ମୁମ୍ବାଇ: ଦୁନିଆର ସବୁଠୁ ବଡ ଟେକ କମ୍ପାନୀଗୁଡିକ ମଧ୍ୟରୁ ଗୁଗଲର ସିଇଓ ସୁନ୍ଦର ପିଚାଇଙ୍କ ସାମ୍ନାରେ ଏକ ନୂଆ ବିପଦ ଛିଡା ହୋଇଛି। ମୁମ୍ବାଇର ଏକ କୋର୍ଟ ଗୁଗଲ ସିଇଓ ସୁନ୍ଦର ପିଚାଇଙ୍କୁ ଅବମାନନା ନୋଟିସ ଜାରି କରିଛନ୍ତି। ଗୁଗଲର ଭିଡିଓ ଷ୍ଟ୍ରିମିଙ୍ଗ ପ୍ଲାଟଫର୍ମ ୟୁଟ୍ୟୁବର ଏକ ଭିଡିଓରେ କୋର୍ଟର ନିର୍ଦ୍ଦେଶ ପାଳନ ନ କରିବାରେ ଏହି ନୋଟିସ ଜାରି କରାଯାଇଛି।
ୟୁଟ୍ୟୁବକୁ ଏନଜିଓ ଧ୍ୟାନ ଫାଉଣ୍ଡେସନ ଏବଂ ଏହାର ସଂସ୍ଥାପକ ଯୋଗୀ ଅଶ୍ୱୀନୀଙ୍କୁ ଟାର୍ଗେଟ କରୁଥିବା ଅପମାନଜନକ ଭିଡିଓକୁ ହଟାଇବାର ନିର୍ଦ୍ଦେଶ ପୂର୍ବରୁ କୋର୍ଟଙ୍କ ପକ୍ଷରୁ ଦିଆଯାଇଥିଲା। ଏହା ପୂର୍ବ ନିର୍ଦ୍ଦେଶର ପାଳନ ୟୁଟ୍ୟୁବ କରି ନଥିଲା, ଯାହା ପାଇଁ ସୁନ୍ଦର ପିଚାଇଙ୍କୁ ଏହି ନୋଟିସର ସାମ୍ନା କରିବାକୁ ପଡିଥିଲା। ଧ୍ୟାନ ଫାଉଣ୍ଡେସନ ଗୁଗଲର ସ୍ୱାମିତ୍ୱ ୟୁଟ୍ୟୁବ ବିରୋଧରେ ଯେଉଁ କେସ ଫାଇଲ କରିଥିଲା, ଏହାର ଆଗାମୀ ଶୁଣାଣି ୩ ଜାନୁଆରୀ ୨୦୨୫ରେ ହେବ।