fbpx
BSKY
BJD YOUTH SKY
BJD MS SKY

ଗରମ ଦିନେ ଆମ ଦେହରେ ଘିମିରି କାହିଁକି ହୋଇଥାଏ: ଏହା ଏକ ଚର୍ମ ସଂକ୍ରମଣ, କ’ଣ କହୁଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ଖରାଦିନ ଚାଲିଥିବା ବେଳେ ଆମ ଶରୀରରେ ବିଭିନ୍ନ ପ୍ରକାରର ଚର୍ମରୋଗ ସୃଷ୍ଟି ହୋଇଥାଏ । ବର୍ଷର ବିଭିନ୍ନ ସମୟରେ ଋତୁ ପରିବର୍ତ୍ତନ ସାଙ୍ଗକୁ ଆମ ସ୍ୱାସ୍ଥ୍ୟରେ ମଧ୍ୟ ପରିବର୍ତ୍ତନ ଦେଖାଦେଇଥାଏ । ବିଶେଷ କରି ଖରାଦିନେ ପାକିସ୍ଥଳୀ ଓ ଚର୍ମ ସମ୍ବନ୍ଧୀୟ କିଛି ରୋଗ ଦେଖାଦେଇଥାଏ । ଗରମ ଦିନେ କିଛି ଲୋକଙ୍କ ଠାରେ ଘିମିରି ଏକ ବଡ଼ ସମସ୍ୟା ସୃଷ୍ଟି କରିଥାଏ ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଖରାଦିନେ ଆମ ଦେହରୁ ପ୍ରବଳ ମାତ୍ରାରେ ଝାଳ ବୋହିଥାଏ । ତେଣୁ ଝାଳ ଚର୍ମରେ ଲାଗିବା କାରଣରୁ ଆମ ଦେହରେ ଘିମିରି ଦେଖାଦେଇଥାନ୍ତି । ଏପରି ସ୍ଥିତିରେ ହାତ, ଛାତି, ପିଠି, ବେକ ଆଦିରେ ଛୋଟ ଛୋଟ ଲାଲ ରଙ୍ଗର ଦାଗ ଦେଖା ଦେବା ସହ ଜ୍ୱଳନ ଓ କୁଣ୍ଡେଇ ହୋଇଥାଏ । ବାୟୁମଣ୍ଡଳ ପ୍ରଦୂଷଣ, ମଇଳା, ମୃତ ଚର୍ମ କୋଷ ପ୍ରଭାବରେ ଝାଳ ଗ୍ରନ୍ଥି ବନ୍ଦ ହୋଇଯାଇଥାଏ । ତେଣୁ ଝାଳ ଚର୍ମର ଉପରଭାଗରେ ପହଞ୍ଚି ନପାରି ଚର୍ମରେ ଛୋଟ ଲାଲ ରଙ୍ଗର ଦାଗ ଦେଖିବାକୁ ମିଳିଥାଏ । ଏହାପରେ ବ୍ୟକ୍ତିକୁ ଅସହ୍ୟ ଯନ୍ତ୍ରଣା ହୋଇଥାଏ । ଅଧିକାଂଶ ଛୋଟ ପିଲାଙ୍କ ଠାରେ ଘିମିରି ସମସ୍ୟା ଦେଖାଦେଇଥାଏ ।

ପ୍ରବଳ ଗରମରୁ ମୁକ୍ତି ପାଇବା ପାଇଁ ଆମର ଚର୍ମକୁ ବରଫ ବା ଥଣ୍ଡା ପାଣିରେ ଧୋଇବା ଆବଶ୍ୟକ । ଯଦି ଆପଣଙ୍କୁ ଖରାଦିନେ ଥଣ୍ଡା ଲାଗେ ତେବେ ପ୍ରଥମେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ । ଘିମିରି ଏକ ପ୍ରକାରର ସଂକ୍ରମଣ ହୋଇଥିବା ବେଳେ ଏହା ପରିଷ୍କାର ଅଭାବରୁ ହୋଇଥାଏ । ଖରାଦିନେ ନିମ୍ବ ପାଣିରେ ଗାଧୋଇବା ଦ୍ୱାରା ଚର୍ମ ସମସ୍ୟାରୁ ମୁକ୍ତି ମିଳିଥାଏ । ଖରାଦିନେ ଚର୍ମରୋଗରୁ ରକ୍ଷା ପାଇବା ପାଇଁ ଢିଲା ଓ ଲାଇଟ ରଙ୍ଗର କଟନ୍ ପୋଷାକ ପରିଧାନ କରିବା ଜରୁରୀ ।

Get real time updates directly on you device, subscribe now.