fbpx

ବିଶ୍ୱକପ କିଏ ଆୟୋଜନ କରିବ ? କେମିତି ହୁଏ ଏହାର ନିର୍ଣ୍ଣୟ, ପଢନ୍ତୁ….

Advertisement

ଓଡିଶା ଭାସ୍କର : ଦୀର୍ଘ ମାସେରୁ ଅଧିକ ସମୟଧରି ଚାଲିଥିବା ଟ୍ୱେଣ୍ଟି ଟ୍ୱେଣ୍ଟି ବିଶ୍ୱକପ ଇତିମଧ୍ୟରେ ସମାପ୍ତ ହୋଇ ସାରିଛି । ଯେଉଁଥିରେ ଅପରାଜୟ ରହି ଭାରତ ବିଶ୍ୱ ମୁକୁଟ ପିନ୍ଧିଛି । ଚଳିତ ୨୦୨୪ ଟ୍ୱେଣ୍ଟି ଟ୍ୱେଣ୍ଟି ବିଶ୍ୱକପ ଟୁର୍ଣ୍ଣାମେଣ୍ଟର ଆୟୋଜନ ସଂଯୁକ୍ତ ରାଷ୍ଟ୍ର ଆମେରିକା ଓ ୱେଷ୍ଟଇଣ୍ଡିଜ ମିଳିତ ଭାବରେ ଆୟୋଜନ କରିଥିଲେ । ଏଭଳି ସ୍ଥିତିରେ ପ୍ରଶ୍ନ ଉଠେ ଯେ, ବିଶ୍ୱକପ କିଏ ଆୟୋଜନ କରିବ ଏହା କେମିତି ଭାବରେ ନିର୍ଣ୍ଣୟ ନିଆଯାଏ । ଏହାପାଇଁ ଟସ୍ ହୁଏ ନା ଭୋଟିଂ ବ୍ୟବସ୍ଥା ଥାଏ । ଜାଣିବା ଏ ବାବଦରେ…
ଆଇସିସି ୧୯୮୩ ମସିହାରେ ବିଶ୍ୱକପ ଆୟୋଜନ ପାଇଁ ଏକ ରୋଟେଶନଲ ପଲିସି ତିଆରି କରିଥିଲା । ଏହାର ଉଦ୍ଦେଶ୍ୟ ଥିଲା ବିଶ୍ୱକପ ଆୟୋଜନର ଅଧିକାର ସବୁ ଦେଶକୁ ଯିବ । ଏହ ନିୟମ ଅନୁସାରେ ହିଁ କ୍ରିକେଟର ଅଂଶ ହୋଇଥିବା ଦେଶକୁ ୨୦ ବର୍ଷରେ ଥରେ ବିଶ୍ୱକପ ତଥା ଅନ୍ୟ ଆଇସିସି ମ୍ୟାଚର ଆୟୋଜନ କରିବାର ଅଧିକାର ମିଳେ । ମାତ୍ର ଅନ୍ତର୍ଜାତୀୟସ୍ତରରେ ଭାରତର କ୍ରିକେଟ କ୍ଷେତ୍ରର ଦବଦବା ପାଇଁ ଏହି ନିୟମର ପାଳନ ସର୍ବଦା ହୋଇ ନଥାଏ । ଯେହେତୁ ବିସିସିଆଇ ଏକ ଶକ୍ତିଶାଳୀ କ୍ରିକେଟ ପରିଷଦ ଭାବେ ସାରା ବିଶ୍ୱରେ କାର୍ଯ୍ୟ କରେ ।

୨୦୧୧ ମସିହାରେ ଦିନିକିଆ ବିଶ୍ୱକପର ଆୟୋଜକ ଭାବରେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡକୁ ଚୟନ କରାଯାଉଥିଲା । କିନ୍ତୁ, ଭାରତ, ଶ୍ରୀଲଙ୍କା ଓ ବାଂଲାଦେଶ ଏହା ଏସିଆରେ ଆୟୋଜନ ହେଲେ ବେଶୀ ଲାଭାନ୍ୱିତ ହେବେ ଆଇସିସି ବୋଲି କହିଥିଲେ । ଫଳରେ ଆଇସିସି ଶୀର୍ଷ ଦଳଗୁଡିକ ମଧ୍ୟରେ ଭୋଟିଂ କରାଇଥିଲା ଓ ଭାରତକୁ ୧୦ଟି ଭୋଟ ମିଳିଥିଲା ଓ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ ମାତ୍ର ୩ ଟି ଭୋଟ ପାଇଥିଲେ । ଫଳରେ ଭାରତ ଆୟୋଜନ କରିଥିଲା ୨୦୧୧ ମସିହାର ଦିନିକିଆ ବିଶ୍ୱକପ ଓ ୨୮ ବର୍ଷ ପରେ ଦିନିକିଆ ବିଶ୍ୱକପ ଜିତିଥିଲା ମହେନ୍ଦ୍ର ସିଂ ଧୋନୀଙ୍କ ଦଳ ।

କିଏ ପରବର୍ତ୍ତୀ ବିଶ୍ୱକପର ଆୟୋଜକ:
ଆଗାମୀ ବିଶ୍ୱକପ ୨୦୨୬ ମସିହାରେ ଖେଳାଯିବ । ଏହି ଟ୍ୱେଣ୍ଟି ଟ୍ୱେଣ୍ଟି ବିଶ୍ୱକପର ଆୟୋଜକ ରହିବେ ଉଭୟ ଭାରତ ଓ ଶ୍ରୀଲଙ୍କା । ୨୦୨୬ ବିଶ୍ୱକପକୁ ୨୦୨୪ ମସିହା ବିଶ୍ୱକପର ସୁପର ୮ କୁ ପ୍ରବେଶ କରିଥିବା ଦଳ କ୍ୱାଲିଫାଇ କରି ସାରିଛନ୍ତି । ଆୟୋଜକ ହୋଇଥିବା କାରଣରୁ ପ୍ରଥମରୁ ହିଁ ଉଭୟ ଭାରତ ଓ ଶ୍ରୀଲଙ୍କା ଏଥିରେ କ୍ୱାଲିଫାଇ ହୋଇଛନ୍ତି । ୨୦୨୬ ମସିହା ଟ୍ୱେଣ୍ଟି ଟ୍ୱେଣ୍ଟି ବିଶ୍ୱକପର ଅଧିକାଂଶ ମ୍ୟାଚ ଭାରତରେ ହିଁ ଖେଳାଯିବ ।

 

Get real time updates directly on you device, subscribe now.