fbpx

(Video) ଦେଶ ପାଇଁ ନଲଢ଼ିବି ଅମର ହୋଇଗଲା ପୁଅ…ପୁରା ଗାଁ ଜଣାଇଲା ଶେଷ ଶ୍ରଦ୍ଧାଞ୍ଜଳୀ

ବାଲେଶ୍ୱର: (ଓଡ଼ିଶା ଭାସ୍କର) ଦୁଇ ବର୍ଷର ପୁଅକୁ କାନ୍ଦି କାନ୍ଦି ପୋଲିସ ମାରିଲେ ସାଲ୍ୟୁଟ, ଦେଶ ପାଇଁ ନଲଢ଼ିବି ଅମର ହୋଇଗଲା ପୁଅ। ପୁରା ଗାଁ ଜଣାଇଲା ଶେଷ ଶ୍ରଦ୍ଧାଞ୍ଜଳୀ। ହାତରେ ବନ୍ଧୁକ ଧରିନି। ଦେଶ ପାଇଁ ସେ ସୀମାରେ ଯାଇ ଲଢ଼େଇ କରିନି । ଠିକ୍‌ରେ ଚାଲିବା ବି ଶିଖି ନଥିଲା । କଥା ବି ଠିକ୍ ଭାବରେ କହି ପାରୁ ନଥିଲା । ହେଲେ ପୁଅକୁ ମିଳିଛି ରାଷ୍ଟ୍ରୀୟ ସମ୍ମାନ । ଯେଉଁ ସମ୍ମାନ ଦେଶ ପାଇଁ ସହୀଦ ହେଲେ ମିଳେ ସେହି ସମ୍ମାନ ମିଳିଛି ଗୋଟିଏ ୨ ବର୍ଷର ପୁଅକୁ ।

ଯିଏ ଦେଶ ପାଇଁ ନଲଢ଼ି ମଧ୍ୟ ଅମର ହୋଇ ଯାଇଛନ୍ତି । ହଁ ଆଜ୍ଞା, ରାଷ୍ଟ୍ରୀୟ ସମ୍ମାନ ସେହି ମାନଙ୍କୁ ମିଳେ ଯେଉଁ ମାନେ ରାଷ୍ଟ୍ର ପାଇଁ କିଛି ମହତ କାମ କରଥାନ୍ତି । ଖାଲି ବୀର ଯବାନ ମାନେ ନୁହଁନ୍ତି । ସାଧାରଣ ଲୋକ ମାନେ ମହତ କାମ କଲେ ସେମାନଙ୍କୁ ମଧ୍ୟ ମିଳେ ରାଷ୍ଟ୍ରୀୟ ସମ୍ମାନ । ତେବେ ଏହି କୁନି ପୁଅ ଜଣକ ସେମିତି କିଛି କମ କରିଦେଇ ଯାଇଛନ୍ତି ଯେଉଁଥିପାଇଁ ତାଙ୍କୁ ମିଳିଛି ରାଷ୍ଟ୍ରିୟ ସମ୍ମାନ ।

ଟିକେ ଏହି ଦୃଶ୍ୟକୁ ଦେଖନ୍ତୁ । ଶ୍ମାଶାନରେ ଜମା ହୋଇଛନ୍ତି ଶହ ଶହ ଲୋକ । ପୋଲିସ କର୍ମଚାରୀ ମାନେ ମଧ୍ୟ ଉପସ୍ଥିତ ରହିଛନ୍ତି । ସମସ୍ତେ ଆଜି ଯବାନଙ୍କୁ ନୁହେଁ ଗୋଟି ୨ ବର୍ଷର ପୁଅକୁ ଦେବାକୁ ଆସିଛନ୍ତି ରାଷ୍ଟ୍ରିୟ ସମ୍ମାନ । ହାତ ଉଠାଇ ମାରୁଛନ୍ତି ସାଲ୍ୟୁଟ । ଯାହାପରେ ଯାଇ ଦିଆଯାଇଛି ରାଷ୍ଟ୍ରୀୟ ସମ୍ମାନ । ଖବର ମୁତାବିକ ଏ ୨୧ ମାସର ପୁଅ ହେଉଛନ୍ତି ପ୍ରତ୍ୟୁଷ । ଜାହାଙ୍କ ଘର ହେଉଛି ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ବିଷ୍ଣୁପୁର ପଞ୍ଚାୟତ ଦେବେନ୍ଦ୍ରପୁର ଗାଁରେ । ପ୍ରତ୍ୟୁଙ୍କୁ ଯେତେବେଳେ ୨୧ ମାସ ହୋଇଥିଲା ସେତେଳେ ତାଙ୍କର ବ୍ରେନ୍ ଡେଡ ହୋଇଗଲା ।

ଯାହାପରେ ବାପା ମା ଚିନ୍ତା କରିଥିଲେ କି ପ୍ରତ୍ୟୁଷଙ୍କର ଲିଭର ଆଉ କିଡନୀକୁ ଦାନ କରିବେ । ତେବେ ପ୍ରତ୍ୟୁଷଙ୍କର ଅଙ୍ଗ ଦାନ ପରେ ୨ ଜଣ ଶିଶୁ ନୂଆ ଜୀବନ ପାଇଛନ୍ତି । ଯଦି ଦେଖିବା ରକ୍ତ ଦାନ ଭଳି ଅଙ୍ଗଦାନ ହେଉଛି ପୂଣ୍ୟ କାମ । ଯାହାକୁ ନେଇ ଅଙ୍ଗାଦନ କଲେ ରାଷ୍ଟ୍ରୀୟ ସମ୍ମାନ ଦିଆଯିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେବେଠାରୁ ରାଜ୍ୟରେ ଯିଏ ବି ଅଙ୍ଗଦାନ କରନ୍ତି ସେମାନଙ୍କୁ ଏମିତି ରାଷ୍ଟ୍ରୀୟ ସମ୍ମାନ ଦିଆଯାଏ । ଯେମିତି ୨୧ ମାସର ଶିଶୁ ପ୍ରତ୍ୟୁଷଙ୍କୁ ଦିଆଯାଇଛି ରାଷ୍ଟ୍ରୀୟ ସମ୍ମାନ ।

Get real time updates directly on you device, subscribe now.