PSLV ଫେଲର କାରଣ?

ସଫଳ ହୋଇପାରିଲା ନାହିଁ ISROର 101ତମ ମିଶନ । ଏହି କାରଣରୁ ଫେଲ ମାରିଲା ସାଟେଲାଇଟ EOS-09 PSLV-C61…

ବାଙ୍ଗାଲୋର: ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଉତକ୍ଷେପଣ ହୋଇଥିବା ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)ର 101ତମ ମିଶନ୍ ସଫଳ ହୋଇପାରିଲା ନାହିଁ। ଲଞ୍ଚିଂର ତୃତୀୟ ପର୍ଯ୍ୟାୟରେ ମୋଟର କେସର ଚାମ୍ବର ଚାପ ହ୍ରାସ ପାଇବା ଯୋଗୁଁ PSLV ସ୍ୱଦେଶୀ ଗୁପ୍ତଚର ଉପଗ୍ରହ EOS-09, ନିଜ ନିର୍ଦ୍ଧାରିତ କକ୍ଷପଥରେ ପହଞ୍ଚାଇବାରେ ବିଫଳ ହୋଇଥିଲା ।

PSLV ହେଉଛି ଏକ ରକେଟ୍ । ଯାହା ଶ୍ରୀହରୁକୋଟାର ସତୀଷ ଧାୱନ ମହାକାଶ କେନ୍ଦ୍ରରୁ ରବିବାର ସକାଳ 5.59 ରେ ଉଡାଣ ଆରମ୍ଭ କରିଥିଲା । କିନ୍ତୁ ଉଡ଼ାଣ ଭରିବାର 12 ମିନିଟ ଭିତରେ ଏଥିରେ ଏକ ଯାନ୍ତ୍ରୀକ ସମସ୍ୟା ଦେଖାଦେଇଥିଲା ।

ତୃତୀୟ ପର୍ଯ୍ୟାୟରେ ଦେଖାଦେଲା ଯାନ୍ତ୍ରିକ ସମସ୍ୟା

ଉତକ୍ଷେପଣ ପରେ, ମିଶନ୍ ନିୟନ୍ତ୍ରଣ କେନ୍ଦ୍ର ଏବଂ ଦେଶର ବିଭିନ୍ନ ସ୍ଥାନରେ ଅବସ୍ଥିତ ଅନ୍ୟାନ୍ୟ ISRO କେନ୍ଦ୍ରଗୁଡ଼ିକରୁ PSLVର ଉଡ଼ାଣକୁ ଟ୍ରାକ୍ କରାଯାଇଥିଲା। ISRO ଦ୍ୱାରା ସେୟାର କରାଯାଇଥିବା ତଥ୍ୟ ଅନୁସାରେ, ଦ୍ୱିତୀୟ ପର୍ଯ୍ୟାୟ ପର୍ଯ୍ୟନ୍ତ ସବୁକିଛି ଠିକ୍ ଥିଲା, କିନ୍ତୁ ତୃତୀୟ ପର୍ଯ୍ୟାୟରେ ଏକ ଯାନ୍ତ୍ରିକ ସମସ୍ୟା ଦେଖାଦେଲା। ISRO ଅଧ୍ୟକ୍ଷ ଭି. ନାରାୟଣନ କହିଛନ୍ତି, ‘ଆମେ ଶ୍ରୀହରିକୋଟାରୁ PSLV-61 EOS-09 ମିଶନର 101ତମ ଉତକ୍ଷେପଣକୁ ଲକ୍ଷ୍ୟ ରଖିଥିଲୁ’।

PSLV ସବୁଠାରୁ ଭରଷାଯୋଗ୍ୟ ରକେଟ୍ । 63ଟି ମିଶନରୁ କେବଳ ତିନୋଟିରେ ଫେଲ ମାରିଛି ।

1-ପିଏସଏଲଭି ହେଉଛି ଭାରତର ସବୁଠାରୁ ଭରଷାଯୋଗ୍ୟ ରକେଟ୍।

2-ଏହି ରକେଟର 63ଟି ମିଶନ ମଧ୍ୟରୁ 60ଟି ସଫଳ ହୋଇଛି। ଏହା PSLVର ତୃତୀୟ ଅସଫଳ ମିଶନ ଥିଲା।

3-ଏହି ରକେଟ୍ ଚନ୍ଦ୍ରଯାନ-1 ଏବଂ ମଙ୍ଗଳ ଅର୍ବିଟର ମିଶନକୁ ଲଞ୍ଚ କରିଥିଲା ।

4-PSLV କୁ ପ୍ରଥମଥର ଅସଫଳତା 1993 ମସିହାରେ ସାମ୍ନା କରିବାକୁ ପଡ଼ିଥିଲା ।

5-ଏହା PSLV ର ପ୍ରଥମ ଉଡ଼ାଣ ଥିଲା ।

6-ଏହାପରେ ଏହାର ଦ୍ବିତୀୟ ଅସଫଳତା 2017 ମସିହାରେ ଦେଖିବାକୁ ମିଳିଥିଲା ।

ଇସ୍ରୋକୁ EOS-09 ମିଶନ ପୂର୍ବରୁ ଜାନୁୟାରୀରେ ବିଫଳତାର ସାମ୍ନା କରିବାକୁ ପଡ଼ିଥିଲା, ଯେତେବେଳେ ନାଭିଗେସନ୍ ସାଟେଲାଇଟ୍ NVS-02 କୁ ଜିଓସିଙ୍କ୍ରୋନାସ୍ ସାଟେଲାଇଟ୍ ଲଞ୍ଚ ଯାନ (GSLV) ରକେଟ୍ ଭୂ-ସ୍ଥିର କକ୍ଷରେ ସ୍ଥାପନ କରିବାରେ ବିଫଳ ହୋଇଥିଲା।

ଏହି ବିପର୍ଯ୍ୟୟ ସତ୍ତ୍ୱେ ଇସ୍ରୋର PSLV ବିଶ୍ୱର ସବୁଠାରୁ ଭରସାଯୋଗ୍ୟ ଉତକ୍ଷେପଣ ଯାନ ଭାବେ ପରିଗଣିତ ହୋଇଛି, ଯାହାର ସଫଳ ଅଭିଯାନର ଏକ ଲମ୍ବା ରେକର୍ଡ ରହିଛି।