fbpx

AIDS / HIVର ଭ୍ୟାକ୍ସିନ ଆଜି ପର୍ଯ୍ୟନ୍ତ କାହିଁକି ବାହାରି ପାରିନାହିଁ: ଚିକିତ୍ସା ବିଜ୍ଞାନ ଏନେଇ କେତେ ଅଗ୍ରଗତି କରିଛି

ନୂଆଦିଲ୍ଲୀ: ଆଜି ହେଉଛି ବିଶ୍ୱ ଏଡସ ଦିବସ । ଏଭଳି ସ୍ଥିତିରେ ଏଡସ / ଏଚଆଇଭିକୁ ନେଇ ସମସ୍ତେ ଅଧିକ ଜ୍ଞାନ ଆହରଣ କରିବା ସହିତ ସଚେତନତା ଅବଲମ୍ବନ କରିବାର ଆବଶ୍ୟକତା ରହିଛି । ଆଜି ଚିକିତ୍ସା ବିଜ୍ଞାନର ବହୁଳ ଅଗ୍ରଗତି ଘଟିଥିଲେ ହେଁ ଅନେକ କ୍ଷେତ୍ରରେ ଏହା ଶତପ୍ରତିଶତ ସଫଳତା କରିପାରିନହିଁ । ଗତ ୧୦ ବର୍ଷ ମଧ୍ୟରେ ଭାରତରେ ୧୭ ଲକ୍ଷରୁ ଅଧିକ ଲୋକ ଅସୁରକ୍ଷିତ ଯୌନ ସମ୍ବନ୍ଧ କାରଣରୁ ଏଚଆଇଭିର ଶିକାର ହୋଇଥିବା ନ୍ୟାସନାଲ ଏଡସ ନିୟନ୍ତ୍ରଣ ସଂସ୍ଥା (ନାକୋ) ରିପୋର୍ଟରୁ ଜଣାପଡ଼ିଛି । ଆଜି ବି ଏଡସ / ଏଚଆଇଭି ମେଡିସିନ ପାଇବାରୁ ବିଶ୍ୱବାସୀ ବଞ୍ଚିତ ହୋଇଛନ୍ତି । କେବେ ଏହି ଭୟଙ୍କର ରୋଗର ମେଡିସିନ ଆସିବ ତାହା ଆମ ସମସ୍ତଙ୍କ ପାଇଁ ଏକ ବଡ଼ ପ୍ରଶ୍ନ ।

ବିଶ୍ୱରେ ହାତ ଗଣତି କିଛି ଲୋକ ଏଡସ୍ ବିପକ୍ଷରେ ଲଢ଼େଇ କରି ବିଜୟ ହାସଲ କରିଛନ୍ତି । ଗତ ଫେବୃଆରୀ ମାସରେ ଜର୍ମାନୀର ଜଣେ ୫୩ ବର୍ଷୀୟ ଯୁବକ ଏଚଆଇଭି ସହିତ ଲଢ଼ି ଶେଷରେ ନୂଆ ଜୀବନ ପାଇଥିଲେ । ଏହାକୁ ମେଡିକାଲ ଇତିହାସର ନୂଆ ଅଧ୍ୟାୟ ବୋଲି କୁହାଯାଇଥିଲା । ମେ ୧୮ ତାରିଖକୁ ବିଶ୍ୱ ଏଡସ ଭ୍ୟାକ୍ସିନ ଦିବସ ଭାବେ ପାଳନ କରାଯାଇଥାଏ । ଏଡସ ଓ ଏଚଆଇଭି ସଂକ୍ରମଣକୁ ରୋକିବା କ୍ଷେତ୍ରରେ ଟିକାକରଣର ଗୁରୁତ୍ୱକୁ ନେଇ ସଚେତନତା ସୃଷ୍ଟି କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ।

ପ୍ରଥମ ଥର ପାଇଁ ଗତ ୧୯୯୮ ମସିହା ମେ ମାସ ୧୮ ତାରିଖରେ ସାରା ବିଶ୍ୱରେ ଏହି ଦିବସ ପାଳନ କରାଯାଇଥିଲା । ଆମେରିକାର ପୂର୍ବତନ ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନ ବିଶ୍ୱ ଏଡସ ଭ୍ୟାକ୍ସିନ ଦିବସ ପାଳନ କରିବାକୁ ପ୍ରସ୍ତାବ ଦେଇଥିଲେ । ଏଡସ୍ ବୀମାରୀ ହ୍ୟୁମାନ ଇମ୍ୟୁନୋ ଡେଫିସିଏନ୍ସି ଭାଇରସ ବା ଏଚଆଇଭି ଦ୍ୱାରା ହୋଇଥାଏ । ବିଂଶ ଶତାବ୍ଦୀରେ ଏଚଆଇଭି ସିମ୍ପାଜିଠାରୁ ମଣିଷ ଶରୀରକୁ ଆସିଥିବା କୁହାଯାଉଛି । ଏହା ଏକ ଯୌନ ରୋଗ ହୋଇଥିବା ବେଳେ ଏହା ରୋଗୀର ସିମେନ, ଯୌନାଙ୍ଗର ତଦଳ ପଦାର୍ଥ ଓ ରକ୍ତ ସଂପର୍କରେ ଆସିବା ଫଳରେ ହୋଇଥାଏ ।

ତେବେ ଆଜି ପର୍ଯ୍ୟନ୍ତ ଏଡସର କୌଣସି ସ୍ଥାୟୀ ଚିକିତ୍ସା ନାହିଁ । କୁହାଯାଉଛି ଏହାର ମେଡିସିନ ଖୁବଶୀଘ୍ର ଆସିବ । ଏଚଆଇଭି ଭ୍ୟାକ୍ସିନର ପ୍ରଥମ କ୍ଲିନିକାଲ ଟ୍ରାଏଲ ଫଳାଫଳ ପୂର୍ବରୁ ଆସିଥିଲା । ଏହା ଏଚଆଇବି ବିପକ୍ଷରେ ୯୭ ପ୍ରତିଶତ ସକ୍ଷମ ହେବ ବୋଲି ବୈଜ୍ଞାନିକମାନେ କହିଥିଲେ । ୧୮ରୁ ୫୦ ବର୍ଷୀୟ ୪୮ ଜଣ ସୁସ୍ଥ ଲୋକଙ୍କ ଶରୀରରେ ଏହି ଭ୍ୟାକ୍ସିନର ଟ୍ରାଏଲ କରାଯାଇଥିଲା । ତେବେ ଏହି ଭ୍ୟାକ୍ସିନ ଏଡସ / ଏଚଆଇ ରୋଗୀଙ୍କ ଠାରେ କିପରି କାମ କରୁଛି ତା’ ଉପରେ ସନ୍ଧାନ କରାଯିବ । ଏଚଆଇଭିର ଭ୍ୟାକ୍ସିନ ତିଆରି କରିବା ପାଇଁ ବହୁତ ସମସ୍ୟା ସୃଷ୍ଟି ହେଉଛି । ସାଧାରଣ ଭାବେ ଗୋଟିଏ ଭ୍ୟାକ୍ସିନ ଯେ କୌଣସି ଭ୍ୟାଇରସର ଏକ ଭ୍ୟାରିଆଣ୍ଟ ବିପକ୍ଷରେ ପ୍ରଭାବୀ ସାବ୍ୟସ୍ତ ହୋଇଥାଏ । ମାତ୍ର ଭାଇସର ମ୍ୟୁଟେଣ୍ଟ ଜାରି ରଖିଲେ ବା ବାରମ୍ବାର ରୂପ ପରିବର୍ତ୍ତନ କଲେ ସେ କ୍ଷେତ୍ରରେ ପ୍ରଭାବଶାଳୀ ଭ୍ୟାକ୍ସିନ ତିଆରି କରିବା ମୁସ୍କିଲ ହୋଇ ପଡ଼ିଥାଏ ବୋଲି ବୈଜ୍ଞାନିକମାନେ କହିଛନ୍ତି ।

Get real time updates directly on you device, subscribe now.