fbpx
BSKY
BJD SHG SKY
BJD MC SKY

ପତି, ପତ୍ନୀ ଔର ୱୋ!: ସଞ୍ଜିତ ବାରିକ କିଏ? ଯାହାଙ୍କୁ ନେଇ ତପସ୍ୱିନୀଙ୍କୁ ସନ୍ଦେହ କରୁଥିଲେ ସୁମିତ, ଦେଖନ୍ତୁ ଭିଡିଓ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ତପସ୍ୱିନୀ ଦାସ ଓ ଡାକ୍ତର ସୁମିତ ସାହୁ ମାମଲାରେ ଆଉ ଏକ ଭିଡିଓ ଭାଇରାଲ ହୋଇଛି । ଏହି ଭିଡିଓରେ ସଞ୍ଜିତ ବାରିକ ବୋଲି କେହି ଜଣେ ଯୁବକଙ୍କ ନାଁ ଉଠିଛି । ତେବେ କିଏ ଏହି ସଞ୍ଜିତ ବାରିକ ଏବଂସ୍ପସ୍ୱିନୀ ସହିତ ତାଙ୍କର ସମ୍ପର୍କ କଣ ବୋଲି ପ୍ରଶ୍ନ ଉଠିଛି । ସଞ୍ଜିତ ବାରିକଙ୍କୁ ନେଇ ସୁମିତ ତାଙ୍କୁ ସନ୍ଦେହ କରୁଥିବା ବେଳେ ସେ ନାମରେ ସେ କାହାକୁ ଜାଣି ନାହାନ୍ତି ବୋଲି କହିଛନ୍ତି ତପସ୍ୱିନୀ ।

ସୁମିତ ଯେଉଁ ଭିଡିଓଟି ଭାଇରାଲ କରିଛନ୍ତି ସେ ଭିଡିଓଟି ବର୍ଷେ ତଳର । ସେଠାରେ ଥିବା କାରଟି ତାଙ୍କ ଘରର ବୋଲି କହିଛନ୍ତି ତପସ୍ୱିନୀ । ଏହା ସହିତ ସେ ୮ ଲକ୍ଷ ମାଗିଥିବା କଥା ସ୍ୱୀକାର ମଧ୍ୟ କରିଛନ୍ତି । ତାଙ୍କୁ ଡାକ୍ତରୀ ପଢାଇବା ପାଇଁ ଶ୍ୱଶୁର ୧୫ ଲକ୍ଷ ଟଙ୍କା ମାଗିଥିଲେ । ତେବେ ୪ଟି ଗାଇ ବିକ୍ରି କରି ତପସ୍ୱିନୀଙ୍କ ବାପା ୮ ଲକ୍ଷ ଟଙ୍କା ଦେଇଥିଲେ । ଯେତେବେଳେ ସୁମିତ ତାଙ୍କୁ ଡିଭୋର୍ସ କଥା କହିଥିଲେ ସେ ୮ ଲକ୍ଷ ଫେରାଇବା ପାଇଁ କହିଥିଲେ ବୋଲି କହିଛନ୍ତି ତପସ୍ୱିନୀ । ଏହା ସହିତ ଶ୍ୱଶୁର ତାଙ୍କୁ ଆବୋର୍ସନ ପିଲ୍ ଦେଇଥିବା ନେଇ ତପସ୍ୱିନୀ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ମାଇଗ୍ରେନ ପାଇଁ ତାଙ୍କୁ ନିୟମିତ ମେଡିସିନ ଖାଇବାକୁ ପଡେ । ଶ୍ୱଶୁର ତାଙ୍କୁ ମେଡିସିନ ଦେଇଥିବା ବେଳେ ପରଦିନ ସକାଳେ ସେ ଡଷ୍ଟବିନରୁ ଆବୋର୍ସନ ପିଲର ଖୋଳ ଦେଖିଥିଲେ । ଶ୍ୱଶୁର ମୋ ଶାଶୁଙ୍କ ପାଇଁ ତ କେବେହେଲେ ପିଲ୍ ଆଣିନଥିବେ ବୋଲି ଓଲଟା ଅଭିଯୋଗ କରିଛନ୍ତି ତପସ୍ୱିନୀ । ଏପରିକି ଶ୍ୱଶୁର ଘର ଲୋକ ତାଙ୍କୁ ନିର୍ଯାତନା ଦେଇ ତାଙ୍କ ହାତ ପୋଡି ଦେଇଥିବା ନେଇ ମଧ୍ୟ ତପସ୍ୱିନୀ ଅଭିଯୋଗ କରିଛନ୍ତି । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.