ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ଭାରତୀୟ ସେନା ଦୁନିଆର ସର୍ବୋଚ୍ଚ ତଥା ଶୀତଳ ସ୍ଥାନ ସିଆଚେନରେ ଜଣେ ମହିଳା ଡାକ୍ତରଙ୍କୁ ନିୟୋଜିତ କରିଛି। ସିଆଚୀନରେ କ୍ୟାପଟେନ ଗୀତିକା କୌଲଙ୍କୁ ନିୟୋଜିତ କରାଯାଇଛି । ଗୀତିକା ଏଠାରେ ପୋଷ୍ଟ ହୋଇଥିବା ପ୍ରଥମ ମହିଳା ମେଡିକାଲ ଅଫିସର। ‘ଫାୟାର ଆଣ୍ଡ ଫ୍ୟୁରୀ’ କୋର ଏ ନେଇ ସୂଚନା ଦେଇଛନ୍ତି ।
ତେବେ କ୍ୟାପ୍ଟେନ ଗୀତିକା ସମ୍ମାନଜନକ ସିଆଚେନ୍ ବ୍ୟାଟଲ ସ୍କୁଲରେ କଠୋର ତାଲିମ ସମାପ୍ତ କରିବା ପରେ କ୍ୟାପଟେନ ଏହି ସଫଳତା ପାଇଛନ୍ତି । ତେବେ ଏହି ସମୟ ମଧ୍ୟରେ ତାଙ୍କୁ ଅଧିକ ଉଚ୍ଚତାରେ ରହିବାକୁ ତାଲିମ ଦିଆଯାଇଛି । ଏହା ବ୍ୟତୀତ ପ୍ରଶିକ୍ଷଣ ସମୟରେ ଆତ୍ମରକ୍ଷା କୌଶଳ ଏବଂ ସ୍ୱତନ୍ତ୍ର ଚିକିତ୍ସା ପ୍ରଣାଳୀକୁ ନେଇ ମଧ୍ୟ ତାଙ୍କୁ ତାଲିମ ଦିଆଯାଇଛି ।
ଭାରତୀୟ ସେନାର ‘ଫାୟାର ଆଣ୍ଡ ଫ୍ୟୁରୀ’ କୋର କହିଛି ଯେ ସ୍ନୋ ଲଓପାର୍ଡ଼ ବ୍ରିଗେଡର କ୍ୟାପଟେନ ଗୀତାକା ସିଆଚୀନ ବ୍ୟାଟଲ ସ୍କୁଲରେ ତାଲିମ ସମାପ୍ତ କରିବା ପରେ ବିଶ୍ୱର ସର୍ବୋଚ୍ଚ ଯୁଦ୍ଧକ୍ଷେତ୍ର ସିଆଚୀନରେ ନିୟୋଜିତ ହୋଇଥିବା ଭାରତୀୟ ସେନାର ପ୍ରଥମ ମହିଳା ଚିକିତ୍ସା ଅଧିକାରୀ ହୋଇଛନ୍ତି। ‘
କ୍ୟାପଟେନ ଗୀତିକା ଏହି ସଫଳତା ପାଇଁ ନିଜର ଖୁସି ବ୍ୟକ୍ତ କରିଛନ୍ତି । ଏହା ସହିତ ଭାରତୀୟ ସେନାକୁ ମଧ୍ୟ କୃତଜ୍ଞତା ଜଣାଇଛନ୍ତି। ସେ କହିଛନ୍ତି ଯେ ଦେଶର ସେବା କରିବା ପାଇଁ ମନୋନୀତ ହେବା ଗର୍ବର ବିଷୟ। ମୁଁ ଦେଶ ପାଇଁ ମୋର ପ୍ରତ୍ୟେକ କର୍ତ୍ତବ୍ୟ ପାଳନ କରିବି ଏବଂ ମୋ ଜୀବନକୁ ବିପଦରେ ପକାଇ ମଧ୍ୟ ଏହାର ସୁରକ୍ଷା କରିବି ବୋଲି ମଧ୍ୟ ସେ କହିଛନ୍ତି।
ସିଆଚୀନ ହେଉଛି ବିଶ୍ୱର ସର୍ବୋଚ୍ଚ ଯୁଦ୍ଧ କ୍ଷେତ୍ର । ତେବେ ଏହା ରଣନୈତିକ ଗୁରୁତ୍ୱ ସହିତ ଏହା ପ୍ରତିକୂଳ ଜଳବାୟୁ ଏବଂ ଚ୍ୟାଲେଞ୍ଜିଂ ଅଞ୍ଚଳ ପାଇଁ ଜଣାଶୁଣା । ଏହା ସହିତ ସିଆଚୀନ ଭାରତ ଏବଂ ପାକିସ୍ତାନ ସମ୍ପର୍କରେ ମଧ୍ୟ ବେଶ ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।