fbpx

ଇବ୍ରାହିମ୍ ରଇସି କାହିଁକି ଯାଇଥିଲେ ଆଜରବାଇଜାନ୍‌, ଅଧୁରା ରହିଗଲା ଏହି ସ୍ୱପ୍ନ

ତେହେରାନ୍‌: ଇରାନ୍ ରାଷ୍ଟ୍ରପତି ଇବ୍ରାହିମ୍ ରଇସିଙ୍କ ହେଲିକପ୍ଟର ଦୁର୍ଘଟଣାରେ ଦେହାନ୍ତ ହୋଇଯାଇଛି । ଏହି ଦୁର୍ଘଟଣାରେ ତାଙ୍କ ସହିତ ବିଦେଶ ମନ୍ତ୍ରୀ ହୁସେନ୍ ଅମୀରଦ୍ଦୁଲହିୟାନଙ୍କର ବି ଦେହାନ୍ତ ହୋଇଛି । ଏବେ ହେଲିକପ୍ଟରର ଖଣ୍ଡ ବିଖଣ୍ଡିତ ଅଂଶ ମିଳିଛି । ଏବେ ପ୍ରଶ୍ନ ଉଠୁଛି କି ରବିବାର ଇବ୍ରାହିମ୍ ରଇସି ଆଜରବାଇଜାନ୍ କାହିଁକି ଯାଇଥିଲେ ଯେଉଁଠାରୁ ଫେରିବା ସମୟରେ ତାଙ୍କ ହେଲିକପ୍ଟର କ୍ରାସ୍ ହୋଇଥିଲା ।
ଇରାନର ସରକାରୀ ଟେଲିଭିଜନ ସୋମବାର କହିଛି ଏହି ଦୁର୍ଘଟଣାସ୍ଥଳ ଏକ ଦୁର୍ଗମ ଘାଟୀରେ ପଡୁଛି । ସୋମବାର ସକାଳେ ଉଦ୍ଧାରକାରୀ ଦଳ ପ୍ରାୟ ୨ କିଲୋମିଟର ଦୂରରୁ ହେଲିକପ୍ଟରକୁ ଦେଖିଥିଲେ ଓ ସେମାନଙ୍କୁ ଏହାର ଖଣ୍ଡ ବିଖଣ୍ଡିତ ଅଂଶ ମିଳିଛି ।

ରଇସି ରବିବାର ଆଜରବାଇଜାନ୍ ଯାତ୍ରାରେ ଯାଇଥିଲେ । ସେ ଆଜରବାଇଜାନ୍ ରାଷ୍ଟ୍ରପତି ଇଲହାମ୍ ଅଲିୟେବଙ୍କ ସହ ଏକ ଡ୍ୟାମ୍ ଉଦଘାଟନ କରିବା ପାଇଁ ଆଜରବାଇଜାନ୍ ଯାଇଥିଲେ । ଏହା ହେଉଛି ତୃତୀୟ ଡ୍ୟାମ୍ ଯାହାକୁ ଉଭୟ ଦେଶ ଅରାସ ନଦୀ ଉପରେ ନିର୍ମାଣ କରିଛନ୍ତି । ଯେତେବେଳେ ଆଜରବାଇଜାନରୁ ରଇସି ଫେରୁଥିଲେ ସେତେବେଳେ ତାଙ୍କ ହେଲିକପ୍ଟର ବେଲ୍ ୨୧୨ କ୍ରାସ୍ ହୋଇଥିଲା । ଆଜରବାଇଜାନ୍ ମଧ୍ୟ ଏକ ମୁସଲିମ୍ ବହୁଳ ଦେଶ । ଏଠାରେ ଇରାନ ପରି ସିହା ସମୁଦାୟ ଅଧିକ ରହୁଛନ୍ତି । କିନ୍ତୁ ଏହି ଦେଶକୁ ଇସ୍ରାଏଲର ସମର୍ଥକ ବୋଲି କୁହାଯାଏ ।

ଇବ୍ରାହିମ୍ ରଇସିଙ୍କୁ ନେଇ କୁହାଯାଉଥିଲା କି ଇରାନର ଆଗାମୀ ସୁପ୍ରିମ ନେତା ସେ ହିଁ ହୋଇଥାନ୍ତେ । ତାଙ୍କୁ ଇରାନର ସର୍ବୋଚ୍ଚ ନେତା ଆୟାତୁଲ୍ଲା ଅଲୀ ଖାମେନେଇଙ୍କ ଅତି ନିକଟତର ମନା ଯାଉଥିଲା । କିଛି ବିଶେଷଜ୍ଞଙ୍କ ମତରେ ୮୫ ବର୍ଷୀୟ ସୁପ୍ରିମ୍ ଲିଡର ଖାମେନେଇଙ୍କ ମୃତ୍ୟୁ କିମ୍ବା ପଦରୁ ଇସ୍ତଫା ପରେ ରଇସି ତାଙ୍କ ସ୍ଥାନ ନେଇଥାନ୍ତେ । ୬୩ ବର୍ଷୀୟ ରଇସି ଜଣେ କଟ୍ଟରପନ୍ଥୀ ନେତା ଥିଲେ । ୨୦୨୧ରେ ସେ ଇରାନର ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୋଇଥିଲେ ।

Get real time updates directly on you device, subscribe now.