fbpx
BJD SKY
BJD SKY

କାହିଁକି ଚେନ୍ନଇର ଅଧିନାୟକ ପଦ ଛାଡ଼ିଲେ ଧୋନୀ: ଏପରି ନିଷ୍ପତ୍ତି ନେବା ପଛର କାରଣ କ’ଣ ହୋଇପାରେ

BJD

ନୂଆଦିଲ୍ଲୀ: ଆଇପିଏଲ-୨-୨୪ ଆରମ୍ଭ ପୂର୍ବରୁ ଚେନ୍ନଇ ସୁପରକିଙ୍ଗସ (ସିଏସକେ)ର ଅଧିନାୟକ ପଦ ଛାଡ଼ିଛନ୍ତି ମିଷ୍ଟର କୁଲ ମହେନ୍ଦ୍ର ସିଂହ ଧୋନୀ । ଧୋନୀଙ୍କ ବଦଳରେ ଏବେ ଋତୁରାଜ ଗାୟକୱାଡ ଚେନ୍ନାଇର ନୂଆ ଅଧିନାୟକ ଦାୟିତ୍ୱ ସମ୍ଭାଳିବେ । ଧୋନୀଙ୍କ ନେତୃତ୍ୱରେ ଚେନ୍ନଇ ୨୦୧୦, ୨୦୧୧, ୨୦୧୮, ୨୦୨୧ ଓ ୨୦୨୩ରେ ଚାମ୍ପିୟନ ହୋଇଥିବା ବେଳେ ୨୦୦୮, ୨୦୧୨, ୨୦୧୩, ୨୦୧୫ ଓ ୨୦୧୯ରେ ଦଳ ଫାଇନାଲରେ ପହଞ୍ଚି ପାରିଥିଲା । ଧୋନୀଙ୍କ ଅଧିନାୟକତ୍ୱରେ ଚେନ୍ନାଇ ୨୨୬ଟି ମ୍ୟାଚ ଖେଳିଥିବା ବେଳେ ସେଥିମଧ୍ୟରୁ ୧୩୩ଟିରେ ଜିତିଥିଲା ଓ ୯୧ଟିରେ ହାରିଥିଲା । ଅଧିନାୟକ ଭାବେ ଧୋନୀଙ୍କ ବିଜୟ ପ୍ରତିଶତ ୫୯.୮୮ ପ୍ରତିଶତ ରହିଛି ।
ତେବେ ସମସ୍ତଙ୍କ ମନରେ ଏବେ ଗୋଟିଏ ବଡ଼ ପ୍ରଶ୍ନ ‘କାହିଁକି ଧୋନୀ ସିଏସକେ ଅଧିନାୟକ ପଦ ଛାଡ଼ିଲେ?’ ଧୋନୀ ଫିଟ ଅଛନ୍ତି ଓ ସେ ସହଜରେ ଟୁର୍ଣ୍ଣାମେଣ୍ଟ ଖେଳିପାରିବେ ବୋଲି ପୂର୍ବତନ ଭାରତୀୟ କ୍ରିକେଟର ଇରଫାନ ପଠାନ କହିଥିଲେ । ତେବେ ଧୋନୀ କେତେ ଫିଟ୍ ଅଛନ୍ତି ତାହା ସେ ନିଜେ ହିଁ କହିପାରିବେ । ଗତ ଆଇପିଏଲ ସିଜିନରେ ସେ ଆହତ ହୋଇଥିଲେ ହେଁ ଖେଳ ଜାରି ରଖିଥିଲେ । ଆଇପିଏଲ-୨୦୨୨ର ଓପନିଂ ମ୍ୟାଚ ପୂର୍ବରୁ ଧୋନୀ ଚେନ୍ନଇର ଅଧିନାୟକ ପଦରୁ ଓହରିବା ନିଷ୍ପତ୍ତି ନେଇଥିଲେ । ଧୋନୀ ଅଧିନାୟକ ଦାୟିତ୍ୱ ରବିନ୍ଦ୍ର ଜାଡ଼େଜାଙ୍କୁ ସମର୍ପିଥିଲେ । ଅନୁରୂପ ଭାବେ ଚଳିତ ସିଜିନରେ ମଧ୍ୟ ଧୋନୀଙ୍କ ନିଷ୍ପତ୍ତି ଏବେ ସଭିଙ୍କୁ ଚକିତ କରିଦେଇଛି ।
ଏଠାରେ ପ୍ରଶ୍ନ ଉଠୁଛି, ଯଦି ଧୋନୀ ଏପରି ନିଷ୍ପତ୍ତି ନେବାର ଥିଲା ତେବେ ସେ ପୂର୍ବରୁ କାହିଁକି ନେଲେ ନାହିଁ? ସାଧାରଣ ଭାବେ ଜଣେ ଖେଳାଳି ଭଲ ପ୍ରଦର୍ଶନ କରିବା ପାଇଁ ହେଲେ ସେ ଫିଟ୍ ରହିବା ନିହାତି ଜରୁରୀ । ତେଣୁ ଏନେଇ ଧୋନୀଙ୍କ ମନରେ କ’ଣ ଚାଲିଛି ତାହା ଅନୁମାନ କରିବା ମୁସ୍କିଲ । ହୁଏତ ଧୋନୀ ନୂଆ ପୀଢ଼ିଙ୍କୁ ଦାୟିତ୍ୱ ଦେଇ ସେମାନଙ୍କୁ ସହାୟତା କରିବାକୁ ଚାହୁଁଥିବେ । ଏପରି ହେଲେ ଆଗାମୀ ଦିନରେ ଚେନ୍ନଙ୍କୁ ଫାଇଦା ମିଳିପାରେ । ଚେନ୍ନଇର ଭବିଷ୍ୟତକୁ ନେଇ ମାହି ଏପରି ସୁଯୋଜନା କରିଥାଇ ପାରନ୍ତି ।
ଧୋନୀ ଏବେ ୪୦ ବର୍ଷ ଅତିକ୍ରମ କରିସାରିଥିବା ବେଳେ ତାଙ୍କ ନିକଟରେ କ୍ରିକେଟ ପାଇଁ ସୀମିତ ସମୟ ବାକି ଥିବା ନେଇ ସେ ପୂର୍ବରୁ ବହୁବାର ସ୍ପଷ୍ଟ କରିସାରିଛନ୍ତି । ସାଧାରଣ ଭାବେ ଅଧିକ ବୟସ ହୋଇଯିବା ପରେ ପ୍ରତି ଖେଳାଳିଙ୍କ କ୍ଷେତ୍ରରେ ଫିଟ୍ ସମସ୍ୟା, ସିଙ୍ଗଲ/ଡବଲ ରନ୍ ନେବା ସମସ୍ୟା ଦେଖାଦେଇଥାଏ । ତେଣୁ ସବୁ ଦୃଷ୍ଟିରୁ ବିଚାର କରି ମାହି ଏପରି କିଛି ନିଷ୍ପତ୍ତି ନେଇଥାଇ ପାରନ୍ତି । ଏଥିସହିତ ଧୋନୀ ଦଳର ଅଧିନାୟକ ପଦ ଛାଡ଼ିଥିଲେ ବି ନୂଆ ପୀଢ଼ିର ଯୁବ କ୍ରିକେଟରଙ୍କ ପାଇଁ ପଡ଼ିଆରେ ସେ ଏକ ଆଦର୍ଶ ତଥା ପ୍ରେରଣାଦାତାର ଭୂମିକା ନିର୍ବାହ କରିବେ । ବର୍ତ୍ତମାନର ଖେଳାଳିମାନେ ତାଙ୍କ ଠାରୁ ଅନେକ କିଛି ଶିକ୍ଷା ଗ୍ରହଣ କରିପାରିବେ । ତେଣୁ ସେ ସବୁଦିନ ପାଇଁ ସମସ୍ତଙ୍କ ହୃଦୟରେ ଅସଲି ଅଧିନାୟକ ହୋଇରହିବେ ।

Get real time updates directly on you device, subscribe now.