fbpx

କିଏ ବେଶୀ ଉପକାରୀ ?, ଗୁଣ ଜାଣି ଆରମ୍ଭ କରିବେ ସେବନ

ଭୁବନେଶ୍ୱର : ଅଧିକାଂଶ ଲୋକେ ପାଚିଲା ଅମୃତଭଣ୍ଡା କିମ୍ବା କଞ୍ଚା ଅମୃତଭଣ୍ଡାକୁ ବିଭିନ୍ନ ପ୍ରକାର ବ୍ୟଞ୍ଜନ ଭାବେ ପ୍ରସ୍ତୁତ କରି ଖାଇଥାଆନ୍ତି। ମାତ୍ର ସିଧାସଳଖ କଞ୍ଚା ଅମୃତଭଣ୍ଡା ଖାଇବା ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ ବୋଲି ଅଧିକାଂଶ ଲୋକେ ହୁଏତ ଜାଣିନଥିବେ। ଆସନ୍ତୁ ଜାଣିବ ଅମୃତ ଭଣ୍ଡା ଖାଇବାର ଫାଇଦା ..

-ନିୟମିତ ଭଣ୍ଡା ଖାଇଲେ ଚର୍ମ ଜନିତ ରୋଗରୁ ମୁକ୍ତି ମିଳିଥାଏ। ଅମୃତଭଣ୍ଡାରେ ଭିଟାମିନ ଏ , ସି ଆଦି ରହିଥିବାରୁ ଏହା ଆମକୁ ଶକ୍ତି ଯୋଗାଇବା ସହ ବହୁ ରୋଗରୁ ରକ୍ଷା କରିଥାଏ।

-ନିୟମିତ ଥଣ୍ଡା କାଶ , ଜ୍ୱର ହେଉଥିଲେ ଅମୃତଭଣ୍ଡା ପତ୍ରକୁ ବାଟି ଏହାର ରସକୁ ପିଇଲେ ଥଣ୍ଡା, କାଶ ଶୀଘ୍ର ଭଲ ହୋଇଥାଏ ।

-ପାଚିଲା ଅମୃତଭଣ୍ଡାରେ ବହୁ ଭିଟାମିନ ରହିଥିବାରୁ ଏହା ଖାଇବା ମଧ୍ୟ ଶରୀର ପାଇଁ ଖୁବ ହିତକାରକ ଅଟେ।

-ଏହାର ପତ୍ରକୁ ବାଟି ଡ଼େଙ୍ଗୁ ରୋଗୀଙ୍କୁ ପିଇବାକୁ ମଧ୍ୟ ଦିଆଯାଏ।

-ଭଣ୍ଡା ଖାଇବା ଦ୍ୱାରା ଖାଦ୍ୟ ଭଲ ଭାବେ ହଜମ ହୋଇଥାଏ। ସିଝା ଭଣ୍ଡାକୁ ନିୟମିତ ଭାବେ ଖାଇବା ଦ୍ୱାରା ଶରୀରରେ ବହୁ ମାତ୍ରାରେ ରକ୍ତ ହୋଇଥାଏ।

-ଏହାକୁ ମୁହଁରେ ଲଗାଇଲେ ମୁହଁ ଖୁବ ଉଜ୍ଜଳ ଦେଖା ଯାଇଥାଏ ।

-ପାଚିଲା ଅମୃତଭଣ୍ଡା ଭଳି କଞ୍ଚା ଅମୃତଭଣ୍ଡା ମଧ୍ୟ ପେଟ ପାଇଁ ଖୁବ ଲାଭଦାୟକ। ଏହା ଗ୍ୟାଷ୍ଟିକ, ପେଟ ଯନ୍ତ୍ରଣା ଓ ପାଚନ ଜନିତ ସମସ୍ୟାକୁ ଦୂର କରିଥାଏ। ଖାଦ୍ୟକୁ ମଧ୍ୟ ଭଲ ଭାବେ ହଜମ କରିଥାଏ।
କଞ୍ଚା ଅମୃତ ଭଣ୍ଡ ଖାଇବାର ଫାଇଦା :

-କଞ୍ଚା ଅମୃତଭଣ୍ଡା ଖାଇବା ଦ୍ୱାରା ଆଣ୍ଠୁଗଣ୍ଠି ଯନ୍ତ୍ରଣା ଦୁରେଇ ଯାଇଥାଏ । ଏହାକୁ ଖାଇଲେ ଓଜନ ମଧ୍ୟ ହ୍ରାସ ପାଇଥାଏ। ଏହାକୁ ନିୟମିତ ଖାଇବା ବେଶ ଉପକାରୀ।

-ମଧୁମେହ ରୋଗୀଙ୍କ ପାଇଁ କଞ୍ଚା ଅମୃତଭଣ୍ଡା ଖାଇବା ଦ୍ୱାରା ଆଶ୍ଚର‌୍ୟ୍ୟଜନକ ଲାଭ ହୋଇଥାଏ। ଏହା ରକ୍ତରେ ଶର୍କରାର ମାତ୍ରାକୁ ନିୟନ୍ତ୍ରଣ କରିଥାଏ।

-କଞ୍ଚା ଅମୃତଭଣ୍ଡା ଖାଇବା ଦ୍ୱାରା ଯକୃତ ପାଇଁ ଲାଭଦାୟକ ହେବା ସହ ଯକୃତ ଜନିତ ବିଭିନ୍ନ ସମସ୍ୟା ଦୂର କରିଥାଏ।
ଏହାସହ କଞ୍ଚା ଅମୃତଭଣ୍ଡାରେ ଭିଟାମିନ ଇ,ସି,ଏ ସହ ଆଣ୍ଟି-ଅକ୍ସିଡାଣ୍ଟ ରହିଛି, ଯାହା ଅନ୍ୟାନ୍ୟ ପୋଷକ ତତ୍ତ୍ୱ ଠାରୁ କର୍କଟ ରୋଗକୁ ରକ୍ଷା କରିବା ସହ ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ।

Get real time updates directly on you device, subscribe now.