fbpx

ସିନେମା ଷ୍ଟାଇଲରେ ଏଣ୍ଟ୍ରି: ବରଯାତ୍ରୀଙ୍କ ସହ ମିଶି ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ମାଡ, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ଲକ୍ଷେ୍ନøରେ ବର ବେଶରେ ଜେଣେ ବ୍ୟକ୍ତିଙ୍କର ଦେଖିବାକୁ ମିଳିଛି ଅଜବ କାରନାମା । ହଠାତ ସିନେମା ଷ୍ଟାଇଲରେ ଗାଡିରୁ ଓହ୍ଳାଇ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ମାଡ ମାରିଥିଲେ ଯୁବକ । ଠେଙ୍ଗାବାଡିରେ କର୍ମଚାରୀଙ୍କୁ ମାଡ ମାରିବାର ଘଟଣା ସିସସିଟିଭିରେ ରେକର୍ଡ ହୋଇଛି । ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ସୂଚନା ଅନୁଯାୟୀ, ନିଗୋହା ଥାନା ଅନ୍ତର୍ଗତ ଶେରପୁର ଲବଲରେ କିଛି ବରଯାତ୍ରୀ ଆସିଥିଲେ । ସ୍ଥାନୀୟ ପେଟ୍ରୋଲ ପମ୍ପ ନିକଟରେ ଏକ ପାନ ଦୋକାନରୁ କିଛି ଜିନିଷ କିଣିବା ସମୟରେ ହଠାତ ହୋଇଥିଲା ଅଜବ କାରନାମା । କୌଣସି କତାକୁ ନେଇ ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ସହ ସେମାନଙ୍କର ଝଗଡା ଆରମ୍ଭ ହୋଇଥିଲା । ଧିରେ ଧିରେ ଏହି ଝଗଡା ମାରପିଟରେ ପହଞ୍ଚିଥିଲା । ମାରପିଟ ବନ୍ଦ କରିବା ପାଇଁ ଅନ୍ୟ ପେଟ୍ରୋଲ ପମ୍ପ କର୍ମଚାରୀ ମଧ୍ୟ ସେଠାରେ ପହଞ୍ଚିଥିଲେ । କିନ୍ତୁ ଫଳ ଓଲଟା ମିଳିଥିଲା । ମାରପିଟ ବନ୍ଦ ହେବା ପରିବର୍ତ୍ତେ ସେମାନଙ୍କୁ ମଧ୍ୟ ମାଡ ମାରିଥିଲେ ବରଯାତ୍ରୀ ।

ତେବେ ମାମଲା ଏଇଠି ଶେଷ ହୋଇ ନଥିଲା । ବରଯାତ୍ରୀ ଏହି ଘଟଣା ବିଷୟରେ ବରକୁ ଜଣାଇ ଦେଇଥିଲେ । ଏହାପରେ ସିନେମା ଷ୍ଟାଇଲରେ ଏଣ୍ଟ୍ରି କରିଥିଲେ ବର ମହାଶୟ । ଆଉ ତା ପରେ ଯାହା ଘଟିଲା ତାହା ଖୁବ ଆଶ୍ଚର୍ଯ୍ୟକର ଘଟଣା । ବର ନିଜେ ଗାଡିରୁ ଓହ୍ଲାଇ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ମାଡ ମାରିଛନ୍ତି । ବୋଧହୁଏ ଏଭଳି ଘଟଣା ଦେଖିବାକୁ ଖୁବ ବିରଳ । କିନ୍ତୁ ଏହାର କାରଣ ଏବେ ବି ଅସ୍ପଷ୍ଟ ରହିଛି । ତେବେ ଏମିତି ଏକ କାରନାମାରେ ୧୫ ପ୍ରାୟ ଜଣ ବରଯାତୀ ମହଜୁଦ ରହିଥିଲେ ।

ସାଧାରଣ କଥାରୁ ମାମଲା ମାରପିଟ ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା । ଚୌକିଦାରଙ୍କ ସହିତ ଅନ୍ୟ ପେଟ୍ରୋଲ ପମ୍ପ କର୍ମୀଙ୍କୁ ଠେଙ୍ଗାବାଡିରେ ମାଡ ମାରିଥିଲେ । ମାମୁଲି କଥାରୁ ବିବାଦ ଆରମ୍ଭ ହୋଇଥିବା ବେଳେ ମାରପିଟ ପର୍ଯ୍ୟନ୍ତ କଥା ଯିବା ସହ ସେମାନେ ଭଙ୍ଗାରୁଜା କରିଥିଲେ ବୋଲି ଅଭିଯୋଗ କରିଛନ୍ତି ପେଟ୍ରୋଲ ପମ୍ପ ମାଲିକ । ତେବେ ଅଭିଯୋଗ ଅନୁସାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ ।

Get real time updates directly on you device, subscribe now.