fbpx

୬ଟି ବ୍ୟାଙ୍କରେ ମିଳୁଛି ସବୁଠାରୁ ଅଧିକ ସୁଧ: FD ନିବେଶ ପାଇଁ ଦେଖନ୍ତୁ ବ୍ୟାଙ୍କର ଲିଷ୍ଟ

ନୂଆଦିଲ୍ଲୀ: ଆଜିର ସମୟରେ ଅର୍ଥ ସମସ୍ତଙ୍କ ପାଇଁ ନିହାତି ଜରୁରୀ । ସେଥିପାଇଁ ଗ୍ରାହକମାନେ ଭଲ ନିବେଶ ସନ୍ଧାନରେ ରହିଥାନ୍ତି । ତେଣୁ ଏଭଳି ସ୍ଥତିରେ ବ୍ୟାଙ୍କରେ ସ୍ଥାୟୀ ଜମା (ଏଫଡି) କରିବା ଗ୍ରାହକଙ୍କ ପାଇଁ ଏକ ବଢ଼ିଆ ଅପ୍ସନ । ଆପଣ ଏଫଡିରେ ନିବେଶ କରି ୮.୩୦ ପ୍ରତିଶତ ପର୍ଯ୍ୟନ୍ତ ସୁଧ ପାଇ ପାରିବେ । ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ସମେତ ଦେଶର ୬ଟି ବ୍ୟାଙ୍କ ନିଜର ଗ୍ରାହକଙ୍କୁ ଏଫଡିରେ ସର୍ବାଧିକ ସୁଧ ଦେଉଛନ୍ତି ।

(୧) ଆରବିଏଲ ବ୍ୟାଙ୍କ: ଏହି ବ୍ୟାଙ୍କ ପକ୍ଷରୁ ଏଫଡି ନିବେଶ ଉପରେ ସାଧାରଣ ଗ୍ରାହକଙ୍କୁ ଅଲଗା ଅଲଗା ଅବଧିରେ ୩.୫୦ରୁ ୭.୮୦ ପ୍ରତିଶତ ପର୍ଯ୍ୟନ୍ତ ସୁଧ ମିଳୁଛି । ସେହିପରି ବରିଷ୍ଠ ନାଗରିକଙ୍କୁ ଏହି ଅବଧି ପାଇଁ ୪ରୁ ୮.୩୦ ପ୍ରତିଶତ ପର୍ଯ୍ୟନ୍ତ ସୁଧ ମିଳୁଛି ।

(୨) ଆଇଡିଏଫସି ଫାଷ୍ଟ ବ୍ୟାଙ୍କ: ଏହି ବ୍ୟାଙ୍କରେ ଅଲଗା ଅଲଗା ଅବଧି ପାଇଁ ସାଧାରଣ ନାଗରିକଙ୍କୁ ୩.୫୦ରୁ ୭.୫୦ ପ୍ରତିଶତ ପର୍ଯ୍ୟନ୍ତ ଓ ବରିଷ୍ଠ ନାଗରିକଙ୍କୁ ୪ରୁ ୮ ପ୍ରତିଶତ ପର୍ଯ୍ୟନ୍ତ ସୁଧ ମିଳୁଛି ।

(୩) ଆକ୍ସିସ ବ୍ୟାଙ୍କ: ଏହି ବ୍ୟାଙ୍କରେ ସାଧାରଣ ନାଗରିକଙ୍କୁ ୩.୫୦ରୁ ୭.୧୦ ପ୍ରତିଶତ ପର୍ଯ୍ୟନ୍ତ ସୁଧ ଓ ବରିଷ୍ଠ ନାଗରିକଙ୍କୁ ୩.୫୦ରୁ ୭.୮୫ ପ୍ରତିଶତ ପର୍ଯ୍ୟନ୍ତ ସୁଧ ମିଳୁଛି ।

(୪) ଏଚଡିଏଫସି ବ୍ୟାଙ୍କ: ଏହି ବ୍ୟାଙ୍କ ସାଧାରଣ ଗ୍ରାହକଙ୍କୁ ୩ରୁ ୭.୨୫ ପ୍ରତିଶତ ଓ ବରିଷ୍ଠ ନାଗରିକଙ୍କୁ ୩.୫୦ରୁ ୭.୭୫ ପ୍ରତିଶତ ପର୍ଯ୍ୟନ୍ତ ସୁଧ ମିଳୁଛି ।

(୫) କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ: ଏହି ବ୍ୟାଙ୍କ ସାଧାରଣ ନାଗରିକଙ୍କୁ ୨.୭୫ରୁ ୭.୨୦ ପ୍ରତିଶତ ପର୍ଯ୍ୟନ୍ତ ଓ ବରିଷ୍ଠ ନାଗରିକଙ୍କୁ ୩.୨୫ରୁ ୭.୭୦ ପ୍ରତିଶତ ପର୍ଯ୍ୟନ୍ତ ସୁଧ ଦେଉଛି ।

(୬) ଏସବିଆଇ: ଏହି ବ୍ୟାଙ୍କ ସାଧାରଣ ଗ୍ରାହକଙ୍କୁ ଅଲଗା ଅଲଗା ଅବଧି ପାଇଁ ୩ରୁ ୭.୧୦ ପ୍ରତିଶତ ପର୍ଯ୍ୟନ୍ତ ଓ ବରିଷ୍ଠ ନାଗରିକଙ୍କୁ ୩.୫୦ରୁ ୭.୬୦ ପ୍ରତିଶତ ପର୍ଯ୍ୟନ୍ତ ସୁଧ ଅଫର୍ କରୁଛି ।

Get real time updates directly on you device, subscribe now.