଲଢିବା ପାଇଁ R21/Matrix-M ଟୀକାକୁ ସ୍ୱୀକୃତି ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ତେବେ ଏହି ଟୀକା ବିଭିନ୍ନ ଦେଶରେ ମ୍ୟାଲେରିଆ ସହ ଲଢିବା ପାଇଁ ସହାୟକ ହୋଇପାରେ । ତେବେ ଏହା ପୂର୍ବ ଟୀକା ଅପେକ୍ଷା ଶସ୍ତା ଏବଂ ଅଧିକ ପ୍ରଭାବଶାଳୀ ହେବ ବୋଲି କୁହାଯାଇଛି । ୨ ବିଶେଷଜ୍ଞ ଦଳର ପରାମର୍ଶ ପରେ ହିଁ ଏହି ଭ୍ୟାକ୍ସିନକୁ ଆମେରିକାର ସ୍ୱାସ୍ଥ୍ୟ ଏଜେନ୍ସି ମଞ୍ଜୁରୀ ଦେଇଥିବା କହିଛନ୍ତି ଡବ୍ଲୁଏଚଓର ମହାନିର୍ଦ୍ଦେଶକ ଟେଡ୍ରସ ଅଧାନମ ଘେବ୍ରେୟେସସ ।

ଏ ନେଇ ଟେଡ୍ରସ କହିଛନ୍ତି ଯେ, ମ୍ୟାଲେରିଆ ସହ ଲଢିବା ପାଇଁ ସୁରକ୍ଷିତ ଏବଂ ପ୍ରଭାବୀ ଟୀକା ହାସଲ କରିବା ତାଙ୍କର ସ୍ୱପ୍ନ ରହିଥିଲା । କିନ୍ତୁ ବର୍ତ୍ତମାନ ଆମ ପାଖରେ ୨ଟି ଭ୍ୟାକ୍ସିନ ମହଜୁଦ ରହିଛି । ଭାରତର ସିରମ ଇନଷ୍ଟିଚ୍ୟୁଟ ସାହାଯ୍ୟରେ ଏକ ନୂଆ ଭ୍ୟାକ୍ସିନ ବିକଶିତ କରିଛି ଅକ୍ସଫୋର୍ଡ ୟୁନିଭର୍ସିଟି । ଏହାର ୩ଟି ଲେଖାଏଁ ଡୋଜ ନେବେ ଆକ୍ରାନ୍ତ । ତେବେ ଏକ ରିସର୍ଚ୍ଚରୁ ଜଣାଯାଇଛି ଯେ, ଏହି ଟୀକା ମ୍ୟାଲେରିଆ ବିରୋଧରେ ୭୫ ପ୍ରତିଶତ ଅଧିକ ପ୍ରଭାବଶାଳୀ ରହିଛି । ଏହାପରେ ଏକ ବୁଷ୍ଟର ଡୋଜ ସହିତ ସୁରକ୍ଷାକୁ ଅତିକମ୍ ରେ ଆଗାମୀ ବର୍ଷ ପର୍ଯ୍ୟନ୍ତ ରଖିଥାଏ । ଟେଡ୍ରସ କହିଛନ୍ତି ଯେ, ଭ୍ୟାକ୍ସିନର ଗୋଟିଏ ଡୋଜ ମୂଲ୍ୟ ପ୍ରାୟ ୨-୪ ଡଲାର ବା ୧୬୦-୩୨୦ ଟଙ୍କା ହୋଇପାରେ । ତେବେ ଆସନ୍ତାବର୍ଷ ଏହାକୁ କିଛି ଦେଶରେ ପାଇପାରିବେ ମ୍ୟାଲେରିଆ ରୋଗୀ ।

ତେବେ ମ୍ୟାଲେରିଆର ଏହି R21/Matrix-M ଭ୍ୟାକ୍ସିନକୁ RTS,S/AS01 ମଧ୍ୟ କୁହାଯାଇଥାଏ । ଏହା ମ୍ୟାଲେରିଆ ବିପକ୍ଷରେ ୭୦-୮୦ ପ୍ରତିଶତ ପର୍ଯ୍ୟନ୍ତ ସୁରକ୍ଷା ପ୍ରଦାନ କରିଥାଏ । ଏହି ଟୀକା ପିଲାମାନଙ୍କ ପାଇଁ ମଧ୍ୟ ବରଦାନ ସାବ୍ୟସ୍ତ ହୋଇପାରେ । ଗମ୍ଭୀର ପରିସ୍ଥିତିରୁ ଏମାନଙ୍କୁ ସୁରକ୍ଷା ଦେବାରେ ବିଶେଷ ପ୍ରଭାବୀ ହୋଇପାରେ ଏହି ଭ୍ୟାକ୍ସିନ । WHO କହିଛି ଯେ ମ୍ୟାଲେରିଆ ଏକ ପ୍ରମୁଖ ସ୍ୱାସ୍ଥ୍ୟ ସମସ୍ୟା ଥିବା ଦେଶରେ ବ୍ୟବହାର ପାଇଁ R21/Matrix-M ଟୀକା ଉପଲବ୍ଧ ହେବ ।

Get real time updates directly on you device, subscribe now.