ଅକ୍ଟୋବର ମାସରେ ସବୁବେଳେ ବାତ୍ୟା କ’ଣ ପାଇଁ ଆସେ: ୧୯୯୯ରେ ମହାବାତ୍ୟା, ୨୦୧୩ରେ ‘ଫାଇଲିନ୍’, ୨୦୧୪ରେ ‘ହୁଡହୁଡ’ ସବୁ ବିପଦ ଗୋଟିଏ ମାସରେ କ’ଣ ପାଇଁ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସମ୍ଭାବ୍ୟ ବାତ୍ୟା ‘ଦାନା’ର ମୁକାବିଲା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ପ୍ରି-ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ବାତ୍ୟାର ସ୍ଥିତି ଓ ମୁକାବିଲା ପାଇଁ ଆଜି ଅପରାହ୍ଣରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମୀକ୍ଷା କରିବେ । ଗତକାଲି ସନ୍ଧ୍ୟା ସମୟରେ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସଆରସି) ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି ଏ ବାବଦରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଥିଲେ । ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ କରିଦେଇଥିଲେ । ଅନ୍ୟପକ୍ଷରେ ସ୍କୁଲ ଛୁଟି ନେଇ ଜିଲ୍ଲାପାଳମାନେ ନିଷ୍ପତ୍ତି ଗ୍ରହଣ କରିବେ ବୋଲି ଏସଆରସି ସୂଚନା ଦେଇଥିଲେ । ଆସନ୍ତା ୨୪ କିମ୍ବା ୨୫ରେ ବାତ୍ୟା ଭୀଷଣ ରୂପ ନେଇ ପୁରୀ ଓ ସାଗର ଦ୍ୱୀପ ମଧ୍ୟରେ ସ୍ଥଳଭାଗ ଛୁଇଁପାରେ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ କୁହାଯାଇଛି ।

ତେବେ ସମ୍ଭାବ୍ୟ ବାତ୍ୟାକୁ ନେଇ ଏବେଠାରୁ ପ୍ରସ୍ତୁତି ଚାଲିଥିବା ବେଳେ ଏହା ମଧ୍ୟରେ ଏକ ବଡ଼ ପ୍ରଶ୍ନ ସାମ୍ନାକୁ ଆସୁଛି । ଆଜି ପର୍ଯ୍ୟନ୍ତ ଓଡ଼ିଶା ସହ ଜଡ଼ିତ ଯେତେ ସବୁ ବାତ୍ୟା ଆସିଛି ତାହା କେବଳ ଅକ୍ଟୋବର ମାସରେ କାହିଁକି ଆସୁଛି? ୧୯୯୯ ମସହିହାରେ ଭୟଙ୍କର ମହାବାତ୍ୟା ଓଡ଼ିଶାରେ ଦେଖିବାକୁ ମିଳିଥିଲା । ଏହାପରେ ୨୦୧୩ରେ ଫାଇଲିନ, ୨୦୧୪ରେ ହୁଡହୁଡ଼, ୨୦୧୮ରେ ତିତଲି, ୨୦୧୯ରେ ଫନି, ୨୦୨୦ରେ ୫ଟି ବାତ୍ୟା ଅମ୍ଫାନ, ୟଶ, ଗୁଲାବ, ବୁଲବୁଲ, ଜୱାଦ ଆଦି ଦେଖିବାକୁ ମିଳିଥିଲା ।

ବାତ୍ୟା ପାଇଁ ଅକ୍ଟୋବର ମାସ ଅନୁକୂଳ ହୋଇଥାଏ ବୋଲି ପାଣିପାଗ ବିଜ୍ଞାନୀମାନେ ମତ ଦେଇଥାନ୍ତି । ଏହି ସମୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଲେଉଟିଥାଏ, ତେଣୁ ଏହି ମାସରେ ବାତ୍ୟା ଆସିଥାଏ । ସମୁଦ୍ର ଭିତରେ ପବନର ବେଗ ସମାନ୍ତରାଳ ରହିଥିବା ବେଳେ କମ୍ ବେଶି ହୋଇଥାଏ । ଫଳରେ ଝଡ଼ ସୃଷ୍ଟି ହେବା ସହ ସମୁଦ୍ର ଅଶାନ୍ତ ହୋଇପଡ଼େ । ଫଳରେ ତାହା କ୍ରମେ ଘନୀଭୂତ ହୋଇ ଧୀରେଧୀରେ ବାତ୍ୟାର ରୂପ ନେଇଥାଏ । ତେବେ ଓଡ଼ିଶା ଉପକୂଳରେ ପ୍ରତିବର୍ଷ ବାତ୍ୟା ବିପଦର ସମ୍ଭାବନା ରହିଥାଏ । କାରଣ ହେଉଛି, ଓଡ଼ିଶା ଉପକୂଳରେ ରହିଥିବା ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ଘୂର୍ଣ୍ଣିବଳୟକୁ ଅଟକାଇବା ପାଇଁ ବଡ଼ ବଡ଼ ପାହାଡ଼, ପର୍ବତ ଭଳି କୌରସି ପ୍ରତିବନ୍ଧକ ନଥାଏ । ଇତିହାସ ପୃଷ୍ଠା ଓଲଟାଇଷଲ ଅକ୍ଟୋବର ମାସ ଓଡ଼ିଶା ପାଇଁ ଅଶୁଭ ବୋଲି ସ୍ପଷ୍ଟ ହୋଇଥାଏ ।

ଅଧିକାଂଶ ସମୟରେ ଦୁର୍ଗାପୂଜା ସମୟ ବେଳକୁ ବାତ୍ୟା ଦେଖିବାକୁ ମିଳିଥାଏ । ତେଣୁ ଦଶହରା ସମୟରେ ସବୁବେଳେ ବାତ୍ୟା କାହିଁକି ଆସେ ବୋଲି ଲୋକମାନେ ମଧ୍ୟ ପ୍ରଶ୍ନ କରୁଥିବା ଦେଖିବାକୁ ମିଳିଥାଏ । ସେଥିପାଇଁ ଅକ୍ଟୋବରକୁ ବିପତ୍ତି ଓ ପ୍ରଳୟର ମାସ ବୋଲି ଅନେକ କହିଥାନ୍ତି । ପାପ ଉପରେ ପୂଣ୍ୟର ବିଜୟ, ଅଧର୍ମ ଉପରେ ଧର୍ମର ବିଜୟ, ଅନ୍ୟାୟ ଉପରେ ନ୍ୟାୟର ବିଜୟ ପ୍ରତୀକ ଭାବେ ମା’ ଜଗଜ୍ଜନନୀ ଏହି ମାସରେ ଧରାବତରଣ କରି ଦୁଷ୍ଟଙ୍କୁ ବିନାଶ କରିଥାନ୍ତି ଓ ସଂସାରରେ ଶାନ୍ତି ପ୍ରତିଷ୍ଠା କରିଥାନ୍ତି ।

Get real time updates directly on you device, subscribe now.