fbpx

ରୋହିତଙ୍କ ପରେ କିଏ ହେବେ ଭାରତର ଟେଷ୍ଟ ଅଧିନାୟକ? ଏହି ଖେଳାଳିଙ୍କ ନାମରେ ମୋହର ମାରିଲେ ଏକ୍ସପର୍ଟ

Advertisement

ନୂଆଦିଲ୍ଲୀ: ବର୍ତ୍ତମାନ ଏକ ପରିବର୍ତ୍ତନର ଯୁଗ ଦେଇ ଗତି କରୁଛି ଟିମ ଇଣ୍ଡିଆ । ଦିନିକିଆ ବିଶ୍ୱକପରେ ପରାଜୟ ପରେ ଅଧିନାୟକ ରୋହିତ ଶର୍ମାଙ୍କ ଭବିଷ୍ୟତକୁ ନେଇ ଉଠିଛି ପ୍ରଶ୍ନ । ବୟସ ଅନୁସାରେ କ୍ରିକେଟର ସମସ୍ତ ଫର୍ମାଟରେ ଲଗାତାର ମ୍ୟାଚ ଖେଳିବା କେତେ ସମ୍ଭବ ତାହାକୁ  ନେଇ ଆଲୋଚନା ଆରମ୍ଭ ହୋଇଯାଇଛି । ଦିନିକିଆ ଏବଂ ଟି-୨୦ରେ ରୋହିତଙ୍କ ଉତ୍ତରାଧିକାରୀ ଭାବରେ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦାୟିତ୍ୱ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି । ତେବେ ଟେଷ୍ଟରେ କିଏ ହେବେ ପରବର୍ତ୍ତୀ ଅଧିନାୟକ? ଏ ନେଇ ଉତ୍ତର ରଖିଛନ୍ତି ପୂର୍ବତନ କ୍ରିକେଟର ଆକାଶ ଚୋପଡ଼ା ।

ଦୀର୍ଘ ଦିନରୁ ଟି-୨୦ ଫର୍ମାଟରୁ ରୋହିତ ଦୂରେଇ ରହିଥିବା ବେଳେ ବିଶ୍ୱକପ ପରେ ଦିନିକିଆରୁ ମଧ୍ୟ ସେ ନିଜକୁ ଦୂରେଇ ରଖିଛନ୍ତି । ଆସନ୍ତା ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜରେ ସେ ନିଜକୁ ବିଶ୍ରାମ ପାଇଁ କହିଛନ୍ତି । ତେଣୁ କ୍ରିକେଟରେ ତାଙ୍କ ଭବିଷ୍ୟତକୁ ନେଇ ଫ୍ୟାନ୍ସମାନେ ଆଲୋଚନା କରୁଛନ୍ତି । ତେବେ ଦିନିକିଆ ଟି-୨୦ରେ ହାର୍ଦ୍ଦିକ ପାଣ୍ଡ୍ୟା ଦଳର ନେତୃତ୍ୱ ନେଇପାରନ୍ତି । କିନ୍ତୁ ଟେଷ୍ଟରେ ରୋହିତଙ୍କ ପରେ କିଏ ଅଧିନାୟକ ପଦ ନେବେ ସେ ନେଇ ଆଲୋଚନା ଜୋର ଧରିଛି । ତେବେ ଏ ନେଇ ପୂର୍ବତନ କ୍ରିକେଟର ଆକାଶ ଚୋପଡ଼ା କହିଛନ୍ତି ଯେ, ରୋହିତଙ୍କ ସ୍ଥାନରେ ବିସିସିଆଇ ଏପରି ଜଣେ ଅଧିନାୟକଙ୍କୁ ବାଛିବ ଯିଏ ଲମ୍ବା ସମୟ ପର୍ଯ୍ୟନ୍ତ ଦଳର ନେତୃତ୍ୱ ନେଇପାରିବେ । ତେଣୁ ଏହି ତାଲିକାରେ ଟିମ ଇଣ୍ଡିଆର ୱିକେଟ କିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତ ଏବଂ ଷ୍ଟାର ଓପନର ଶୁଭମନ ଗିଲଙ୍କ ନାଁ ଖୁବ ଆଗରେ ରହିଛି । ଉଭୟଙ୍କ ମଧ୍ୟରୁ ଜଣକ କାନ୍ଧରେ ବୋର୍ଡ ଏହି ଦାୟିତ୍ୱ ଦେଇପାରେ ବୋଲି କହିଛନ୍ତି ଆକାଶ ।

ଆକାଶ କହିଛନ୍ତି ଯେ, ବିରାଟ କୋହଲି ଦଳର ନେତୃତ୍ୱ ଛାଡ଼ିବା ପରେ ରୋହିତ ଏହି ଦାୟିତ୍ୱ ନେଇଥିଲେ । କିନ୍ତୁ ତାଙ୍କ ପରେ କିଏ ଏହି ଦାୟିତ୍ୱ ନେବେ ଏହା ଏପର୍ଯ୍ୟନ୍ତ ଅନ୍ଧାର ଭିତରେ ରହିଛି । କେ.ଏଲ ରାହୁଲଙ୍କୁ ଏଥିପାଇଁ ପ୍ରସ୍ତୁତ କରାଯାଉଥିଲେ ମଧ୍ୟ ଏହାର ପ୍ରଭାବ ତାଙ୍କ ପ୍ରଦର୍ଶନ ଉପରେ ପଡ଼ିଥିଲା । ସେହିପରି ବୁମରାହଙ୍କୁ ମଧ୍ୟ ଗୋଟିଏ ମ୍ୟାଚରେ ନେତୃତ୍ୱ ମିଳିଥିଲା, କିନ୍ତୁ ପରେ ଏହି ନିଷ୍ପତ୍ତି ନେଇନାହିଁ ବିସିସିଆଇ ।

Get real time updates directly on you device, subscribe now.