fbpx
BJD SKY
BJD SKY

ଇସ୍ରାଏଲ ଉପରେ ଇରାନର ଆକ୍ରମଣ ନେଇ ଆଶଙ୍କା ବଢ଼ୁଛି କାହିକିଁ: ଆଗକୁ କ’ଣ ଘଟିବ?

BJD

ନୂଆଦିଲ୍ଲୀ: ପଶ୍ଚିମ ଏସିଆରେ ଯୁଦ୍ଧ ବାତାବରଣ ସୃଷ୍ଟି ହୋଇପାରେ । ଇରାନ ପକ୍ଷରୁ ଆକ୍ରମଣ ଆଶଙ୍କା କରି ଆମେରିକା ତା’ର କର୍ମଚାରୀମାନଙ୍କୁ ଇସ୍ରାଏଲ ଯାତ୍ରା କରିବା ଉପରେ କଟକଣା ଲାଗୁ କରିଛି । ସିରିଆର ରାଜଧାନୀ ଡମାସସ୍କଚ ସ୍ଥିତ ଇରାନୀ ଦୂତାବାସ ଉପରେ ଇସ୍ରାଏଲ ଆକ୍ରମଣ ପରେ ଇରାନ ମଧ୍ୟ ଜବାବ ଦେବ ବୋଲି ଘୋଷଣା କରିଥିଲା । ତେଣୁ ଚଳିତ ସପ୍ତାହ ଶେଷ ଆଡ଼କୁ ଇସ୍ରାଏଲ ଉପରେ ଇରାନ ଆକ୍ରମଣ କରିପାରେ ବୋଲି ଆଶଙ୍କା କରାଯାଉଛି । ଅନ୍ୟପକ୍ଷରେ ଉଭୟ ଆତ୍ମରକ୍ଷା ଓ ଆକ୍ରମଣ ପାଇଁ ଦେଶ ପ୍ରସ୍ତୁତ ଅଛି ବୋଲି ଦେଶର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାୟୁ କହିଛନ୍ତି ।

ତେବେ ଇରାନ ଆସନ୍ତା ୨୪ରୁ ୪୮ ଘଣ୍ଟା ମଧ୍ୟରେ ଇସ୍ରାଏଲ ଉପରେ ଆକ୍ରମଣ କରିପାରେ ବୋଲି ଏକ ୱାଲ ଷ୍ଟ୍ରିଟ ଜର୍ଣ୍ଣାଲରେ ରିପୋର୍ଟ ପ୍ରକାଶ ପାଇଛି । ୧୧ ଦିନ ପୂର୍ବରୁ ଇରାନୀୟ ଦୂତାବାସ ଉପରେ ଇସ୍ରାଏଲର ଷ୍ଟ୍ରାଇକ ଫଳରେ ୧୩ ଜଣ ଲୋକଙ୍କର ମୃତ୍ୟୁ ଘଟିଥିଲା । ଇସ୍ରାଏଲ ଉପରେ ଆକ୍ରମଣ ନେଇ ଇରାନକୁ ନିବୃତ୍ତ ରଖିବା ନେଇ ପ୍ରୟାସ କରିବାକୁ ଆମେରିକା ଷ୍ଟେଟ ସେକ୍ରେଟାରୀ ଆଣ୍ଟୋନୀ ବ୍ଲିଙ୍କେନ ଚୀନ, ତୁର୍କୀ, ସାଉଦି ଆରବ ଓ ଅନ୍ୟ ୟୁରୋପୀୟ ଦେଶମାନଙ୍କୁ କହିଛନ୍ତି । ଏଭଳି ଯୁଦ୍ଧ ପରିସ୍ଥିତିରେ ଆମକୁ ଇରାନର ସମ୍ଭାବ୍ୟ ଆକ୍ରମଣ ସ୍ଥିତି ଉପରେ ଧ୍ୟାନ ଦେବା ଆବଶ୍ୟକ ବୋଲି ବ୍ଲିଙ୍କେନ କହିଛନ୍ତି ।

ଯେହେତୁ ଗତ ସପ୍ତାହରେ ଇସ୍ରାଏଲ ସିରିଆର ଡାମାସସ୍କଚରେ ଏୟାର ଷ୍ଟ୍ରାଇକ କରି ଇରାନୀୟ ଦୂତାବାସକୁ ଟର୍ଗେଟ କରିଥିଲା ଓ ସେଥିରେ ୧୩ ଜଣଙ୍କର ପ୍ରାଣହାନୀ ଘଟିଥିଲା ତେଣୁ ଇସ୍ରାଏଲ ଉପରେ ପ୍ରତିଶୋଧ ନେବାକୁ ଇରାନ ଶପଥ ନେଇଛି । ଏପ୍ରିଲ ୧ ତାରିଖରେ କରାଯାଇଥିବା ଏୟାର ଷ୍ଟ୍ରାଇକରେ ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡସ କର୍ପସ କୁଦସ ଫୋର୍ସର ଦୁଇଜଣ ଜେନେରାଲ୍ସ ଓ ୫ ଜଣ ଅନ୍ୟ ଅଫିସରଙ୍କ ପ୍ରାଣ ହରାଇଥିଲେ । ଇସ୍ରାଏଲ ପୂର୍ବରୁ ଏପରି ଅପରେସନ କରିନଥିବା ବେଳେ ଏହା ଏକ ଡିପ୍ଲୋମାଟିକ ଏନକ୍ଲେଭରେ ଘଟିଥିଲା ।

ଏଭଳି ସ୍ଥିତିରେ ଇରାନର ବୈଦେଶିକ ମନ୍ତ୍ରୀ ହୋସେନ ଆମିରୋବଡୋଲ୍ଲାହିଆନ କହିଛନ୍ତି, ଇସ୍ରାଏଲ ଦଣ୍ଡ ପାଇବ ଓ ଇରାନୀୟ ଦୂତାବାସ ଉପରେ ହୋଇଥିବା ଆକ୍ରମଣ ପାଇଁ ଆମେରିକା ଦାୟୀ, ତେଣୁ ସେ ସେଥିପାଇଁ ଉତ୍ତରଦାୟୀ ଅଟେ । ଇସ୍ରାଏଲ ଏୟାର ଷ୍ଟ୍ରାଇକ ପରେ ଡାମାସସ୍କଚର ବିଲଡିଂରେ ଜରୁରୀ ସେବା କାର୍ଯ୍ୟ ଚାଲିଛି । ସୋମବାର ଦିନ ହୋଇଥିବା ଆକ୍ରମଣରେ ଦୁଜଣ ଇରାନୀୟ ଜେନେରାଲସ ଓ ୫ ଜଣ ଅଧିକାରୀ ପ୍ରାଣ ହରାଇଥିବା ସିରିଆ ଓ ଇରାନର ଅଫିସିଆଲସ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.