fbpx

WHO ଜାରି କଲା ଗାଇଡଲାଇନ୍ସ: କେଉଁ ବୟସର ଲୋକମାନେ କେତେ ସମୟ ପର୍ଯ୍ୟନ୍ତ ବ୍ୟାୟାମ୍ କରିବା ଆବଶ୍ୟକ, ନିୟମ ମାନିଲେ ପାଖ ମାଡ଼ିବନି ବିମାରୀ

ନୂଆଦିଲ୍ଲୀ: ଏକ ସୁସ୍ଥ ଜୀବନ ଅତିବାହିତ ପାଇଁ ନିୟମିତ ଭାବେ ବ୍ୟାୟାମ କରିବା ନିହାତି ଜରୁରୀ । ବିଭିନ୍ନ ବୟସର ଲୋକମାନେ କେତେ ସମୟ ପର୍ଯ୍ୟନ୍ତ ବ୍ୟାୟାମ କରିବା ଆବଶ୍ୟକ ସେନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ ଗାଇଡଲାଇନ୍ସ ଜାରି କରାଯାଇଛି । ଏହି ନିୟମକୁ ମାନିଲେ ଜଣେ ନିଶ୍ଚିତ ଭାବେ ସୁସ୍ଥ ରହିପାରିବ । ୫ରୁ ୧୭ ବର୍ଷ ବୟସର ପିଲାମାନେ ଅତିକମରେ ୧ ଘଣ୍ଟା ପର୍ଯ୍ୟନ୍ତ ବ୍ୟାୟାମ କରିବା ଆବଶ୍ୟକ । ଏହି ବୟସରେ ଏରୋବିକ୍ ଏକ୍ସରସାଇଜ, ବ୍ରିସ୍କ ୱାକ ଓ ସାଇକଲିଙ୍ଗ କରିବା ଆବଶ୍ୟକ । ସପ୍ତାହକୁ ଏପରି ୩ ଦିନ ପର୍ଯ୍ୟନ୍ତ କଲେ ଶରୀରର ମାଂସପେଶୀ ମଜବୁତ ହେବା ସହିତ ହାଡ଼ ମଧ୍ୟ ସୁସ୍ଥ ରହିବ ।

ସେହିପରି ୧୮ରୁ ୬୪ ବର୍ଷ ବୟସର ଲୋକଙ୍କ ପାଇଁ ୧୫୦ ମିନିଟର ବ୍ୟାୟାମ କରିବା ଜରୁରୀ । ଅତିମରେ ଜୋର ତୀବ୍ରତା ବିଶିଷ୍ଟ ଏରୋବିକ ବ୍ୟାୟାମ ୭୫-୧୫୦ ମିନିଟ୍ ପର୍ଯ୍ୟନ୍ତ କରିବା ଆବଶ୍ୟକ । ସପ୍ତାହକୁ ୨ ଦିନ ଏହି କାର୍ଯ୍ୟ କରିବା ଆବଶ୍ୟକ । ଏହାଦ୍ୱାରା ଶରୀରର ସେଲ୍ସ ଓ ଟିସୁ ସୁସ୍ଥ ରହିବା ସହିତ ଅନେକ ଅଙ୍ଗକୁ ଫାଇଦା ଦେଇଥାଏ ।

ବୃଦ୍ଧ ବ୍ୟକ୍ତିମାନେ ୧୫୦ ମିନିଟ୍ ପର୍ଯ୍ୟନ୍ତ ଏକ୍ସସାଇଜ୍ କରିବା ଆବଶ୍ୟକ । ସେମାନେ ମଧ୍ୟମ-ତୀବ୍ରତା ବିଶିଷ୍ଟ ବ୍ୟାୟାମ ୩୦୦ ମିନିଟ୍ ପର୍ଯ୍ୟନ୍ତ କରିବା ଆବଶ୍ୟକ । ଏହି ବ୍ୟାୟାମ କରିବା ଫଳରେ ମହିଳାମାନେ ଅନେକ ସମସ୍ୟାରୁ ମୁକ୍ତି ପାଇ ପାରିବେ । ଏଥିସହିତ ସେମାନଙ୍କର ଅଙ୍ଗ ପ୍ରତ୍ୟଙ୍ଗ ହେଲଦୀ ରହିବ । ଏପରି ଭାବେ ଆପଣମାନେ ଅଧିକରୁ ଅଧିକ ଏକ୍ସରସାଇଜ ଓ ଫିଜିକାଲ ଆକ୍ଟିଭିଟି କଲେ ସୁସ୍ଥ ରହିପାରିବେ । ଦୈନନ୍ଦିନ ଜୀବନରେ କିଛି ସମୟ ଦେଇ ଆପଣମାନେ ଶରୀର ସହ ଜଡ଼ିତ ଅନେକ ବୀମାରକୁ ଦୂରେଇ ଦେଇ ପାରିବେ । ତେଣୁ ଅଧିକ ସମୟ ସମୟ ଏକ୍ସରସାଇଜରେ ବିତାଇବା ଆବଶ୍ୟକ ।

Get real time updates directly on you device, subscribe now.