fbpx

(Video) ମହିଳା ଓ ଶିଶୁଙ୍କ ବିରୋଧରେ ଅପରାଧ କରୁଥିବା ଦୋଷୀଙ୍କ ଦଣ୍ଡକୁ ଆହୁରି କଠୋର କରାଯାଇଛି: ଅମିତ ଶାହ

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଲୋକସଭାରେ ଭାରତୀୟ ନ୍ୟାୟ ସଂହିତା ବିଲ, ଭାରତୀୟ ନାଗରିକ ସୁରକ୍ଷା ସଂହିତା ବିଲ ଓ ଭାରତୀୟ ସାକ୍ଷ୍ୟ ବିଲ ଆଗତ କରିଛନ୍ତି । ଏହି ବିଲ ଭାରତୀୟ ଦଣ୍ଡ ସଂହିତା, ଅପରାଧିକ ପ୍ରକ୍ରିୟା ଅଧିନିୟମ ଓ ଭାରତୀୟ ସାକ୍ଷ୍ୟ ଅଧିନିୟମର ସ୍ଥାନ ନେବ । ଏହି ବିଲ ଆମର ଅପରାଧିକ ନ୍ୟାୟ ପ୍ରଣାଳୀକୁ ବଦଳାଇ ଦେବ । ଦଣ୍ଡ ପ୍ରଦାନ କରିବା ନୁହେଁ, ନ୍ୟାୟ ପ୍ରଦାନ କରିବା ଆମର ଉଦ୍ଦେଶ୍ୟ ବୋଲି ଶାହ ଗୃହରେ କହିଛନ୍ତି ।

କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି, ଆଜି ଭାରତୀୟ ଭାରତୀୟ ନ୍ୟାୟ ସଂହିତା ବିଲ, ଭାରତୀୟ ନାଗରିକ ସୁରକ୍ଷା ସଂହିତା ବିଲ ଓ ଭାରତୀୟ ସାକ୍ଷ୍ୟ ବିଲ ଲୋକସଭାର ଆଗତ ହୋଇଛି । ଏହି ତିନୋଟି ବିଲ ଭାରତୀୟ ଦଣ୍ଡ ସଂହିତା (ଆଇପିସି)-୧୮୬୦, ଅପରାଧିକ ପ୍ରକ୍ରିୟା ଅଧିନିୟମ- ୧୮୯୮ ଓ ଭାରତୀୟ ସାକ୍ଷ୍ୟ ଅଧିନିୟମ-୧୮୭୨ର ସ୍ଥାନ ନେବ । ଇଂରେଜଙ୍କ ଦ୍ୱାରା ଲାଗୁ କରାଯାଇଥିବା ଆଇନକୁ ଆମେ ସମାପ୍ତ କରିଦେବା । ମହିଳା ଓ ଶିଶୁଙ୍କ ବିରୋଧରେ ଅପରାଧ କରୁଥିବା ଦୋଷୀଙ୍କୁ ଆହୁରି ଅଧିକ କଠୋର ଦଣ୍ଡ ପ୍ରଦାନ ନେଇ ଏହି ବିଲରେ ବ୍ୟବସ୍ଥା କରାଯାଇଛି ।

ଭାରତୀୟ ଦଣ୍ଡ ସଂହିତା (ଆଇପିସି)ରେ ୧୩ଟି ବଡ଼ ପରିବର୍ତ୍ତନ କରାଯାଇଛି ।

୧- ଦୁଷ୍କର୍ମ ମାମଲାରେ ନୂଆ ବିଲରେ ସଜ୍ଜା ବଢ଼ାଯାଇଛି । ପୂର୍ବରୁ ସର୍ବନିମ୍ନ ସଜ୍ଜା ୭ ବର୍ଷ ଥିବା ବେଳେ ଏବେ ୧୦ ବର୍ଷ କରି ଦିଆଯାଇଛି ।

୨- ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ନୂଆ ଆଇନ ଅଣାଯାଇ ସଜ୍ଜାକୁ ବଢ଼ାଯାଇ ୨୦ ବର୍ଷ କରାଯାଇଛି । ମିଥ୍ୟା ପରିଚୟ ଦେଇ ଯୌନ ସମ୍ବନ୍ଧ କରୁଥିବା ବ୍ୟକ୍ତିଙ୍କୁ ଅପରାଧ ଶ୍ରେଣୀରେ ରଖାଯାଇଛି ।

୩- ନୂଆ ଆଇନ ଅନୁସାରେ ନାବାଳିକା ଗ୍ୟାଙ୍ଗରେପ ପାଇଁ ମୃତ୍ୟୁଦଣ୍ଡ ବ୍ୟବସ୍ଥା କରାଯାଇଛି ।

୪- ଅପ୍ରାକୃତିକ ଯୌନ ଅପରାଧ ଧାରା ୩୭୭କୁ ଏବେ ସମ୍ପୂର୍ଣ୍ଣ ଭାବେ ସମାପ୍ତ କରିଦିଆଯାଇଛି । ପୁରୁଷଙ୍କ ପ୍ରତି ଅପ୍ରାକୃତିକ ଯୌନ ଅପରାଧ ପାଇଁ ଦଣ୍ଡର କୌଣସି ବ୍ୟବସ୍ଥା ନାହିଁ ।

୫- ଦୁଷ୍କର୍ମ ପୀଡ଼ିତାଙ୍କ ପରିଚୟ ଲୁଚାଇବା ପାଇଁ ନୂଆ ଆଇନ ଅଣାଯାଇଛି ।

୬- ଶିଶୁ ବିରୋଧୀ ଅପରାଧ ପାଇଁ ନୂଆ ଚାପ୍ଟର ସାମିଲ କରାଯାଇଛି । ସେଥିରେ ପରିତ୍ୟାଗ, ଶିଶୁଙ୍କର ଶରୀରକୁ ନଷ୍ଟ କରିବା, ଶିଶୁ ତସ୍କରୀ ଆଦି ସାମିଲ ରହିଛି ।

୭- ଦାୟିତ୍ୱହୀନ କାରଣରୁ ମୃତ୍ୟୁର ସଜ୍ଜା ୨ ବର୍ଷକୁ ବଢ଼ାଇ ୭ ବର୍ଷ କରାଯାଇଛି ।

୮- ସଂଗଠିତ ଅପରାଧ ପାଇଁ ନୂଆ ଆଇନ ଅଣାଯାଇଛି । କୌଣସି ବ୍ୟକ୍ତି ଏପରି ମୃତ୍ୟୁବରଣ କଲେ ମୃତ୍ୟୁଦଣ୍ଡ ଦିଆଯିବ ।

୯- ଆତଙ୍କବାଦ ବିରୋଧରେ ନୂଆ ଆଇନ ବା ମୃତ୍ୟୁଦଣ୍ଡ ବ୍ୟବସ୍ଥା କରାଯାଇଛି ।

୧୦- ରାଜଦ୍ରୋହ ଆଇନର ଦଣ୍ଡକୁ ୩ବର୍ଷକୁ ବଢ଼ାଇ ୭ ବର୍ଷ କରାଯାଇଛି ।

୧୧- ଦେଶରେ ଦଣ୍ଡର ନୂଆ ରୂପ ଭାବେ ସାମୁଦାୟିକ ସେବା ଆରମ୍ଭ କରାଯାଇଛି । ଏହାଦ୍ୱାରା ନିର୍ବାଚନରେ ମତଦାତାଙ୍କୁ ଲାଞ୍ଚ ଦେଲେ ଏକ ବର୍ଷର ଜେଲଦଣ୍ଡ ହେବ ।

୧୨- ମହିଳା ଓ ଶିଶୁ ବିରୋଧୀ ଅପରାଧରେ ନୂଆ ଚାପ୍ଟର ସାମିଲ କରାଯାଇଛି ।

୧୩- ଭାରତରେ ବୈବାହିକ ଦୁଷ୍କର୍ମ ବର୍ତ୍ତମାନେ ଏକ ଅପରାଧ ନୁହେଁ ।

Get real time updates directly on you device, subscribe now.