fbpx

ସ୍ନାନପୂର୍ଣ୍ଣିମା ପରେ ଅଣସର ଘରେ କାହିଁକି ରୁହନ୍ତି ଶ୍ରୀଜଗନ୍ନାଥ, ଜାଣନ୍ତୁ ମହାପ୍ରଭୁଙ୍କ ରହସ୍ୟମୟ ପରମ୍ପରା

Advertisement

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥ କେବଳ ଓଡ଼ିଶାର ପ୍ରଭୁ ନୁହଁନ୍ତି, ସେ ସମଗ୍ର ବିଶ୍ୱର ଦେବତା ଅଟନ୍ତିା ମହାପ୍ରଭୁଙ୍କ ବାର ମାସରେ ତେର ପର୍ବ ପାଳନ କରାଯାଏ । ସବୁ ପର୍ବପର୍ବାଣୀ ମଧ୍ୟରୁ ରଥଯାତ୍ରା ହେଉଛି ବିଶ୍ୱ ପ୍ରସିଦ୍ଧା ପ୍ରତିବର୍ଷ ଆଷାଢ ମାସ ଶୁକ୍ଳ ପକ୍ଷ ଦ୍ୱିତୀୟା ତିଥିରେ ରଥଯାତ୍ରା ଅନୁଷ୍ଠିତ ହୁଏ । ଏହି ଯାତ୍ରାକୁ ଶ୍ରୀଗୁଣ୍ଡିଚା ଏବଂ ଘୋଷା ଯାତ୍ରା ମଧ୍ୟ କୁହାଯାଏ ।

ଶ୍ରୀଜଗନ୍ନାଥ ମନ୍ଦିରରେ ପାଳିତ ହେଉଥିବା ଦ୍ୱାଦଶ ଯାତ୍ରା ମଧ୍ୟରେ ସ୍ନାନଯାତ୍ରା ଅନ୍ୟତମ । ସେଥିରେ ପ୍ରଭୁଙ୍କ ମାନବୀୟ ଲୀଳା ଦେଖିବାକୁ ମିଳିଥାଏ । ଜ୍ୟେଷ୍ଠମାସ ପୂର୍ଣ୍ଣିମା ତିଥିରେ ଶ୍ରୀମନ୍ଦିରର ରତ୍ନ ସିଂହାସନରୁ ମହାପ୍ରଭୁଙ୍କୁ ସ୍ନାନ ବେଦୀକୁ ଅଣାଯାଏ । ୧୦୮ ଗରା ସୁବାସିତ ଜଳରେ ମହାପ୍ରଭୁଙ୍କୁ ସ୍ନାନ କରାଯାଏ । ସୁବାସିତ ଜଳରେ ସ୍ନାନ ପରେ ହାତୀବେଶ ବା ଗଜାନନ ବେଶରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ମହାପ୍ରଭୁ । ସାଧାରଣତଃ ବର୍ଷରେ ଗୋଟିଏ ଥର ଶ୍ରୀ ଜଗନ୍ନାଥ ଭାଇଭଉଣୀଙ୍କ ସହିତ ଏହି ଜଳସ୍ନାନ କରନ୍ତି । ଅନ୍ୟ ସମୟରେ ତାଙ୍କୁ ମନ୍ତ୍ରସ୍ନାନ କରାଯାଏ । ଏହି ଦିନଟିକୁ ଜଗନ୍ନାଥଙ୍କ ଜନ୍ମଦିନ ରୂପରେ ମଧ୍ୟ ପାଳନ କରାଯାଏ । ରଥଯାତ୍ରାର ୧୫ ଦିନ ପୂର୍ବରୁ ଏହି ସ୍ନାନ ନୀତି ପାଳନ କରାଯାଏ ।

ସୁନା କୂଅର ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ମହାପ୍ରଭୁ ଜ୍ୱର ହୋଇଥାଏା ଅସୁସ୍ଥତା କାରଣରୁ ଅଣସର ବାସରେ ଶ୍ରୀଜିଉଙ୍କୁ ରଖାଯାଇଥାଏ । ମହାପ୍ରଭୁଙ୍କ ବିକଳ୍ପ ଦର୍ଶନ ପାଇଁ ଶ୍ରୀମନ୍ଦିର ଅଣସର ତାଟି ସମ୍ମୁଖରେ ପଟିଦିଅଁଙ୍କୁ ପୂଜା କରାଯାଇଥାଏ । ଭକ୍ତଙ୍କୁ ସ୍ନାନମଣ୍ଡପରେ ଦିନସାରା ଦର୍ଶନ ଦେଇ ବାହୁଡ଼ା ପହଣ୍ଡି ପରେ ଅସୁସ୍ଥ ଶ୍ରୀଜିଉଙ୍କୁ ଶ୍ରୀମନ୍ଦିର ବୈଦ୍ୟଙ୍କ ପରାମର୍ଶକ୍ରମେ ଶ୍ରୀମନ୍ଦିର ଭିତର କାଠରେ ଜୟ-ବିଜୟ ଦ୍ୱାର ଓ କଳାହାଟ ଦ୍ୱାର ମଧ୍ୟସ୍ଥ ଅଣସର ପିଣ୍ଡିରେ ଅଧିଷ୍ଠିତ କରାଯାଇଥାଏ । ଏହି ପାଣ୍ଡିରେ ବୈଦ୍ୟଙ୍କ ପରାମର୍ଶକ୍ରମେ ଅସୁସ୍ଥ ଶ୍ରୀଜିଉଙ୍କ ଚିକିତ୍ସା ସେବା ଆରମ୍ଭ ହୋଇଥାଏ । ମହାପ୍ରଭୁଙ୍କ ନିକଟରେ କୋଠ ଭୋଗ ଲାଗି ବାରଣ କରାଯାଇଥିବାରୁ ଅସୁସ୍ଥ ଶ୍ରୀଜିଉଙ୍କୁ ପଥି ଆକାରରେ କ୍ଷୀର,ସର,ଛେନା,ରାବିଡ଼ି ସହ ଆମ୍ବ, କଦଳୀ,ପଣସ ଆଦି ଫଳ ଭୋଗ ହୁଏ । ଶ୍ରୀଜିଉଙ୍କ ଭୋଗ ପରେ ଦଇତାପତି ସେବକମାନେ ଏହାକୁ ପ୍ରସାଦ ଆକାରରେ ସେବନ କରିଥାନ୍ତି । ଏହି ଭୋଗ ଅଣସର ଘରୁ ବାହାରକୁ ନଆସିବାର ବିଧି ମଧ୍ୟ ରହିଛି ।

Get real time updates directly on you device, subscribe now.