fbpx

ପରିକ୍ଷା କିମ୍ବା ଇଣ୍ଟରଭ୍ୟୁ ଯିବା ପୂର୍ବରୁ କାହିଁକି ଖାଆନ୍ତି ଦହି-ଚିନି ? ଜାଣନ୍ତୁ ଏହାର ବୈଜ୍ଞାନିକ କାରଣ

ଆମେ ଆମ ଜୀବନରେ ସଫଳତା ପାଇବା ପାଇଁ ବହୁତ ସଂଘର୍ଷ କରିଥାନ୍ତି । ଅନେକ ପ୍ରକାର ପରୀକ୍ଷା ଏବଂ ଇଣ୍ଟରଭିୟୁ ମଧ୍ୟ ଦେଇଥାନ୍ତି । କିନ୍ତୁ ଆମେ ଯେତେବେଳେ କୌଣସି ଏକ ଶୁଭ କାମ କରିବାକୁ ଯାଆନ୍ତି ତେବେ କୁହାଯାଏ ଯେ ଦହି ଚିନି ଖାଇକି ଗଲେ ସଫଳତା ମିଳିଥାଏ । ସେଥିପାଇଁ ମା ଆମକୁ କୌଣସି କାମକୁ ଯିବାର ଠିକ୍ ପୂର୍ବରୁ ଦହି ଚିନି ଖୁଆଇ ଥାଆନ୍ତି । ତେବେ ଅନେକ ମସୟରେ ମନରେ ପ୍ରଶ୍ନ ଆସେ ଏହି ଦହିଚିନି ଖାଇବା ପଛରେ ଏପରି କଣ କାରଣ ଥାଏ । ଯାହା କି କୌଣସି ଏକ ଶୁଭ କାର୍ଯ୍ୟକୁ ଯିବା ପୂର୍ବରୁ କରାଯାଇଥାଏ । ତେବେ ଆମେ ଆଜି ଏହି ଦହି ଚିନି ଖାଇବା ପଛର ବୈଜ୍ଞାନିକ କାରଣ ବିଷୟରେ ଜଣାଇବୁ ।

ଦହିଚିନି ଖାଇବାର ବୈଜ୍ଞାନିକ କାରଣ:

କୌଣସି କାର୍ଯ୍ୟକୁ ଯିବା ପୂର୍ବରୁ ଦହିଚିନି ଖାଇବା କିମ୍ବା ଦହିକୁ ମଥାରେ ଲଗାଇବାର ବୈଜ୍ଞାନିକ କାରଣ ରହିଛି । ବିଶେଷଜ୍ଞମାନଙ୍କ ମତରେ ଦହି ଖାଇବା ଦ୍ୱାରା ଏହା ପାଚନ ପ୍ରକ୍ରିୟାରେ ସାହାଯ୍ୟ କରିଥାଏ । ଏଥିସହିତ ନ୍ୟାଚୁରାଲ ଲୋକ୍ସେଟିଭ୍ ଆର୍ଥାତ ଖାଦ୍ୟକୁ ନରମ କରିଥାଏ । ତେବେ ଦହିରେ କାଲସିୟମ୍, ଭିଟାମିନ୍ ବି-୨, ବି-୧୨, ପୋଟାସିୟମ୍ ମାଗ୍ନେସିୟମ ପରି ଗୁରୁତ୍ୱପୂର୍ଣ୍ଣ ଭିଟାମିନ୍ସ ଏବଂ ମିନେରାଲ ଭରପପୁର ମାତ୍ରାରେ ରହିଥାଏ । ଯାହାକି ଆପଣଙ୍କୁ ସତେଜ ରଖିଥାଏ ।

ସେହିପରି ଚିନିରେ କାର୍ବୋହାଇଡ୍ରେଟ୍ ରହିଥାଏ ଯାହାକି ରକ୍ତରେ ଅମ୍ଳଜାନ ସ୍ତରକୁ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ଯାହାଫଳରେ ମସ୍ତଷ୍କରେ ରକ୍ତ ସଞ୍ଚାଳନ ହୋଇଥାଏ ଏବଂ ଏହା ଆମ ସ୍ମରଣ ଶକ୍ତିରୁ ବଢାଇଥାଏ । ଏଥିସହିତ ଦହି ସେବନ ଦ୍ୱାରା ଏହା ଶିତଳତା ପ୍ରଦାନ କରିଥାଏ । ତେଣୁ ବୈଜ୍ଞାନିକମାନଙ୍କ ମତରେ ଦହି ଚିନି ଖାଇବା ଦ୍ୱାରା ବିଦ୍ୟାର୍ଥିମାନେ ସେମାନଙ୍କ ପରିକ୍ଷା କିମ୍ବା ଇଣ୍ଟରଭିୟୁ ସଠିକ୍ ଭାବରେ ଦେଇପାରିଥାନ୍ତି ।

Get real time updates directly on you device, subscribe now.