fbpx

କବାବ ଏବଂ ଚିକେନରେ ଅପ୍ରାକୃତିକ ରଙ୍ଗ ବ୍ୟବହାରକୁ ମନା, ଜାଣନ୍ତୁ କାହିଁକି ବ୍ୟାନ କଲେ ସରକାର

Advertisement

ନୂଆଦିଲ୍ଲୀ: ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଚିକେନ ଏବଂ ଫିସ କବାବରେ ବିଭିନ୍ନ ପ୍ରକାରର ଅପ୍ରାକୃତିକ ରଙ୍ଗ ମିଶାଯାଉଛି । ଏହି ମାମଲା କର୍ଣ୍ଣାଟକରୁ ବର୍ତ୍ତମାନ ସାମ୍ନାକୁ ଆସିଛି । ସରକାର ଏପରି ବ୍ୟବହାରକୁ ବ୍ୟାନ କରିଛନ୍ତି । ସରକାରଙ୍କ ପାଖକୁ ଏ ନେଇ ଅନେକ ପ୍ରକାର ଅଭିଯୋଗ ଆସିବା ପରେ, ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।

ରାଜ୍ୟର ଫୁଡ ସିକ୍ୟୁରିଟୀ ଆଣ୍ଡ ଷ୍ଟାଣ୍ଡାର୍ଡ ଡିପାର୍ଟମେଣ୍ଟ ବିଭିନ୍ନ ସ୍ଥାନରେ ୩୯ ସାମ୍ପୁଲର ପରୀକ୍ଷଣ କରିଛନ୍ତି ଏବଂ ଏଥିରେ ୮ରୁ ଅଧିକ ତ୍ରୁଟି ମିଳିଛି । ଏଥିରୁ ୭ଟି ସାମ୍ପୁଲରେ ସନସେଟ ୟେଲୋ କଲର ମିଳିଛି ଏବଂ ଅନ୍ୟଟି କାରମୋଇସିନ ଆର୍ଟିଫିସିଆଲ କଲର ମିଳିଛି । ଏହା ସ୍ୱାସ୍ଥ୍ୟ ପାଇଁ ବିପଦପୂର୍ଣ୍ଣ ହୋଇଥିବାରୁ କର୍ଣ୍ଣାଟକ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ।

କର୍ଣ୍ଣାଟକର ସ୍ୱାସ୍ଥ୍ୟ ମନ୍ତ୍ରୀ ଦିନେଶ ଜି ରାଓ ଏଥିପାଇଁ ନିଷ୍ପତ୍ତି ନେଇଥିଲେ ଯେ, କବାବରେ ବ୍ୟବହୃତ ହେଉଥିବା ଆର୍ଟିଫିସିଆଲ କଲର ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇପାରେ । ତେବେ ଯେଉଁ ଦୋକାନୀ ଏହାକୁ ଖାଦ୍ୟରେ ବ୍ୟବହାର କଲେ ତାଙ୍କୁ ସାତ ବର୍ଷର ଜେଲ ଦଣ୍ଡ ଦିଆଯିବା ସହ ସେମାନଙ୍କୁ ୧୦ ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡିବ । ୨୦୧୧ ମସିହାରେ ଫୁଡ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡ ରେଗୁଲେସନର ନିୟମ ୧୬ ମୁତାବକ କବାବ ତିଆରିରେ କୌଣସି ପ୍ରକାର ଅପ୍ରାକୃତିକ ରଙ୍ଗର ବ୍ୟବହାରକୁ ବର୍ଜନ କରାଯାଇଛି ।

ଏହା ପୂର୍ବରୁ ଚଳିତ ବର୍ଷ ରାଜ୍ୟ ସରକାର ଫୁଡ କଲରିଙ୍ଗ ଏଜେଣ୍ଟ ରୋଡାମାଇନ-ବି ର ବ୍ୟବହାରରେ ପ୍ରତିବନ୍ଧକ ଲଗାଇଥିଲେ । କୋବି ମନଚୁରିଆନ, କଟନ କ୍ୟାଣ୍ଡି ବ୍ୟବହାରରେ ଏହାର ବହୁଳ ମାତ୍ରାରେ ବ୍ୟବହାର କରାଯାଇଥାଏ । ସେହି ସମୟରେ ସରକାର କହିଥିଲେ ଯେ, ଏହାର ପ୍ରଭାବ ଖାସ କରି ଶିଶୁମାନଙ୍କ ଉପରେ ପଡିପାରେ ।

Get real time updates directly on you device, subscribe now.