fbpx

ପିପିଲି ଉପନିର୍ବାଚନରେ କିଏ ଜିତିବ: ଭୋଟ ଗଣତି ଆସନ୍ତାକାଲି, ବଢ଼ୁଛି ପ୍ରାର୍ଥୀଙ୍କ ହୃଦସ୍ପନ୍ଦନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବହୁ ପ୍ରତୀକ୍ଷିତ ପିପିଲି ଉପନିର୍ବାଚନର ଭୋଟ ସରିଯାଇଥିବା ବେଳେ ଆସନ୍ତାକାଲି ହେବ ଭୋଟ ଗଣତି । ଇଭିଏମ୍ ମଧ୍ୟରେ ବନ୍ଦ ହୋଇ ରହିଛି ୧୦ ପ୍ରାର୍ଥୀଙ୍କ ଭାଗ୍ୟ । ଗଣତି ସମୟ ଯେତିକି ପାଖେଇ ଆସୁଛି, ପ୍ରାର୍ଥୀଙ୍କ ହୃଦସ୍ପନ୍ଦନ ସେତିକି ବଢ଼ିବାରେ ଲାଗିଛି । ତେବେ ପରିସ୍ଥିତି ଏପରି ହୋଇଛି ଯେ, ରାଜନୀତିକ ବିଶାରଦମାନଙ୍କର ଆକଳନ ମଧ୍ୟ କାମ କରୁନି । ନିର୍ବାଚନରେ ବିଜେପି, ବିଜେଡି ଓ କଂଗ୍ରେସ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଖୁବ୍ ତୀବ୍ର ଥିଲା । ଗତ ଗୁରୁବାର ଦିନ ୩୪୮ଟି ଭୋଟ ଗ୍ରହଣ କେନ୍ଦ୍ରରେ ଶାନ୍ତି ଶୃଙ୍ଖଳାର ସହ ମତଦାନ ହୋଇଥିଲା । ଆସନ୍ତାକାଲି ସକାଳୁ ଭୋଟ ଗଣତି ଆରମ୍ଭ ହେବ ।

ତେବେ ପିପିଲି ନିର୍ବାଚନ ମଣ୍ଡଳୀରେ ଇତିହାସରେ ପ୍ରଥମ ଥର ପାଇଁ ୧୦ ଜଣ ପ୍ରାର୍ଥୀ ଚଳିତ ନିର୍ବାଚନରେ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିଲେ । ବିଜେଡିରୁ ରୁଦ୍ରପ୍ରତାପ ମହାରଥୀ, ବିଜେପିର ଆଶ୍ରିତ ପଟ୍ଟନାୟକ, କଂଗ୍ରେସରୁ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ । ତେବେ ଇଭିଏମଗୁଡ଼ିକର ସୁରକ୍ଷା ପାଇଁ ଦୁଇସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ବେଳେ କ୍ଲୋଜସର୍କିଟ୍ କ୍ୟାମେରା ଲଗାଯାଇଛି ।

Get real time updates directly on you device, subscribe now.