fbpx

କାହାକୁ ମିଳିବ WorldCup-2023 ଫାଇନାଲ ଟିକେଟ? ଭାରତ-ନ୍ୟୁଜିଲାଣ୍ଡ ସେମି ଫାଇନାଲକୁ ନେଇ ଜ୍ୟୋତିଶଙ୍କ ଭବିଷ୍ୟବାଣୀ

Advertisement

ନୂଆଦିଲ୍ଲୀ: ନଭେମ୍ବର ୧୫ ତାରିଖରେ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ ବିଶ୍ୱକପର ପ୍ରଥମ ସେମି ଫାଇନାଲ ମ୍ୟାଚ । ଏହି ମ୍ୟାଚର ବିଜୟୀ ଦଳକୁ ସିଧାସଳଖ ଫାଇନାଲ ପାଇଁ ଟିକେଟ ପାଇବ । ତେବେ ଚଳିତ ବିଶ୍ୱକପରେ ଟିମ ଇଣ୍ଡିଆ ଦମଦାର ପ୍ରଦର୍ଶନ କରିଥିବା ବେଳେ ଆଇସିସି ଇତିହାସରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଫେଲ ମାରିଛି ଭାରତ । ତେଣୁ ଭାରତ ପାଇଁ ଏହି ମ୍ୟାଚରେ ବିଜୟୀ ହେବା ସହଜ ହେବନି । କିନ୍ତୁ ଭାରତୀୟ ଗ୍ରାଉଣ୍ଡରେ ମ୍ୟାଚ ଖେଳାଯାଉ ଥିବାରୁ ଦଳର ବିଜୟ ସମ୍ଭାବନା ମଧ୍ୟ ବୃଦ୍ଧି ପାଇଛି । ତଥାପି କ୍ରିକେଟପ୍ରେମୀଙ୍କ ମନରେ ପ୍ରଶ୍ନ ରହିଛି, ଭାରତ ନା ନ୍ୟୁଜିଲାଣ୍ଡ… ସେମି ଫାଇନାଲରେ କିଏ ମାରିବ ବାଜି? ତେବେ ଏହାର ଉତ୍ତର ରଖିଛନ୍ତି ଜ୍ୟେତିଷାଚାର୍ଯ୍ୟ ହୃଷିକାନ୍ତ ମିଶ୍ର ।

ଉନ୍ନଓର ଜ୍ୟେତିଷାଚାର୍ଯ୍ୟ ପଣ୍ଡିତ ହୃଷିକାନ୍ତ ମିଶ୍ର ଶାସ୍ତ୍ରୀ କହିଛନ୍ତି ଯେ, ଅଧିନାୟକ ରୋହିତ ଶର୍ମାଙ୍କ କୁଣ୍ଡଳୀ ଅନୁସାରେ, ତାଙ୍କ ଅଧୀନରେ ଖେଳୁଥିବା ଟିମ ଇଣ୍ଡିଆ ଦମଦାର ପ୍ରଦର୍ଶନ କରିଛି । ବର୍ତ୍ତମାନ ଏହାର ସମୟ ଠିକ ଚାଲିଛି । ତେଣୁ ନ୍ୟୁଜିଲାଣ୍ଡ ବିପକ୍ଷ ସେମି ଫାଇନାଲରେ ମଧ୍ୟ ଦଳ ଭଲ ପ୍ରଦର୍ଶନ କରିବାର ସମ୍ଭାବନା ରହିଛି ବୋଲି କହିଛନ୍ତି ପଣ୍ଡିତ ହୃଷିକାନ୍ତ । ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ଏବଂ ରୋହିତ ଶର୍ମା ଧୂଆଁଦାର ପ୍ରଦର୍ଶନ ଜାରି ରଖିଛନ୍ତି । ନ୍ୟୁଜିଲାଣ୍ଡ ତରପରୁ ଖେଳୁଥିବା ଷ୍ଟାର ଅଲରାଉଣ୍ଡର ରଚିନ୍ ରବିନ୍ଦ୍ରଙ୍କ ଜାତକ ଅନୁସାରେ, ତାଙ୍କର ମଧ୍ୟ ଯୋଗ ଭଲ ରହିଛି । ତେଣୁ ବିଶ୍ୱକପରେ ଏହି ୩ ଜଣ ଷ୍ଟାର ଖେଳାଳିଙ୍କ ଜାତକ ଶୁଭ ସଂକେତ ଦେଉଛି ବୋଲି ପଣ୍ଡିତ ହୃଷିକାନ୍ତ ମିଶ୍ର ଶାସ୍ତ୍ରୀ ।

ଏହାପରେ ସେ କହିଛନ୍ତି ଯେ, ଅଧିନାୟକ ରୋହିତଙ୍କ ରାଶି ହେଉଛି କର୍କଟ ଏବଂ ତାଙ୍କର ଗ୍ରହ ଦିଶା ମଧ୍ୟ ବହୁତ ସୁନ୍ଦର । ରୋହିତଙ୍କ ଜାତକରେ ଦଶମ ସ୍ଥାନରେ ଥିବା ଗ୍ରହରେ ସୂର୍ଯ୍ୟ, ଚନ୍ଦ୍ରମା ଏବଂ ବୁଧ ରହିଛନ୍ତି । ତେଣୁ ତାଙ୍କ କ୍ୟାରିୟର ଭଲ ଅଛି ଏବଂ ଆଗକୁ ମଧ୍ୟ ଭଲ ରହିବ ବୋଲି ସେ ପ୍ରକାଶ କରିଛନ୍ତି । ଏହାବ୍ୟତୀତ ଷ୍ଟାର ବ୍ୟାଟର ବିରାଟ କୋହଲି ଏବଂ ବୋଲର ଜଶପ୍ରୀତ ବୁମରାହଙ୍କ ଜାତକରେ ମଧ୍ୟ ଶୁଭଫଳ ରହିଛି । ତେଣୁ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତୀୟ ଦଳ ଭଲ ପ୍ରଦର୍ଶନ କରିବାର ଯଥେଷ୍ଟ ସମ୍ଭାବନା ରହିଥିବା କହିଛନ୍ତି ଜ୍ୟୋତିଷାଚାର୍ଯ୍ୟ ପଣ୍ଡିତ ହୃଷିକାନ୍ତ ମିଶ୍ର ।

Get real time updates directly on you device, subscribe now.