fbpx

(Video) କିଏ ଏହି ଯୁବକ, ଶ୍ରୀମନ୍ଦିର ଗୁମୁଟ ଉପରକୁ ଚଢ଼ିଲେ କାହିଁକି?…ସାମ୍ନାକୁ ଆସିଲା ଫଟୋ

ପୁରୀ: (ଓଡ଼ିଶା ଭାସ୍କର) ହାତରୁ ମାଙ୍କଡ ଝିଙ୍କି ନେଲା ମୋବାଇଲ । ଶ୍ରୀମନ୍ଦିର ଗୁମୁଟ ଉପରକୁ ଚଢିଗଲେ ଭକ୍ତ । ଶ୍ରୀମନ୍ଦିର ଆଗରେ ମୋବାଇଲ ଧରି ଠିଆ ହୋଇଥିଲେ ଯୁବକ ହଠାତ୍ । ମାଙ୍କଡ ପଛେ ପଛେ ଶ୍ରୀମନ୍ଦିର ଗୁମୁଟ ଉପରେ ଚଢିଗଲେ ଏହି ଯୁବକ ।  ଆଶ୍ଚର୍ଯ୍ୟ, କିଏ ଏହି ଯୁବକ । ଶ୍ରୀମନ୍ଦିର ଗୁମୁଟ ଉପରେ କାହିଁକି ଚଢିଲେ । ଏକ ଆଶ୍ଚର୍ଯ୍ୟ କଲା ଭଳି ଫଟୋ ଆସିଲା ସାମ୍ନାକୁ । ପ୍ରଧାନମନ୍ତ୍ରୀ ମୋଦୀ ଆଜି ପୁରୀରେ ବିଶାଳ ରୋଡ ସୋ କରିଥିଲେ ।

ହେଲେ ଆଉ ତା ପୂର୍ବରୁ ଅର୍ଥାତ ଗତକାଲି ପୁରୀରେ ଏକ ଆଶ୍ଚର୍ଯ୍ୟ କଲା ଭଳି ଫଟୋ ଭାଇରାଲ ହୋଇଛି । ଜନଗହଳି ପୂର୍ଣ୍ଣ ପରିବେଶରେ ଶ୍ରୀମନ୍ଦିର ଗୁମୁଟ ଉପରକୁ ଚଢିଯାଇଥିଲେ ଯୁବକ । ମୋଦୀ ଆସିବେ ବୋଲି ସହର ସାରା ପୋଲିସ ଛାଉଣି ହୋଇଥିଲା । ପୋଲିସର ଫୋକସ ଥିଲା ବଡଦାଣ୍ଡ ଆଉ ଶ୍ରୀମନ୍ଦିର । ସବୁ ବ୍ୟବସ୍ଥାକୁ ଖୋଲା ଚାଲେଞ୍ଜ ଦେଇ ଗୁମୁଟ ଉପରେ ଚଢିଯାଇଥିଲେ ଏହି ଯୁବକ ।

Get real time updates directly on you device, subscribe now.