fbpx
BJD SKY
BJD SKY

ଟ୍ରାଫିକ ରୁଲ ଭାଙ୍ଗିବାରୁ କଟିଲା ୨୪ ଲକ୍ଷ ଟଙ୍କାର ଚାଲାଣ: କାହିଁକି?

BJD

ଓଡିଶା ଭାସ୍କର: ଟ୍ରାଫିକ ନିୟମ ଭାଙ୍ଗିବା ଏକ ଅପରାଧ । ଏଥିପାଇଁ ଗାଡି ଚାଳକଙ୍କୁ ଜରିମାନା ସହିତ ଜେଲ ଦଣ୍ଡ ବି ହୋଇପାରେ । ତେବେ ଏହା ନିର୍ଭର କରିଥାଏ ଯେ ଚାଳକ କେଉଁ ଟ୍ରାଫିକ ନିୟମ ଭାଙ୍ଗିଛନ୍ତି । ଯଦି ଜରିମାନା ଆଦାୟ କରାଯାଏ, ଏହା ୫୦୦ ରୁ ଆରମ୍ଭ ହୋଇ ୫ ହଜାର କିମ୍ବା ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ହୋଇଥାଏ । କିନ୍ତୁ ୨୪ ଲକ୍ଷ ଟଙ୍କାର ଚାଲାଣ.. ଏହାକୁ ବିଶ୍ୱାସ କରିବା ହୁଏତ ସମ୍ଭବ ନୁହେଁ । କିନ୍ତୁ ଏହା ସତ, ଜଣେ ମହିଳାଙ୍କ ନାଁରେ ଆସିଛି ଏହି ଚାଲାଣ । ଆସନ୍ତୁ ଜାଣିବା କ’ଣ ରହିଛି କାରଣ ।

ବ୍ରିଟେନର କାର୍ଡିଫରେ ରହୁଥିବା ଏନ ମେରୀ କେଶ ନାମକ ଜଣେ ମହିଳାଙ୍କ ନାଁରେ ଆସିଛି ଏହି ଚାଲାଣ । ତାଙ୍କ ଗାଡି ଗତବର୍ଷ ଅଗଷ୍ଟରୁ ଅକ୍ଟୋବର ମଧ୍ୟରେ ୩୩ ଥର ସ୍ପିଡ କ୍ୟାମେରାରେ ଧରା ପଡିଛନ୍ତି । ଏଥିସହ ଗାଡିରେ ଆୟରଲାଣ୍ଡର ନମ୍ବର ପ୍ଲେଟ ଲାଗିଛି । ସମ୍ପୃକ୍ତ ମହିଳାଙ୍କ ଗାଡି ଗୋଟିଏ ଦିନରେ ୮ଥର ଓଭର ସ୍ପିଡ ଗାଡି ଚଳାଉଥିବାର ନଜର ଆସିଛି । ତେବେ ଏହି ମାମଲାର ତଦନ୍ତ କରିବାରୁ ଆଉ ଏକ ଅପରାଧର ଖୁଲାସା ହୋଇଥିଲା । ଗାଡିର ନମ୍ବର ପ୍ଲେଟ ଚେକ କରିବାରୁ ଏହା ଆୟରଲାଣ୍ଡର ବୋଲି ଜାଣିବାକୁ ପାଇଥିଲା ।

आरोपी एन मैरी कैश (Credit: Athena)

ଏହାପରେ ସାଉଥ ୱେଲ୍ସ ପୋଲିସ ଏକ ଗାଡିକୁ ଅଟକାଇଥିଲା । ଡ୍ରାଇଭରକୁ ଲାଇସେନ୍ସ ମାଜିବାରୁ ଜଣାପଡିଲା ଯେ, ଡ୍ରାଇଭରଙ୍କ ନିକଟରେ ଇନ୍ସୁରାନ୍ସ କିମ୍ବା ଲାଇସେନ୍ସ କିଛି ଉପଲବ୍ଧ ନଥିଲା । ପରେ ପୋଲିସ ଏହି କାରକୁ ଜବତ କରି ନେଇଛି । ତେବେ ଯାଞ୍ଚ କରିବାରୁ ଏହି ଗାଡିର ମାଲିକ କେଶ ବୋଲି ଜାଣିବାକୁ ମିଳିଥିଲା । ଯାହା ଫଳରେ ତାଙ୍କ ବିରୋଧରେ ୨୪ ଲକ୍ଷ ୩୫ ହଜାର ଟଙ୍କାର ଜରିମାନା ଲଗାଇଛି ପୋଲିସ ।

Get real time updates directly on you device, subscribe now.